ଭାରତରେ ଶୁଭାରମ୍ଭ ହେଲା ନିଶାନ କିକ୍ସ


ନିଶାନ ଇଣ୍ଡିଆ ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ଏସୟୁଭି, ନୂତନ ନିଶାନ କିକ୍ସକୁ ଆଜି ଭାରତରେ ଶୁଭାରମ୍ଭ କରାଯାଇଛି । ଏହି ନୂତନ ନିଶାନ କିକ୍ସ କମ୍ପାନୀର ପ୍ଲାଣ୍ଟ, ଓରାଗାଡ଼୍ୟାମ, ଚେନ୍ନାଇରେ ନିର୍ମାଣ କରାଯାଇଛି । ଉକ୍ତ ଏସୟୁଭିରେ ଉକ୍ତୃଷ୍ଟ ଅତ୍ୟାଧୁନିକତା ଏବଂ ଆରାମକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର, ୯,୫୫,୦୦୦/- ଟଙ୍କାରେ ଭାରତରେ ଉପଲବ୍ଧ ହେଉଛି । ଏହାର ଡ଼େଲିଭରୀ ଆଜିଠାରୁ ସମସ୍ତ ନିଶାନ୍ ଡ଼ିଲରସିପ୍ ମାନଙ୍କରେ ଆରମ୍ଭ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ନିଶାନ୍ ମୋଟର କୋ. ଲିଃ.ର ବରିଷ୍ଠ ଉପସଭାପତି, ଆଫ୍ରିକା, ମଧ୍ୟ ପୂର୍ବ ଏବଂ ଭାରତର ମ୍ୟାନେଜମେଣ୍ଟ କମିଟିର ଚେୟାରମ୍ୟାନ୍, ଶ୍ରୀଯୁକ୍ତ ପେମ୍ୟାନ କାର୍ଗର କହିଛନ୍ତି ଯେ, “ ନିଶାନ କିକ୍ସ ହେଉଛି ଆମର ଭାରତୀୟ ଗ୍ରାହକ ମାନଙ୍କୁ ଉକ୍ତୃଷ୍ଟ ବିଶ୍ୱସ୍ତରୀୟ ଉତ୍ପାଦ ଏବଂ ଜ୍ଞାନକୌଶଳ ପ୍ରଦାନ କରିବା ପ୍ରତିଶୃତିର ଏକ ପ୍ରତିଫଳନ । ଭାରତରେ ଆମର ଆର ଆଣ୍ଡ ଡ଼ି ଏବଂ ଡ଼ିଜାଇନ ଦଳ ଉକ୍ତ ଏସୟୁଭିକୁ ଜାପାନ୍, ଆମେରିକା ଏବଂ ବ୍ରାଜିଲ୍ ଟିମ୍ ସହିତ ମିଳିତହୋଇ ସମୃଦ୍ଧି କରିଛନ୍ତି । ଉକ୍ତ ନୂତନ ଏସୟୁଭି ଦୀର୍ଘସ୍ଥାୟି ହେବା ସହିତ ପୂର୍ବଅପେକ୍ଷା ଅଧିକ ସ୍ଥାନଯୁକ୍ତ ହୋଇପାରିଛି ।”
ଏହି ଅବସରରେ ନିଶାନ ଇଣ୍ଡିଆ ଅପରେଶନର ସଭାପତି, ଶ୍ରୀଯୁକ୍ତ ଥୋମାସ୍ କୂହେଲ କହିଛନ୍ତିଯେ, “ନିଶାନ୍ କିକ୍ସ ଗ୍ରାହକ ମାନଙ୍କ ମଧ୍ୟରେ ଅଶେଷ ଉତ୍କଣ୍ଠା ସୃଷ୍ଟି କରିପାରିଛି । ଏହା ହେଉଛି ଏକ ସମ୍ପୁର୍ଣ୍ଣ ଭେଇକିଲ୍ ପ୍ୟାକେଜ୍ ଯେଉଁଥିରେ ଉନ୍ନତ ଜ୍ଞାନକୌଶଳ, ଉକ୍ତ ଶ୍ରେଣୀରେ ଅଗ୍ରଣୀ ପ୍ରିମିୟମନେସ୍ ଏବଂ ପର୍ସନାଇଲେଜସନ୍ ଅନ୍ତର୍ଭୂକ୍ତ । ନୂତନ କିକ୍ସର ଏସୟୁଭି ଡ଼ିଜାଇନ, ଅତ୍ୟାଧୂନିକ ଜ୍ଞାନକୌଶଳ ଏବଂ ଅନେକ ବେଷ୍ଟ ଇନ କ୍ଲାସ୍ ମିଶ୍ରଣ ଏହାକୁ ଭାରତୀୟ ଏସୟୁଭି ବଜାରରେ ଏକ ସୁଦୃଢ ପ୍ରତିଯୋଗୀଭାବେ ପ୍ରତିପାଦନ କରାଇପାରିବବୋଲି ଆମର ବିଶ୍ୱାସ ।”


Share It

Comments are closed.