ରାଜ କୁନ୍ଦ୍ରାଙ୍କ ନୂଆ ଠିକଣା ଆର୍ଥର ଜେଲ, ଭିତରେ ମିଳିଲା ନାହିଁ କୌଣସି ସୁବିଧା


ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ୪୫ ବର୍ଷିୟ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଆର୍ଥର ରୋଡ୍ ଜେଲ୍ ମଧ୍ୟରେ କୌଣସି ସୁବିଧା ଦିଆଯାଉ ନାହିଁ। ଜେଲ୍ ସୂତ୍ରରୁ ପ୍ରକାଶ ଯେ କୁନ୍ଦ୍ରାଙ୍କୁ ଅନ୍ୟ କଏଦୀଙ୍କ ପରି ବ୍ୟବହାର କରାଯାଉଛି ଏବଂ ପ୍ରାୟ ୨୦୦ କଏଦୀଙ୍କ ସହ ସାଧାରଣ ବ୍ୟାରେକରେ ରଖାଯାଇଛି। ଜୁଲାଇ ୧୯ ରେ ମୁମ୍ବାଇ ଅପରାଧ ଶାଖା ଦ୍ୱାରା ଗିରଫ ହୋଇଥିବା କୁନ୍ଦ୍ରାଙ୍କୁ ଜୁଲାଇ ୨୭ ରେ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।
ଜୁଲାଇ ୨୭ ରେ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଆର୍ଥର ରୋଡ କାରାଗାରକୁ ପଠାଯିବା ପୂର୍ବରୁ ତାଙ୍କୁ ଜେଜେ ଡାକ୍ତରଖାନାକୁ ଡାକ୍ତରୀ ଯାଞ୍ଚ ପାଇଁ ନିଆଯାଇଥିଲା ଏବଂ ନେଗେଟିଭ୍ RT-PCR ରିପୋର୍ଟ ପାଇବା ପରେ ତାଙ୍କୁ ପଠାଯାଇଥିଲା। କୁନ୍ଦ୍ରା କୋଭିଡ୍-୧୯ ଭ୍ୟାକ୍ସିନର ଗୋଟିଏ ଡୋଜ୍ ନେଇଛନ୍ତି ଏବଂ ସେ ମେଡିକାଲରେ ଫିଟ୍ ଅଛନ୍ତି ବୋଲି ମୁମ୍ବାଇର କ୍ରାଇମ୍ ବ୍ରାଞ୍ଚ୍ ଅଧିକାରୀ କହିଛନ୍ତି।
ମହାରାଷ୍ଟ୍ରର ଜଣେ ଅଧିକାରୀ କହିଛନ୍ତି, ” କୁନ୍ଦ୍ରାଙ୍କୁ ଜେଲର ସର୍କଲ ନମ୍ବର ୬ ରେ ବ୍ୟାରେକ ନମ୍ବର ୪ ରେ ରଖାଯାଇଛି। ପ୍ରତ୍ୟେକ ବ୍ୟାରେକରେ ୨୦୦ ରୁ ଅଧିକ କଏଦୀ ଅଛନ୍ତି। ୫୦ ଜଣ କଏଦୀଙ୍କ କ୍ଷମତା ଥିବା ଏହି ବ୍ୟାରେକରେ ବର୍ତ୍ତମାନ କୁନ୍ଦ୍ରାଙ୍କ ସମେତ ପ୍ରାୟ ୨୦୦ କଏଦୀ ରହିଛନ୍ତି।” କୁନ୍ଦ୍ରାଙ୍କ ସହ ଗିରଫ ହୋଇଥିବା କୁନ୍ଦ୍ରାଙ୍କ ଫାର୍ମର ଆଇଟି ମୁଖ୍ୟ ରିଆନ୍ ଥର୍ପେଙ୍କୁ ଅଲଗା ବ୍ୟାରେକରେ ରଖାଯାଇଛି ବୋଲି ଜେଲ୍ ଅଧିକାରୀମାନେ କହିଛନ୍ତି।

ସେ ଆହୁରି କହିଛନ୍ତି, କୁନ୍ଦ୍ରାଙ୍କ ମଧ୍ୟ ସମାନ ଜଳଖିଆ ଦିଆଯାଉଛି ଯାହାକି ଅନ୍ୟମାନଙ୍କୁ ଦିଆଯାଉଛି । ସକାଳେ ଏକ ଗ୍ଲାସ୍ କ୍ଷୀର ଏବଂ କଦଳୀ । ପରେ, ମଧ୍ୟାନ୍ନ ଭୋଜନ ୧୧.୩୦ ରେ ଏବଂ ରାତ୍ରୀ ଭୋଜନ ୫ ଟାରେ । ଏଥିରେ ଚାପାତି, ଭେଜିଟେବଲ୍, ଗ୍ରେଭି ଏବଂ ରାଇସ୍ ରହିଥାଏ । ଯଦି କେହି ଅତିରିକ୍ତ ଆବଶ୍ୟକ କରନ୍ତି ତେବେସେ ଜେଲ କ୍ୟାଣ୍ଟିନରୁ ଯାଇ ଆଣି ପାରିବେ ।


Share It

Comments are closed.