ନ୍ୟୁଜିଲାଣ୍ଡରେ ଭାରତ ପାଇଁ ବିଜୟ ହାସଲ କରିବା ଏତେ ସହଜ ହୋଇନପାରେ


ଆସନ୍ତା କାଲି ଠାରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବାର ଅଛି । ବିରାଟ କୋହଲିଙ୍କ ନେତୃତାଧିନ ଟିମ ନ୍ୟୁଜିଲାଣ୍ଡ ସହ ତାରି ଘରୋଇ ମାଟିରେ ୫ଟି ଦିନିକିଆ ବିଶିଷ୍ଟ ସିରିଜ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ମ୍ୟାଚ ଗତ କାଲି ନେପିୟର ଠାରେ ଖେଳାଯିବ ।
ବିଶ୍ୱ କପ ୨୦୧୯ ପୂର୍ବରୁ ଏହା ହେଉଛି ଭାରତ ପାଇଁ ଶେଷ ଆହ୍ୱାନ । ବର୍ତ୍ତମାନ ସେଥିପାଇଁ ସମସ୍ତଙ୍କ ନଜର ଏହି ସିରିଜ ଉପରେ ରହିଥିବାବେଳେ ତେବେ ଆସନ୍ତୁ ନଜର ପକାଇବା ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଇତିହାସ ସଂପର୍କରେ ।
ଦିନିକିଆ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୦୧ଟି ମ୍ୟାଚ ଖେଳାଯାଇଥିବାବେଳେ ସେଥିରୁ ଭାରତ ୫୧ ଏବଂ ନ୍ୟୁଜିଲାଣ୍ଡ ୪୪ଟି ମ୍ୟାଚରେ ବିଜୟ ହାସଲ କରିଛି ।
ସେହିଭଳି ଭାରତ ନିଜ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ସହ ୩୫ଟି ମ୍ୟାଚ ଖେଳିଥିବାବେଳେ ସେଥିରୁ ୨୬ଟିରେ ବଜୟ ହାସଲ କରିଛି ଏବଂ ୮ଟିରେ ପରାଜୟ ବରଣ କରିଛି ।
ଅନ୍ୟପଟେ ଯଦି ଆମେ ନ୍ୟୁଜିଲାଣ୍ଡ କଥା ଚିନ୍ତା କରିବା ତେବେ ଦଳ ତାଙ୍କ ଘରୋଇ ମାଟିରେ ଭାରତ ଠାରୁ ୩୪ ଟି ମ୍ୟାଚରେ ୨୧ଟିରେ ବିଜୟ ହାସଲ କରିଥିବାବେଳେ ୧୦ଟିରେ ପରାଜୟ ବରଣ କରିଛି ।
ତେବେ ଏହା ଥିଲା ଭାରତର ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ରେକର୍ଡ ସଂପର୍କରେ । ତେବେ ନିକଟ କିଛି ଦିନ ପୂର୍ବରୁ ଭାରତ, ଅଷ୍ଟ୍ରେଲିଆକୁ ତାରି ଘରୋଇ ମାଟିରେ ପରାଜୟ ସ୍ୱାଦ ଚଖାଇ ନୂଆ ଇତିହାସ ରଚିଥିବାବେଳେ ଅନ୍ୟପଟେ ଧୋନି ପୂରା ଫର୍ମରେ ଅଛନ୍ତି । ଯେଉଁଥିପାଇଁ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିବା ଦିଗରେ ବେଶ ଆଶାବାଦୀ ଥିବାର ଜଣାପଡୁଛି ।


Share It

Comments are closed.