ଏଣ୍ଡୁଅ ଭଳି ରଙ୍ଗ ବଦଳାଇଲେ ନିରଞ୍ଜନ


ନିର୍ବାଚନୀ ଫଳାଫଳ ବାହାରିବାକୁ ଆଉ ଅଳ୍ପ କିଛି ଘଣ୍ଟା ବାକି ରହିଥିବାବେଳେ କଂଗ୍ରେସର ବିଜୟକୁ ନେଇ ବେଶ ଆଶାବାଦୀ ନିରଞ୍ଜନ । କେବଳ କଂଗ୍ରେସ ନୁହେଁ ନିଜେ ନିରଞ୍ଜନ ପ୍ରତିଦ୍ୱନ୍ଦିତା କରୁଥିବା ଘୁସିପୁରା ଏବଂ ଭଣ୍ଡାରୀପୋଖରୀ ଆସନରେ କଂଗ୍ରେସ ବିଜୟୀ ହେବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ଯେ, ନିରଞ୍ଜନ ସାମ୍ବାଦିକ ମାନଙ୍କୁ ଗତ କାଲି ଏବଂ ଆଜି ଦେଇଥିବା ମନ୍ତବ୍ୟ ମଧ୍ୟରେ କୌଣସି ତାଳମେଳ ନଥିବା ସ୍ପଷ୍ଟ ବାରି ହେଉଯାଉଛି । ପ୍ରକାଶ ଥାଉକି ଏକଜିଟ ପୋଲ ପ୍ରକାଶ ପାଇବା ପରେ ସେ ସାମ୍ବାଦିକ ମାନଙ୍କୁ ଦେଇଥିବା ମନ୍ତବ୍ୟ ଅନୁଯାୟୀ ସେ କହିଥିଲେ ଯେ, “ମୁଁ ଘସିପୁରାରୁ ହାରିବା ସମ୍ଭାବନା ରହିଥିବାବେଳେ ଭଣ୍ଡାରୀ ପୋଖରୀରେ ନିଶ୍ଚିତ ଜିତିବ ।” କିନ୍ତୁ ଆଜି ସାମ୍ବାଦିକ ମାନଙ୍କ ଦ୍ୱାରା ପଚରାଯାଇଥିବା ସେହି ପ୍ରଶ୍ନରର ଉତ୍ତର ରଖି ନିରଞ୍ଜନ କହିଛନ୍ତି ଯେ, “ମୁଁ ଉଭୟ ଘସିପୁରା ଏବଂ ଭଣ୍ଡାରୀପୋଖରୀ ଆସନରେ ବିଜୟୀ ହେବି ।”
ନିରଞ୍ଜନ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହୋଇଥିବା ସତ୍ତେ୍ୱ ତାଙ୍କର ଏହିପରି ଦୋମୁହାଁ ମନ୍ତବ୍ୟ ଯୋଗୁଁ ଅନେକ ରାଜନୈତିକ ବିଶ୍ଲେଷଣକାରୀମାନେ ଏହାକୁ ସମାଲୋଚନା କରୁଥିବାବେଳେ ଏକଜିଟ ପୋଲ ଫଳାଫଳକୁ ଦେଖି ତାଙ୍କର ମାନିସକ ସନ୍ତୁଳନ ବିଗିଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ପ୍ରକାଶ ଥାଉକି ଘସିପୁରାରେ ବିଜେଡିର ହେଭିୱେଟ ନେତା ତଥା ରାଜ୍ୟ ମନ୍ତ୍ରୀ ମଣ୍ଡଳୀରେ କ୍ୟାବିନେଟ ମନ୍ତ୍ରୀ ରୂପେ ଦାୟିତ୍ୱରେ ଥିବା ବଦ୍ରି ନାରାୟଣ ପାତ୍ରଙ୍କ ବିରୋଧରେ ପୁଣିଥରେ ନିରଞ୍ଜନ ରଣାଙ୍ଗନ ଭୂମିକୁ ଓହ୍ଲାଇଛନ୍ତି । ଅନ୍ୟ ନିର୍ବାଚନୀ ଫଳାଫଳକୁ ଆଉ ଅଳ୍ପ କେଇ ଘଣ୍ଟା ବାକି ରହିଥିବାବେଳେ ତେବେ ପ୍ରକୃତ ଫଳାଫଳ ହିଁ କହିବ ଏହି ଏହି ନିର୍ବାଚନରେ ବାଜିମାତ କରୁଛି ।


Share It

Comments are closed.