୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଋପେ ଶପଥ ନେବେ ନୀତିଶ


ବିହାର ବିଧାନସଭା ନିର୍ବାଚନର ପରିଣାମ ଏନଡିଏ ମେଣ୍ଟ ସପକ୍ଷରେ ଆସିଛି। ଏନଡିଏ ମେଣ୍ଟ ୧୨୫ ଆସନରେ ଜିତିଥିଲା, ଯାହାକି ସଂଖ୍ୟା ଗରିଷ୍ଠତା ପାଇଁ ଜରୁରୀ ୧୨୨ଟି ଆସନରୁ ୩ ଅଧିକ। ବିଜେପି  ୭୪ ଓ ଜେଡିୟୁର ୩ଟି ଆସନରେ ଜିତିଛି। ବିଜେପି ପୂର୍ବରୁ ହିଁ ସ୍ପଷ୍ଟ କରିସାରିଛି ଯେ, ଆସନ କମ୍ ଆସିଲେ ମଧ୍ୟ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ। ନୀତୀଶ ଲଗାତାର ଚତୁର୍ଥ ଥର ଓ ମୋଟ ୭ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବେ। ସେ ଦେଶର ୩୭ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ନୀତୀଶ ଏଥର ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ପୂର୍ବରୁ ସେ ୩ ମାର୍ଚ୍ଚ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ସଂଖ୍ୟା ଗରିଷ୍ଠତା ଅଭାବରେ ୭ ଦିନରେ ତାଙ୍କ ସରକାର ଭାଙ୍ଗି ଯାଇଥିଲା। ୨୪ ନଭେମ୍ବର ୨୦୦୫ରେ ଦ୍ବିତୀୟ ଓ୨୬ ନଭେମ୍ବର ୨୦୧୦ ରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ  ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କିନ୍ତୁ ୨୨ ଫେବୃଆରୀ ୨୦୧୫ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦ ନଭେମ୍ବର ୨୦୧୫ରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିଲେ। ଏହାପରେ ଆରଜେଡି ସହ ମେଣ୍ଟ ଭାଙ୍ଗି ୨୭ ଜୁଲାଇ ୨୦୧୭ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଏନଡିଏର ଏହି ବିଜୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, କିନ୍ତୁ ବିଜେପି ନୀତୀଶ କୁମାରଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ଦେବାର ନିଷ୍ପତ୍ତିରେ କାଏମ ରହିଛି। ବିଜେପିର ପ୍ରଦେଶ ଅଧ୍ୟକ୍ଷ ଡକ୍ଟର ସଞ୍ଜୟ ଜାୟସୱାଲ  ଫଳାଫଳ ପୂର୍ବରୁ ଆଜି ପୁଣିଥରେ ଦୋହରାଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦରେ ନୀତୀଶ କୁମାରଙ୍କର ରହିବେ। ଦଳ ଯେତେ ବି ଆସନରେ ଜିତୁ, ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶ କୁମାରଙ୍କ ନାମରେ ମୋହର ଲାଗିବ। ଗରିବଙ୍କ ପାଇଁ କରାଯାଇଥିବା କାମ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ତାଙ୍କୁ ଜିତିବାର ଶ୍ରେୟ ଦେଇଛନ୍ତି।

 


Share It

Comments are closed.