କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ


ନୂଆଦିଲ୍ଲୀ/ଭୁବନେଶ୍ୱର – ଦେଶର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପାସୱାନଙ୍କ ଅକାଳ ବିୟୋଗ ଅବିଶ୍ୱାସନୀୟ । ନିଜର ରାଜନୈତିକ ଜୀବନରେ ଶ୍ରୀ ପାସୱାନ ସର୍ବଦା ଗରିବ ଏବଂ ଅସହାୟ ଶ୍ରେଣୀର ଲୋକଙ୍କୁ ମୁଖ୍ୟସ୍ରୋତରେ ଯୋଡ଼ିବା ସହ ସେମାନଙ୍କ ସେବା ପାଇଁ ସର୍ବଦା ଉତ୍ସର୍ଗୀକୃତ ଥିଲେ ।
ବ୍ୟକ୍ତିଗତ ଭାବେ ତାଙ୍କ ସହ ସମ୍ପର୍କ ଥିଲା । ସେ ଗରିବ ଓ ଅସହାୟଙ୍କ ପାଇଁ ସମ୍ବେଦନଶୀଳ ଭାବେ ସର୍ବଦା ଚିନ୍ତା କରୁଥିବା ଜଣେ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ବିୟୋଗରେ ଭାରତୀୟ ରାଜନୀତି ଓ ସାମାଜିକ ଜୀବନ ପାଇଁ ଅପୂରଣୀୟ କ୍ଷତି ଘଟିଛି ।
ଏହି ଦୁଃଖଦ ସମୟରେ ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।


Share It

Comments are closed.