ଜଳବାୟୁ ପରିବର୍ତନ ଉପରେ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ଜେନେଭା ଅବ୍‌ଜର୍ଭର୍‌ରେ ପ୍ରଦର୍ଶିତ ହୋଇଛି


ଭୁବନେଶ୍ୱର, : ଅଭିନେତ୍ରୀ ଦିବ୍ୟା ଦତା, ତନିଷ୍ଠା ଚାଟର୍ଜୀ, ମଞ୍ଜିରି ଫଡ୍‌ନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜି ଓ: ସଷ୍ଟେନ୍‌ଡ – ଫସିଲ ଫୁଏଲ୍ ଇନ୍‌ଭେଷ୍ଟମେଂଟ୍ ନିଡ୍‌ସ ଟୁ ଏଣ୍ଡ ନାଓ’ ପାଇଁ ଜେନେଭା ଅବ୍‌ଜର୍‌ଭର୍ ମଞ୍ଜିରି ଫଡ୍‌ନିସ୍‌ଙ୍କୁ ପ୍ରଦର୍ଶିତ କରିଥିଲା ।
ଆଡେଲାଇନ୍ ଭନ୍ ଫର୍‌ଷ୍ଟେନ୍‌ବର୍ଗଙ୍କ ଜେନେଭା ବିଷୟବସ୍ତୁ ୧୧ଟି ଦେଶର ୧୧ ଜଣ ଆନ୍ତର୍ଜାତୀୟ ଚଳଚିତ୍ର ନିର୍ମାତାଙ୍କ ଦ୍ୱାରା ଚିତ୍ରିତ କାହାଣୀଗୁଡିକୁ ଚୟନ କରିଥିଲା, ଯାହା ମାନବଜାତି ଓ ପରିବେଶ ମଧ୍ୟରେ ରହିଥିବା ଅନ୍ତର୍ନିହିତ ସମ୍ପର୍କ ଏବଂ ସେଗୁଡିକ କିଭଳି ବିଭିନ୍ନ ସ୍ତର ଓ ପରିମାପରେ ଜଳବାୟୁ ପରିବର୍ତନ ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ତାହାକୁ ପ୍ରତିଫଳନ କରୁଛି । ନୀଳ ମାଧବ ପଣ୍ଡା ହେଉଛନ୍ତି ଏକମାତ୍ର ଭାରତୀୟ ନିର୍ଦ୍ଦେଶକ ଯିଏକି ପରିବେଶୀୟ ପରିବର୍ତନ, ଗ୍ଲୋବାଲ ୱାର୍ମିଙ୍ଗ୍ ଓ ମାନବ ଜୀବନ ଉପରେ ଏହାର ପ୍ରଭାବ ପ୍ରସଙ୍ଗ ଉପରେ ଚଳଚିତ୍ର ନିର୍ମାଣ କରିଥାନ୍ତି ।
୧୧ଟି ଦେଶର ୧୧ଟି ପରସ୍ପର ନିର୍ଭରଶୀଳ ଚଳଚିତ୍ରର ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ନୀଳ ମାଧବ ପଣ୍ଡା/ଇଣ୍ଡିଆ, ଫୌଜି ବେନ୍‌ସାଇଦି/ମରୋକ୍କୋ, ମହମତ୍‌-ସାଲେ ହାରୁନ୍‌/ଚାଡ୍‌, ଆଶା ସୋର୍‌ଲେଫ୍‌ସୋତିର୍‌/ଆଇସ୍‌ଲ୍ୟାଣ୍ଡ, ସାଲୋମି ଲାମାସ୍‌/ ପର୍ତୁଗାଲ, ବେଟିନା ଓବର୍‌ଲି/ସ୍ୱିଜର୍‌ଲ୍ୟାଣ୍ଡ, ସାହରବାନୋ ସାଦତ୍‌/ଆଫ୍‌ଗାନିସ୍ତାନ, ସିଲ୍‌ଭିଓ ସୋଲଡିନି/ଇଟାଲୀ, ଡାନିଏଲା ଥୋମାସ୍‌/ବ୍ରାଜିଲ, ଲିଓନ୍ ୱାଙ୍ଗ୍‌/ଚୀନ୍ ଓ କାରିନ୍ ୱିଲିୟମ୍‌ସ / ନ୍ୟୁଜିଲ୍ୟାଣ୍ଡ ଆଦି ସାମିଲ ଥିଲେ ।
ଏହି ସମ୍ମାନ ସମ୍ପର୍କରେ ଡଃ ନୀଳମାଧବ ପଣ୍ଡା କହିଛନ୍ତି, ଜଳବାୟୁ ପରିବର୍ତନ ହେଉଛି ଏକ ବଡ ସମସ୍ୟା ଏବଂ ଏହା ଉପରେ ଧ୍ୟାନ ଦେବା ପାଇଁ ବର୍ତମାନ ହେଉଛି ଉପଯୁକ୍ତ ସମୟ । ଜେନେଭା ଅବ୍‌ଜର୍‌ଭର୍ସ ଅଭିଯାନ ଦ ଜି ଓ: ସଷ୍ଟେନ୍‌ଡ – ଫସିଲ ଫୁଏଲ୍ ଇନ୍‌ଭେଷ୍ଟମେଂଟ୍ ନିଡ୍‌ସ ଟୁ ଏଣ୍ଡ ନାଓ’ ଏହି ପରିବର୍ତନ ଦିଗରେ ଏକ ବଡ ପଦକ୍ଷେପ । ମୁଁ ସମ୍ମାନିତ ଅନୁଭବ କରୁଛି ଯେ, ମେଘାସ୍ ଡାଇଭର୍ସ ସମାଜରେ ପରିବର୍ତନର ଏକ ଅଂଶ ହେବାକୁ ଯାଉଛି ଏବଂ ଏହା ଅନେକ ଲୋକଙ୍କ ଆଖି ଖୋଲିଦେବ, ଯେତେବେଳେ ସେମାନେ ଦେଖିବେ କିଭଳି ଜଳବାୟୁ ପରିବର୍ତନ କେବଳ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁନାହିଁ ବରଂ ଆପଣଙ୍କର ବ୍ୟକ୍ତିଗତ ଜୀବନକୁ ମଧ୍ୟ ପରିବର୍ତନ କରୁଛି ।
ମେଘାସ୍ ଡାଇଭର୍ସ ସମ୍ପର୍କରେ:
ମେଘାସ୍ ଡାଇଭର୍ସ ହେଉଛି ଏକ ଦିଲ୍ଲୀ ଆଧାରିତ କାହାଣୀ କିନ୍ତୁ ଏହା ଖୁବ୍ ସହଜରେ ଭାରତର ଯେକୌଣସି ସହରର ହୋଇପାରିବ । ଆକାଶ ଓ ତାଙ୍କ ପିତା ସହରର ସବୁଠାରୁ ସମ୍ଭ୍ରାନ୍ତ ଶ୍ରେଣୀର ଅଂଚଳରେ ରହୁଥିଲେ । ତାଙ୍କ ପତ୍ନୀ ନିଜ ପିଲାଙ୍କ ସହ ଘର ଛାଡି ଚାଲି ଯାଇଥିଲେ ଏବଂ ଦିଲ୍ଲୀର ଅତ୍ୟଧିକ ବାୟୁ ପ୍ରଦୂଷଣରୁ ତାଙ୍କୁ ସୁରକ୍ଷିତ ରଖିବା ପାଇଁ ଗ୍ରାମାଂଚଳକୁ ଚାଲିଯାଇଥିଲେ ଏବଂ ଆମେ ସେମାନଙ୍କୁ ପୁଣିଥରେ ଅଦାଲତରେ ଭେଟିଥିଲୁ, ଯେତେବେଳେ ସେମାନେ ଛାଡପତ୍ର ବା ଡାଇଭର୍ସ ପାଇଁ ତର୍କ କରୁଥିଲେ । ଜଳବାୟୁ ପରିବର୍ତନ ଓ ବାୟୁ ପ୍ରଦୂଷଣ ବୈଜ୍ଞାନିକ, ପରିବେଶବିତ୍ ଓ ନୀତି ନିର୍ଦ୍ଧାରକମାନଙ୍କ ଭାଷା ହୋଇଆସୁଥିଲା । ବାୟୁ ଗୁଣବତା ଓ ଅନ୍ୟାନ୍ୟ ସଂଶାଧନରେ ହ୍ରାସ ଆମର ଦୈନନ୍ଦିନ ଜୀବନ, ଅର୍ଥନୀତି, ମଣିଷର ଭାବନା ଓ ଏପରିକି ସମ୍ପର୍କଗୁଡିକୁ ମଧ୍ୟ ପ୍ରଭାବିତ କରୁଛି ।


Share It

Comments are closed.