ନବବଧୂ ୨୪ ଘଣ୍ଟାରେ ସାଜିଲେ ବିଧବା


କ’ଣ ଆପଣ କେବେ ଶୁଣିଛନ୍ତି କି ଯେଉଁ ବିବାହ ଉତ୍ସବରେ ନବବଧୂକୁ ସଦାସୁଖୀ ରହିବା ପାଇଁ ଲୋକମାନେ ଆର୍ଶୀବାଦ କରିଥାନ୍ତି ସେହି ଝିଅ ସେହିଦିନ ହିଁ ବିଧବା ହୋଇଯିବ । ଆଜ୍ଞା ହଁ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଲୁଧିୟାନାରେ । ଏହି ନବବଧୂ ଜଣଙ୍କ ଭାଗ୍ୟରେ ଏମିତି କ’ଣ ଲେଖାଥିଲା ? ଯାହାକି ତାଙ୍କ ବିବାହ ଉତ୍ସବ ସମୟରେ ତାଙ୍କୁ ବିଧବା କରିଦେଲା ।
ଲୁଧିୟାନାର ରେପଡ ରୋଡସ୍ଥିତ ‘ବେଲେ’ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ଘଟଣାସ୍ଥଳେ ବରର ମୃତ୍ୟୁ ଘଟିଥିଲା, ଯାହାଦ୍ୱାର ଗ୍ରାମରେ ଶୋକାକୂଳ ପରିବେଶ ଛାଇ ଯାଇଥିଲା । ବିବାହପରେ ଅନେକ ଆଶା ନେଇ ଶାଶୁଘର ଆସିଥିବା ନବବଧୂ ଜଣକ ୨୪ ଘଣ୍ଟା ମଧ୍ୟରେ ବିଧବା ବନିଯାଇଥିଲେ । ବିବାହ ପରେ ପାଳନ କରାଯାଉଥିବା ଏକ କାର୍ଯ୍ୟକ୍ରମରେ ହଠାତ ବର ‘ଗଗନଦୀପ ସୋନି’ ଅଚେତ ହୋଇ ତଳେ ଗଳିପଡିଥିଲେ । ଏହା ପରେ ଯେତେବେଳେ ଘର ଲୋକ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିଲେ ସେତେବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ମିଳିଥିବା ସୂଚନା ମୁତାବକ ବର ‘ଗଗନଦୀପ ସିଂହ ସୋନି’ଙ୍କର ଏକ ଇଲେକଟ୍ରୋନିକ ଦୋକାନ ଅଛି । ଗଗନଦୀପଙ୍କର ଏହିଭଳି ମୃତ୍ୟୁ ଯୋଗୁଁ ପରିବାରରେ ଶୋକାକୁଳ ପରିବେଶ ଛାଇ ଯାଇଥିବାବେଳେ ନବବଧୂ ଜଣକ ଉପରେ ଦୁଃଖର ପାହାଡ ଲଦି ହୋଇ ପଡିଛି ।


Share It

Comments are closed.