ପୁଞ୍ଜିନିବେଶ କରିବା ପାଇଁ ବର୍ତ୍ତମାନ ଏସବିଆଇ ଦେଉଛି ପରାମର୍ଶ


ଆପଣ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି କି? କିମ୍ବା ପୁଞ୍ଜିନିବେଶ କଲେ ଆପଣଙ୍କ ମନରେ କ୍ଷତି ହୋଇଯିବାର ଭୟ ଅଛି କି ? ତେବେ ଏସବୁ ସମସ୍ୟାର ସମାଧନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆ) ଆପଣଙ୍କ ପାଇଁ ଆଣିଛି “ନିବେଶ କେ ନୁସକେ” । ଭାରତର ଅଗ୍ରଣୀ ମ୍ୟୁଚୁଆଲ ଫଣ୍ଡ, ଏସବିଆଇ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଆସେଟ ପରିଚାଳନା କରାଯାଉଥିବାବେଳେ ନିବେଶକାରୀଙ୍କ ମଧ୍ୟରେ ନିବେଶ କେ ନୁସକେ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି । ରିଟେଲ ନିବେଶକାରୀମାନଙ୍କୁ ଅତିସାବଧାନତାର ସହିତ ଆସେଟ କ୍ଲାସକୁ ଚିହ୍ନଟ କରି ଲକ୍ଷ୍ୟ ପୂରଣ କରିବା ପାଇଁ ନିବେଶ କରିବା ଏବଂ ନିବେଶ ପରିମାଣ ସମ୍ପର୍କରେ ଅବଗତ କରାଇବା ପାଇଁ ଏହା ହେଉଛି ଏସବିଆଇ ଏମଏଫ ସୃଙ୍ଖଳା ପକ୍ଷରୁ ଏକ ଆର୍ଥିକ ସଚେତନତା । ଏହି ପଦକ୍ଷେପ ଲୋକମାନଙ୍କୁ ନିବେଶର ଗୁରୁୂତ୍ୱ ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟରେ ଶୁଭାରମ୍ଭ କରାଯାଇଛି । ଏହା ସାଧାରଣତଃ ନିବେଶର ଆର୍ଥିକ ଲକ୍ଷ୍ୟ, ଦିର୍ଘକାଳୀନ ସମ୍ପତି ଉପାର୍ଜନ ପରିସରର ଶକ୍ତି ଏବଂ ଅନେକ ସମାଧାନ ଯାହାକି ମ୍ୟୁଚୁଆଲ୍ ଫଣ୍ଡ ଆର୍ଥିକ ଯୋଜନା ପ୍ରଦାନ କରିପାରିବ ।
ଏହି ପରିପ୍ରେକ୍ଷୀରେ ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ ଏବଂ ସିଏମଓ, ଶ୍ରୀଯୁକ୍ତ ଡି.ପି ସିଂହ କହିଛନ୍ତି ଯେ, “ନିବେଶ କେ ନୁସକେ ସହିତ ନିବେଶକାରୀମାନଙ୍କୁ ମିଚ୍ୟୁଆଲ ଫଣ୍ଡ ଏବଂ ପ୍ରକ୍ରିୟାଗତ ତଥା ଯୋଜନାତ୍ମକ ପଦ୍ଧତିରେ ଲମ୍ବା ଅବଧିର ଲକ୍ଷ୍ୟ ହାସଲ ପାଇଁ ନିବେଶ ଅଧିକାର ସମ୍ବନ୍ଧରେ ବୁଝାଇବା ଏବଂ ଶିକ୍ଷା ପ୍ରଦାନ କରିବା ଆମ୍ଭମାନଙ୍କର ମୁଖ୍ୟ ଲକ୍ଷ୍ୟ ।”
ଉତ୍ପାଦ କେନ୍ଦ୍ରିୟ ନିବେଶ ଠାରୁ ଭିନ୍ନ ସାମାଧାନ ଜନିତ ନିବେଶ ସଚେତନତା ବିସ୍ତାର କରିବା ସମ୍ପ୍ରତି ସିରିଜର ଲକ୍ଷ୍ୟ ରହିିଛି । ସାମାଧାନ ଜନିତ ନିବେଶ ସମୟରେ ନିବେଶକାରୀମାନେ ସେମାନଙ୍କ ଲକ୍ଷ୍ୟ (କ୍ଷୁଦ୍ର ଅବଧି ଲକ୍ଷ୍ୟ କିମ୍ବା ମଧ୍ୟମ-ଅବଧି ଲକ୍ଷ୍ୟ କିମ୍ବା ଲମ୍ବା -ଅବଧି ଲକ୍ଷ୍ୟ), ବିପଦର ଅନୁମାନ ଏବଂ ସମୟ ଅବଧି ଅନୁସାରେ ଯୋଜନା କରିପାରିବେ । ଏହି ଆଧାର ଅନୁଯାୟୀ, ଜଣେ ବିଭିନ୍ନ ଆସେଟ କ୍ଲାସ ତଥା ଇକ୍ୟୁଟି ଫଣ୍ଡ, ଇକ୍ୟୁଟି ଓରିଏଣ୍ଟେଡଡ୍ ହାଇବ୍ରିଡ, ଡେବ୍ଟ ଓରିଏଣ୍ଟେଡ଼୍ ହାଇବ୍ରିଡ ଫଣ୍ଡ ଇତ୍ୟାଦି ଚୟନ କରିପାରିବେ । ବିଭିନ୍ନ ସମାଧାନ ତଥା ସିଷ୍ଟମେଟିକ ୱିଥ ଡ୍ରୟାଲ ପ୍ଲାନ (ଏସଡବ୍ଲୁପି), ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (ଏସଆଇପି), ସିଷ୍ଟମେଟିକ ଟ୍ରାନ୍ସଫର ପ୍ଲାନ (ଏସଟିପି) ଇତ୍ୟାଦି ବ୍ୟବହାର ସହିତ ନିବେଶ ଗୁଡିକ ଅଧିକ ଫଳପ୍ରଦ ଏବଂ ନିବେଶକାରୀଙ୍କ ଲକ୍ଷ୍ୟ ଆହୁରି ଭଲରୁପେ ପୂରଣ କରିବା ପାଇଁ ସାହାଯ୍ୟକାରୀ ହୋଇପାରିଛି ।
ବ୍ୟବସାୟୀ ମାଲିକମାନେ, ଅବସରପ୍ରାପ୍ତ କର୍ମଚାରୀ, ବେତନଧାରୀ ବୃତ୍ତିଗତ ଅଧିକାରୀ ଯେପରିକି ଡାକ୍ତର, ଓକିଲ, ମହିଳା ଏବଂ ବିଭିନ୍ନ ସଶସ୍ତ୍ରବଳରେଥିବା ବ୍ୟକ୍ତିବିଶେଷ ଏହି ପ୍ରକିୟାକୁ ସୁସ୍ଥ ନିବେଶ ସୃଙ୍ଖଳା ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିପାରିବେ । ଏସବିଆଇ ଏମଏଫ ପକ୍ଷରୁ ବିଭିନ୍ନ ପ୍ରକାରର ବୃଦ୍ଧି-ଜନିତ ଯୋଜନା ପ୍ରାରମ୍ଭ କରାଯାଇଛି ଯାହା ରିଟେଲ ନିବେଶକାରୀମାନଙ୍କୁ ସେମାନଙ୍କ ନିବେଶ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରସ୍ତୁତ । ଏସବିଆଇ ମ୍ୟୁଚୁଆଲ ଫଣ୍ଡ ମାର୍ଚ୍ଚ ୩୧, ୨୦୧୮ ସୁଦ୍ଧା ୨,୧୭,୬୪୯ କୋଟିର(ଘରୋଇ ଫଣ୍ଡ ବ୍ୟତୀତ) ଏଏୟୁଏମର ପରିଚାଳନା କରିପାରିଛି ।


Share It

Comments are closed.