କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବନ୍ଦ ହେଲା ବାଲିଯାତ୍ରା


ଭାଙ୍ଗିଲା ପରମ୍ପରା । ରଦ୍ଦ ହେଲା ବାଲିଯାତ୍ରା । ଚଳିତ ବର୍ଷ ହେବନି ଓଡିଶାର ଗୌରବପୂର୍ଣ୍ଣ ବାଲିଯାତ୍ରା । ଐତିହାସିକ ବାଲିଯାତ୍ରା ଓ ଗଡଗଡିଆ ଘାଟରେ ସାମୂହିକ ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରିବାକୁ ମିଳିବ ନାହିଁ ଅନୁମତି । କୋଭିଡ ସ୍ଥିତି ଦେଖି ନଭେମ୍ବରରେ ବାଲିଯାତ୍ରା କରିବା ସମ୍ଭବପର ନୁହେଁ କହିଲେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟିନୀ । ତେବେ ବ୍ୟକ୍ତିଗତ ଭାବେ ବୋଇତ ବନ୍ଦାଣ କରିବାରେ କୌଣସି ସମସ୍ୟା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଶୈବ ପୀଠ ଗୁଡିକରେ ବଡ ଓଷା କରିବା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ।


Share It

Comments are closed.