ଆଜି ଶ୍ରୀଗଣେଶ ଚତୁର୍ଥୀ, କରୋନା କଟକଣା ଯୋଗୁଁ ସାର୍ବଜନୀକ ପୂଜା ବନ୍ଦ


ଆଜି ଶ୍ରୀ ଗଣେଶ ଚତୁର୍ଥୀ । କିନ୍ତୁ କରୋନା କଟକଣା ପାଇଁ ଏଥର ଗଣେଶ ପୂଜା ଫିକା । ପୂଜା ମଣ୍ଡପରେ କି ଶିକ୍ଷିନୁଷ୍ଠାନରେ କୌଣସି ସ୍ଥାନରେ ପୂଜା ପାଇବେନି ବିଘ୍ନ ବିନାଶକ ।  ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା ବନ୍ଦ କରାଯାଇଛି । ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଛାତ୍ରଛାତ୍ରୀ ଯୋଗ ଦେବେନାହିଁ । ଘରେ ରହି ଗଣେଶ ପୂଜା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରମର୍ଶ ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ପୂଜା ହେବ ନାହିଁ । କରୋନା କଟକଣା ଯୋଗୁଁ ଟ୍ୱିନ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ସେପଟେ ଜଟଣୀରେ ମଧ୍ୟ ପ୍ରସିଦ୍ଧ ଗଣେଶ ପୂଜା ପାଳନ ହେବ ନାହିଁ । କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ସେପଟେ ବିଶ୍ୱ ପ୍ରସିଦ୍ଧ ମୁମ୍ବାଇରେ ମଧ୍ୟ ଏ ବର୍ଷ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି ।


Share It

Comments are closed.