ଆଜି ଦେଢଲକ୍ଷ କୋଟିର ଆଉ ଏକ ପ୍ୟାକେଜ ଘୋଷଣା କରିବେ ଅର୍ଥମନ୍ତ୍ରୀ, କାହାକୁ ଦିଆଯିବ ଗୁରୁତ୍ୱ ଜାଣନ୍ତୁ


ଦେଶରେ କରୋନା ସଙ୍କଟ ସମୟରେ ଉଜୁଡି ଯାଇଥିବା ଅର୍ଥବ୍ୟବସ୍ଥାକୁ ସଜାଡିବାକୁ ମୋଦି ସରକାର ଦେଢଲକ୍ଷ କୋଟିର ଆଉ ଏକ ଆର୍ଥିକ ପ୍ୟାକେଜ ଆଜି ଘୋଷଣା କରିପାରନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦିନ ସାଢେ ୧୨ଟା ସମୟରେ ଏହି ଘୋଷଣା କରିପାରନ୍ତି । ସାଢେ ୧୨ ସମୟରେ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଏହି ଘୋଷଣା କରିବେ ବୋଲି ସୂଚନା ମିଳିଛି ।  ଆଶା କରାଯାଉଛି କି ଏହି ସାମ୍ବାଦିକ ସମ୍ମିଳନୀରେ ସହାୟତା ପ୍ୟାକେଜର ଘୋଷଣା  ହେବ । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କିଛି ବରିଷ୍ଠ ନେତୃବୃନ୍ଦ ଏହି ଆର୍ଥିକ ପ୍ୟାକେଜକୁ ଅନ୍ତିମ ମୋହର ଦେବେ । ଏହି ପ୍ୟାକେଜରେ ଚାକିରି ସୃଷ୍ଟି ଏବଂ ଅସୁବିଧାଜନକ କ୍ଷେତ୍ରକୁ ଆରାମ ଦେବା ଉପରେ ଗୁରୁତ୍ୱ  ଦିଆଯାଇପାରେ । କରୋନା ଭାଇରସ ସଂକ୍ରମଣକୁ ଅଟକାଇବା ପାଇଁ ଦେଶରେ ଜାରି କରାଯାଇଥିବା ଲକଡାଉନ ପାଇଁ ଦେଶରେ ରୋଜଗାର କ୍ଷମତା ହ୍ରାସ ହୋଇଛି ।

ଚଳିତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକ ଜିଡିପି ଫଳାଫଳରେ ୨୪ ପ୍ରତିଶତ ତଳକୁ ଖସିଯାଇଥିଲା । ଏହାଫଳରେ ରୋଜଗାର ବଢାଇବା ପାଇଁ ସରକାର ଆର୍ଥିକ ପ୍ୟାକେଜର ଘୋଷଣା କରିଥିଲେ । କିନ୍ତୁ ଏସବୁ ସହାୟତା ପ୍ୟାକେଜ ପରେ ମଧ୍ୟ ଅର୍ଥିକ ମାନ୍ଦାବସ୍ଥାରେ କୌଣସି ସଫଳତା ମିଳିନଥିଲା ।


Share It

Comments are closed.