ଲାହୋର ପେଟ୍ରୋଲ ପମ୍ପ ଏବଂ ଏଟିଏମରେ ନାହିଁ ତେଲ ଓ ଟଙ୍କା, ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ପୂର୍ବତ୍ତନ କ୍ରିକେଟର


ପାକିସ୍ତାନରେ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିଛି । ଏଠାକାର କେତେକ ପେଟ୍ରୋଲ ପମ୍ପରେ ଆଦୌ ପେଟ୍ରୋଲ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ମହମ୍ମଦ ହାଫିଜ୍‌ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ।

ସେ ଟ୍ୱିଟ୍‌ କରି କହିଛନ୍ତି, ଲାହୋରର ପେଟ୍ରୋଲ ଷ୍ଟେସନ୍‌ରେ ପେଟ୍ରୋଲ ନାହିଁ । ଏଟିଏମ୍‌ ମେସିନ୍‌ରେ ଟଙ୍କା ନାହିଁ । ରାଜନୈତିକ ନିଷ୍ପତ୍ତି ଯୋଗୁ ସାଧାରଣ ଲୋକ କ’ଣ ପାଇଁ ଦୁର୍ଦ୍ଦଶା ଭୋଗିବେ? ପାକ୍‌ର ଏହି ପୂର୍ବତନ ଅଲ୍‌-ରାଉଣ୍ଡର ନିଜ ଟ୍ୱିଟ୍‌କୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ ଟ୍ୟାଗ୍‌ କରିଛନ୍ତି ।


Share It

Comments are closed.