ଭାରତରେ ୩ଟି ନୂତନ ନୋକିଆ ସ୍ମାର୍ଟଫୋନର ଶୁଭାରମ୍ଭ


ଭୁବନେଶ୍ୱର – ଏଚଏମଡି ଗ୍ଲୋବାଲର ଘରୋଇ ବ୍ରାଣ୍ଡ ନୋକିଆ ଫୋନ୍ ପକ୍ଷରୁ ଭାରତୀୟ ବଜାରରେ ନୋକିଆ ୮ ସିରୋକ୍କୋ, ନୋକିଆ ୭ ପ୍ଲସ ଏବଂ ନୂତନ ନୋକିଆ୬ର ଶୁଭାରମ୍ଭ କରାଯାଇଛି । ଏହି ସବୁ ପୁରଷ୍କାର ବିଜେତା ନୂତନ ଆଣ୍ଡ୍ରଏଡ ୱାନ୍ ନୋକିଆ ସ୍ମାର୍ଟଫୋନ୍ ଗୁଡ଼ିକ ଚଳିତ ବର୍ଷ ଫେବୃଆରୀ ମାସରେ ମୋବାଇଲ ୱାର୍ଲଡ କଂଗ୍ରେସରେ ଶୁଭାରମ୍ଭ କରାଯାଇଥିଲା । ଉକ୍ତ ତିନୋଟି ନୂତନ ସ୍ମାର୍ଟଫୋନର ଶୁଭାରମ୍ଭ ସହିତ ଏଚଏମଡ଼ି ଗ୍ଲୋବାଲ୍ ପକ୍ଷରୁ ସମସ୍ତ ନୋକିଆ ଯନ୍ତ୍ରପାତୀ ଏବଂ ଉପକରଣ ପାଇଁ ଦେଶରେ ନୋକିଆ ଫୋନ୍ ସପର ଶୁଭାରମ୍ଭ କରାଯାଇଛି ।

ବଜାରରେ ନୋକିଆ ୮ ସିରୋକ୍କୋର ମୂଲ୍ୟ ଟ.୪୯,୯୯୯ ରହିଥିବାବେଳେ ନୋକିଆ ୭ ପ୍ଲସର ମୂଲ୍ୟ ୨୫,୯୯୯ ଟଙ୍କା ଓ ନୋକିଆ ୬ର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି । ଏହି ସ୍ମାର୍ଟଫୋନ ଗୁଡ଼ିକ କ୍ରେଡିଟ୍ କାର୍ଡ, ବଜାଜ ଫାଇନ୍ସର୍ଭ ଓ ହୋମ୍ ଡେବିଟରେ ଜିରୋ ସରଳ କିସ୍ତିରେ ଉପଲବ୍ଧ ହେଉଛି । ଆଇସିଆଇସିଆଇ ବ୍ୟାଙ୍କ ମେ ୩୧, ୨୦୧୮ ପର୍ଯ୍ୟନ୍ତ ୫% କ୍ୟାସ୍ବ୍ୟାକ୍ ଅଫର୍ ପ୍ରଦାନ କରୁଛି । ଏୟାରଟେଲ୍ ଗ୍ରାହକମାନଙ୍କ ପାଇଁ ଏହି ଫୋନ ଗୁଡ଼ିକରେ ସ୍ୱତନ୍ତ୍ର ଅଫର୍ ରହିଛି । ଏହି ଫୋନଗୁଡିକକୁ କିଣି ଏୟାରଟେଲ ଗ୍ରାହକମାନେ ଏୟରଟେଲ ଟିଭି ଆପରେ ଡିସେମ୍ବର ୩୧, ୨୦୧୮ ପର୍ଯ୍ୟନ୍ତ ମାଗଣା ବିସ୍ତୃତ ସେବା ପାଇପାରିବେ । ନୋକିଆ ଫୋନରେ ଗ୍ରାହକମାନେ ଚାହୁଁଥିବା ସମସ୍ତ ପ୍ରକାରର କାରିଗରୀ ରହିଛି । ଏହି ସ୍ମାର୍ଟଫୋନ ଗୁଡ଼ିକ ସ୍ଥାୟିତ୍ୱ ଏବଂ ଭରଷାଯୋଗ୍ୟ ହେବା ସହିତ ଉପକରଣ ଏବଂ ଡିଜାଇନରେ ଗ୍ରାହକମାନଙ୍କୁ ଉଚ୍ଚ ସ୍ତରର ଅନୁଭୂତି ପ୍ରଦାନ କରିଥାଆନ୍ତି ।

ଏହି ନୂତନ ଶୁଭାରମ୍ଭ ପରିପ୍ରେକ୍ଷୀରେ ଏଚଏମଡି ଗ୍ଲୋବାଲ ପକ୍ଷରୁ ଏହାର ଉପସଭାପତି, ଅଜୟ ମହେଟ୍ଟା କହିଛନ୍ତି ଯେ, “ନୋକିଆର ଯାନ୍ତ୍ରିକ ଏବଂ ଅନ୍ୟାନ୍ୟ ଉପକରଣ ବିକ୍ରି ପାଇଁ ଆମ୍ଭର ଅତ୍ୟାଧୁନିକ ଅନଲାଇନ ନୋକିଆ ଫୋନ ସପର ଶୁଭାରମ୍ଭ ହୋଇଥିବାରୁ ମୁଁ ଅତ୍ୟନ୍ତ ଉତ୍ସାହିତ । ଭାରତରେ ଉଭୟ ଅନଲାଇନ ଏବଂ ଅଫଲାଇନ୍ ଉପସ୍ଥିତିକୁ ଶକ୍ତିଶାଳୀ କରିବା ପାଇଁ ଆମ୍ଭେମାନେ ପ୍ରତିଶ୍ରୁତିବଦ୍ଧ ।” ଏହି ପରିପ୍ରେକ୍ଷୀରେ ଏଚଏମଡି ଗ୍ଲୋବାଲର ଗ୍ଲୋବାଲ ପୋର୍ଟଫୋଲିଓ ରଣନିତୀ ଏବଂ ଯୋଜନାର ନିର୍ଦ୍ଦେଶକ, ପ୍ରଣବ ସର୍ଫ କହିଛନ୍ତି ଯେ, “ନୋକିଆ ଫୋନର ନୂତନ ଘର ହିସାବରେ ଆମ୍ଭେମାନେ ଆମର ଯାତ୍ରାରେ ସମୃଦ୍ଧି କରୁଥିବାବେଳେ ଆମର ସ୍ମାର୍ଟଫୋନ ଶୃଙ୍ଖଳାକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଆମର ପ୍ରଥମ ଲକ୍ଷ୍ୟ । ଏହା ସେହି ଗ୍ରାହକ ମାନଙ୍କ ପାଇଁ ଉଦ୍ଧିଷ୍ଟ ଯେଉଁମାନେ ପ୍ରିମିୟମ ସ୍ମାର୍ଟଫୋନ ସହିତ ଅସାଧାରଣ ହାର୍ଡଓୟାର ଗୁଣବତ୍ତା ଏବଂ ଅତ୍ୟାଧୁନିକ ଆଣ୍ଡ୍ରଏଡ ଅନୁଭୂତି ପାଇବାକୁ ଚାହିଁଥାନ୍ତି ।”


Share It

Comments are closed.