ହାପି ଉୱିଥ୍ ନିଶାନର ୧୦ମ ସଂସ୍କରଣ


ନିଶାନ୍ ପକ୍ଷରୁ ସମ୍ପୁର୍ଣ୍ଣ ଦେଶରେ ଏହାର ଗ୍ରାହକ ମାନଙ୍କ ନିମନ୍ତେ ‘ହାପି ଉୱିଥ୍ ନିଶାନ୍’ ଅଭିଯାନର ଶୁଭାରମ୍ଭ କରାଯାଇଛି । ସମ୍ପୁର୍ଣ୍ଣ ଦେଶରେ ଅବସ୍ଥାପିତ ନିଶାନ୍ ଏବଂ ଡ଼ାଟସନ୍ ଡ଼ିଲରସିପ୍ ଗୁଡ଼ିକରେ ୧୪ ରୁ ୨୪ ଡ଼ିସେମ୍ବର ପର୍ଯ୍ୟନ୍ତ ଉକ୍ତ ସର୍ଭିସ୍ କ୍ୟାମ୍ପ ଚାଲିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ଅଭିଯାନ ଗତ ୯ ବର୍ଷଧରି ସଫଳ ହୋଇଥିବାବେଳେ କମ୍ପାନୀ ପକ୍ଷରୁ ଗ୍ରାହକ ମାନଙ୍କ ନିମନ୍ତେ ୬୦ ପଏଣ୍ଟ ମାଗଣା ଭେଇକିଲ ଚେକଅପ୍ କ୍ୟାମ୍ପ, ମାଗଣା ଟପ୍ ୱାଶ୍, ଆସେସୋରିଜ୍ ଉପରେ ଆକର୍ଷଣୀୟ ରିହାତି, ଲେବର ଚାର୍ଜ ଉପରେ ୨୦% ପର୍ଯ୍ୟନ୍ତ ରିହାତି, ଏତଦ୍ ବ୍ୟତୀତ ନିଶ୍ଚିନ୍ତ ଉପହାର ମଧ୍ୟ ଉପଲବ୍ଧ ।
ଏହି ପରିପ୍ରେକ୍ଷୀରେ ନିଶାନ୍ ମୋଟର ଇଣ୍ଡିଆ ପ୍ରାଇଭେଟ୍ ଲିଃ.ର ଆଫଟର ସେଲସ୍ ବିଭାଗର ଉପସଭାପତି, ଶ୍ରୀଯୁକ୍ତ ସଞ୍ଜିବ୍ ଅଗ୍ରୱାଲ୍ କହିଛନ୍ତିଯେ, “ଆମ୍ଭେମାନେ ବିଶ୍ୱାସ କରୁଛୁକି ଗ୍ରାହକ ମାନଙ୍କ ସହିତ ଆମର ସମ୍ପର୍କ ବିକ୍ରୟ ପଏଣ୍ଟଠାରୁ ଆହୁରୀ ଅଧିକ । ହାପି ଉୟିଥ୍ ନିଶାନ୍ ହେଉଛି ଆମର ବିକ୍ରୟ ପରବର୍ତ୍ତି ପଦକ୍ଷେପ ଏବଂ ଆମ ଗ୍ରାହକ ମାନଙ୍କୁ ଏକ ଉତ୍ତମ ସତ୍ତ୍ୱାଧିକାରୀ ଅନୁଭୂତି ପ୍ରଦାନ କରିବା ପ୍ରତିଶୃତିର ଏକ ପ୍ରତିଫଳନ । ଗତ ୯ଟି ସଂସ୍କରଣରେ ୧ ଲକ୍ଷ୍ୟରୁ ଅଧିକ ଗ୍ରାହକଙ୍କୁ ତାର ସେବା ପହଞ୍ଚାଇବାରେ ଏହା ସକ୍ଷମ ହୋଇପାରିଛି ।”


Share It

Comments are closed.