ମୁହଁ ଖୋଲିଲେ ଫଡନାୱିସ, କହିଲେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସେ ପୁଣି ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ


ବିଜେପି ଏବଂ ଶିବସେନା ମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଟଣାଓଟରା ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି । ଶିବସେନା, ବିଜେପି ସହ ୫୦-୫୦ ଫର୍ମୁଲା ପାଇଁ ଅଡି ବସିଥିବାବେଳେ ଶିବସେନାକୁ ମହାରାଷ୍ଟ୍ରରେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦବୀ ଦରକାର ବୋଲି ଦାବୀ କରୁ ଆସୁଛି । ଏହାକୁ ନେଇ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସ ନିଜ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟରେ ବିଜେପି ନେତୃତ୍ୱରେ ହିଁ ସରକାର ଗଠନ ହେବ ବୋଲି ଫଡନାୱିସ କହି ସାରିଥିବାବେଳେ ଦଳର ଅଧ୍ୟକ୍ଷ ଅମିତ ଶାହାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତି ଆସି ନାହିଁ ବୋଲି ସେ ସ୍ପଷ୍ଟ ରୂପେ ଜଣାଇଦେଇଛନ୍ତି ।
ଫଡନାୱିସ ଆହୁରୀ ମଧ୍ୟ କହିଛନ୍ତି ଯେ, “ଦଳର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ଯେ, ଶିବସେନା ସହ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କୌଣସି ନିଷ୍ପତି ନିଆଯାଇ ନାହିଁ । ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫର୍ମୁଲା ଚୂଡାନ୍ତ ହୋଇ ନାହିଁ । ଲୋକସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦବୀର ଆଶ୍ୱସନା କେବେବି ଦିଆଯାଇ ନଥିଲା । ” ଫଡନାୱିସ କହିଛନ୍ତି ଯେ, “ମୁଁ ଆପଣଙ୍କୁ ଆଶ୍ୱସନା ଦେଉଛି ଯେ, ମହାରାଷ୍ଟ୍ରରେ ବିଜେପି ନେତୃତ୍ୱରେ ସରକାର ଗଠନ ହେବ ଏବଂ ମୁଁ ଆଗାମୀ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବି । ”


Share It

Comments are closed.