ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ମିଳିବ ଏତେ ଦରମା ! ଜାଣନ୍ତୁ ଆଉ କେଉଁସବୁ ସୁବିଧା ପାଇବେ


ଆମେରିକା ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଗଣିତ ହୋଇଥାଏ । ଜୋ ବିଡେନ, ସମ୍ପୂର୍ଣ୍ଣ ନାମ ଜୋସେଫ ରବିନ୍ ବିଡେନ ଜୁ ଆଜିଠାରୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର କାର୍ଯ୍ୟଭାର ଗ୍ରହଣ କରିବେ । କହିବାକୁ ଗଲେ ୭୮ ବର୍ଷୀୟ ବିଡେନ୍ ଆମେରିକାର ସର୍ବ ବୟସ୍କ ରାଷ୍ଟ୍ରପତି ହେବେ । ଅନେକଙ୍କ ମନରେ ରାଷ୍ଟ୍ରପତିଙ୍କ ଦରମା ଓ ତାଙ୍କୁ ମିଳୁଥିବା ବିଶେଷ ସୁବିଧା ବିଷୟରେ ଜାଣିବାର ଉତ୍ସାହ ରହିଥିବ । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଅଛୁ ।

ଆମେରିକାରେ ରାଷ୍ଟ୍ରପତି ପଦ ହେଉଛି ସବୁଠାରୁ ଉଚ୍ଚ ପଦ । ଏହି ପଦରେ ସରକାରି କର୍ମଚାରୀଙ୍କ ପରି ଫେଡେରାଲ୍ ଆଇନ୍ ଅନୁସାରେ ମର୍ଯ୍ୟାଦା ଏବଂ ସୀମା ରହିଛି । ରାଷ୍ଟ୍ରପତିଙ୍କ ଦରମା ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଖର୍ଚ୍ଚ ଆଇନ୍ ଅନୁସାରେ ପ୍ରସ୍ତୁତ କରି ରଖାଯାଇଛି । ଆଜି ଶପଥ ନେଇ ସାରିବା ପେରେ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ । ତେବେ ରାଷ୍ଟ୍ରପତି ହେବା ପରେ ବାଇଡେନଙ୍କୁ କେତେ ଟଙ୍କା ଦରମା ମିଳିବ ଏବଂ କଣ କଣ ସୁବିଧା ମିଳିବ ଆସନ୍ତୁ ଜାଣିବା …

ନ୍ୟୁୟର୍କର ଷ୍ଟାଇଲ୍ କାଷ୍ଟର ନାମକ ଏକ ୱେବସାଇଟର ତଥ୍ୟ ଅନୁସାରେ ଆମେରିକାର ଆଇନରେ ରାଷ୍ଟ୍ରପତିଙ୍କ ଦରମା ବାର୍ଷିକ ୪ ଲକ୍ଷ ଡଲାର ରହିଛି । ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୨ କୋଟି ୯୨ ଲକ୍ଷ ଟଙ୍କା ହେବ । ଏହାଛଡ଼ା ରାଷ୍ଟ୍ରପତିଙ୍କୁ ବାର୍ଷିକ ୫୦ ହଜାର ଡଲାର ଖର୍ଚ୍ଚ ଏଲାୱାନ୍ସ ମିଳିବା ସହିତ ୧ ଲକ୍ଷ ଡଲାରର ନନ୍ ଟ୍ୟାକ୍ସେବଲ୍ ଟ୍ରାଭେଲ୍ ଏଲାୱାନ୍ସ ମଧ୍ୟ ମିଳିଥାଏ । ମନୋରଞ୍ଜନ ପାଇଁ ମଧ୍ୟ ରାଷ୍ଟ୍ରପତିଙ୍କୁ ଟଙ୍କା ମିଳିଥାଏ । ଏଥିପାଇଁ ତାଙ୍କୁ ୧୯ ହଜାର ଡଲାର ଦିଆଯାଉଛି । ଯାହାକି ସେ ନିଜର ଓ ତାଙ୍କ ପରିବାରର ମନୋରଞ୍ଜନ ପାଇଁ ଖର୍ଚ୍ଚ କରିପାରିବେ । ତେବେ କହି ରଖୁଛୁ ଯେ, ଫାଷ୍ଟ ଲେଡି ବା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କୈଣସି ଦରମା ମିଳିନଥାଏ ।

୧୭୮୯ ମସିହାରେ ଜର୍ଜ ୱାଶିଂଟନ ଆମେରିକାର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । ସେବେଠାରୁ ଏହି ଦରମାରେ ୫ଥର ବୃଦ୍ଧି କରାଯାଇଛି । ୨୦୦୧ରେ ଏହି ବେତନକୁ ୨ ଲକ୍ଷ ଡଲାରରୁ ୪ ଲକ୍ଷ ଡଲାରକୁ ବୃଦ୍ଧି କରାଯାଇଥିବା କିହାଯାଇଛି । ତେବେ ରାଷ୍ଟ୍ରପତି ଚାହିଁଲେ ଏହି ବେତନକୁ ଅସ୍ୱୀକାର ମଧ୍ୟ କରି ପାରନ୍ତି । ପୋଲିଟିକୋର ତଥ୍ୟ ଅନୁସାରେ ଆମେରିକାର ୩୧ତମ ରାଷ୍ଟ୍ରପତି ହର୍ବର୍ଟ ହୁୱର ୧୯୧୭ ମସିହାରେ ରାଷ୍ଟ୍ରପତି ହୋଇଥିଲେ । ସେ ପ୍ରଥମ ରାଷ୍ଟ୍ରପତି ଭାବେ ଦରମା ଟଙ୍କା ନେବାକୁ ମନା କରିଦେଇଥିଲେ ।


Share It

Comments are closed.