ବିବାଦରେ ଛନ୍ଦି ହେଲେ କୋରିଓଗ୍ରାଫର ଟେରେନ୍ସ ଲୁଇସ, ଭିଡିଓ ଭାଇରାଲ


‘ଇଣ୍ଡିଆଜ୍ ବେଷ୍ଟ୍‌ ଡ୍ୟାନ୍ସର’  ବିଚାରକ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି। ଅଭିନେତ୍ରୀ ମଲାଇକା ଅରୋରାଙ୍କୁ କରୋନା ହେବା ପରେ ନେରା ଫତେହି ଏହି ସୋ’ରେ ବିଚାରକ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ତେବେ ନୋରାଙ୍କ ସହ କୋରିଓଗ୍ରାଫର ଟେରେନ୍ସଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। କିନ୍ତୁ ଏହି ଦୋସ୍ତି ଏବେ ଟେରେନ୍ସଙ୍କ ପାଇଁ ବିବାଦ ଆଣିଛି।   କିଛି ଦିନ ହେବ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସୋ’ର ଏକ ଏପିସୋଡରେ ଅଭିନେତ୍ରୀ ନେରାଙ୍କ ପଛପଟକୁ ଟେରେନ୍ସ ଛୁଇଁଥିବାର ନଜର ଆସିଛି। ଏହି ଭିଡ଼ିଓକୁ ବହୁ ଲୋକ ସେୟାର ମଧ୍ୟ କରିଛନ୍ତି। ସୋସିଆଲ ମିଡିଆରେ ଟେରେନ୍ସଙ୍କୁ ତୀବ୍ର ଟ୍ରୋଲ ମଧ୍ୟ କରାଯାଉଛି।

ତେବେ ନୋରା ଓ ଟେରେନ୍ସଙ୍କ ମଧ୍ୟରେ ଏହି ବିବାଦୀୟ ଦୃଶ୍ୟଟି କ୍ୟାମେରାର ଭୁଲ୍‌ ଆଙ୍ଗେଲ ଯୋଗୁଁ ହୋଇଛି କି ନାହିଁ ଏହା ସ୍ପଷ୍ଟ ହୋଇନାହିଁ । ତେବେ ନୋରାଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରି ଟେରେନ୍ସ ଟ୍ରୋଲରମାନଙ୍କୁ ପ୍ରତିକ୍ରିୟା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ କାହାଣୀ ମାଧ୍ୟମରେ ଟେରେନ୍ସ ନିଜର ମତ ରଖିଛନ୍ତି। ନୋରା ଫତେହି ମଧ୍ୟ ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି। ନୋରା ଲେଖିଛନ୍ତି- ଧନ୍ୟବାଦ ଟେରେନ୍ସ, ଆଜିର ଦିନରେ ମେମ୍ ତିଆରି କରିବା ପାଇଁ ଫଟୋ ସହିତ ଟାମ୍ପରିଂ କରିବା ଏକ ସାଧାରଣ ଅଭ୍ୟାସ । ମୁଁ ଖୁସି ଯେ ଏହା ଆପଣଙ୍କୁ ହଇରାଣ କରି ନାହିଁ ଏବଂ ଆପଣ ସବୁବେଳେ ଶ୍ରେଷ୍ଠ । ମୁଁ ସୋ’ରେ ଜଣେ ବିଚାରକ ଭାବରେ ଏତେ ଭଲପାଇବା ଏବଂ ସ୍ୱୀକାର କରିଛନ୍ତି, ଏହା ଏକ ମହାନ ଜୀବନର ଅନୁଭୂତି ।


Share It

Comments are closed.