ନେହେରୁଙ୍କ ପରେ ଇନ୍ଦିରାଙ୍କୁ ପ୍ରଶଂସା କଲେ ଗଡକାରୀ


ଦିନକୁ ଦିନ ନିତିନ ଗଡକାରୀଙ୍କ ସ୍ୱର ବଦଳିବାରେ ଲାଗିଛି । ପ୍ରତ୍ୟକ୍ଷ ଭାବରେ ନହେଲେ ବି ପରୋକ୍ଷ ଭାବରେ ନିତିକଙ୍କ ବୟାନ ବିଜେପିକୁ କ୍ଷତି ପହଞ୍ଚାଉଛି । ପ୍ରକାଶ ଥାଉକି ନିତିନ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ଭାଷଣର ପ୍ରଶଂସା କରୁଥିବାବେଳେ ଏବେ ଠିକ ସେହିଭଳି ସ୍ୱର୍ଗତ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ପ୍ରସଂଶା କରିଛନ୍ତି ।
ଗତ କାଲି ନିତିନ, ନାଗପୁରରେ ସ୍ୱୟଂ ସେବି ମହିଲା ସଂଗଠନ ପକ୍ଷରୁ ଆୟୋଜିତ ହେଉଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଠାରେ ସେ ମହିଳାମାନଙ୍କୁ ଉଦବୋଧନ ଦେବାକୁ ଯାଇ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କୁ ଖୁବ ପ୍ରସଂଶା ମଧ୍ୟ କରିଥିଲେ । ତାଙ୍କର ଏହି ଭାଷଣ ଶୁଣି ବର୍ତ୍ତମାନ ବିଜେପି ଶିବୀରରେ କମ୍ପନ ଖେଳିଯାଇଥିବାବେଳେ ନିତିନଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଥିବା ବିଷଧାଗାର ସ୍ପଷ୍ଟ ରୂପେ ବାରି ହେଉଯାଉଛି ।
ନିତିକ ମହିଳା ମାନଙ୍କୁ ସମ୍ବୋନ୍ଧିତ କରିବାକୁ ଯାଇ କହିଛନ୍ତି ଯେ, “ଦେଶକୁ ଇନ୍ଦିରା ଗାନ୍ଧୀଙ୍କ ଭଳି ଜଣେ ଏଭଳି ମହିଳା ପ୍ରଧାନମନ୍ତ୍ରୀ ମିଳିଥିଲେ, ଯିଏକି ତାଙ୍କ ସମୟରେ ଅନେକ ପୁରୁଖା ପୁରୁଷ ନେତାଙ୍କୁ ମାତ ଦେଇଥିଲେ ।”
ନିତିନ, ସେଠାରେ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରିବା ସହ ତାଙ୍କ କାମ କରିବାର ଶୈଳୀ ବହୁତ ଉଚ୍ଚ କୋଟିର ବୋଲି ମଧ୍ୟ କହିଥିଲେ ।
ପ୍ରକାଶ ଥାଉକି ଏହା ପୂର୍ବରୁ ନିତିନ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜାବାହାର ଲାଲ ନେହେରୁଙ୍କ ମଧ୍ୟ ପ୍ରସଂଶା କରିଥିଲେ ।


Share It

Comments are closed.