“କାଲା ଚଷମା” ଏବଂ “କର ଗଇ ଚୁଲ” ଗୀତରେ ଡ୍ୟାନ୍ସ କଲେ ନ୍ୟୁଜିଲାଣ୍ଡ ପୋଲିସ, ଭିଡିଓ ଭାଇରାଲ


ନ୍ୟୁଜିଲ୍ୟାଣ୍ଡର ଏକ ଭିଡିଓ ଏବେ ସାରା ବିଶ୍ୱରେ ଚହଳ ପକାଇଛି । ଖାସ୍‌ କରି ଭାରତୀୟ ଇଣ୍ଟର୍‌ନେଟ ୟୁଜର୍‌ଙ୍କର ମୁଖ୍ୟ ଆକର୍ଷଣ ହୋଇଛି । ଭିଡିଓରେ ନ୍ୟୁଜିଲ୍ୟାଣ୍ଡର ପୁଲିସ ଫୋର୍ସ ଦିୱାଲି ଉତ୍ସବ ପାଳନ କରୁଥିବା ନଜର ଆସିଛନ୍ତି । ୱେଲିଙ୍ଗଟନ୍‌ ସ୍ଥିତ ନ୍ୟୁଜିଲ୍ୟାଣ୍ଡ ପୁଲିସ କଲେଜରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି । ସହରର ଭାରତୀୟ ସଂଗଠନ ପକ୍ଷରୁ ଦୀପାବଳି ପାଳନ ନିମନ୍ତେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ନ୍ୟୁଜିଲ୍ୟାଣ୍ଡର ମହିଳା ଓ ପୁରୁଷ କର୍ମଚାରୀମାନେ ୟୁନିଫର୍ମରେ ‘କାଲା ଚଷ୍‌ମା’ ଓ ‘କର୍‌ ଗୟି ଚୁଲ୍‌’ ଗୀତରେ ନୃତ୍ୟ କରୁଥିବା ଭିଡିଓରେ ନଜର ଆସିଛନ୍ତି । ଆମ ଦେଶରେ ସମସ୍ତ ପ୍ରକାର ପାର୍ଟି ଓ ଉତ୍ସବ ଆଦିରେ ଏହି ଦୁଇ ବଲିଉଡ୍‌ ଗୀତର ଡିମାଣ୍ଡ ଥାଏ ।

ଏବେ କିନ୍ତୁ ବିଦେଶରେ ଏହା ଖୁବ୍‌ ଲୋକପ୍ରିୟ ହୋଇଛି । ୱେଲିଙ୍ଗଟନ୍‌ ଇଣ୍ଡିଆନ୍‌ ଆସୋସିଏସନ୍‌ ନିଜ ଫେସ୍‌ବୁକ ପେଜ୍‌ରେ ଏହି ଭିଡିଓ ପୋଷ୍ଟ କରିଛି । ପ୍ରଚ୍ଛଦରେ ‘କାଲା ଚଷ୍‌ମା’ ଓ ‘କର୍‌ ଗୟି ଚୁଲ୍‌’ ଗୀତ ପରିବେଷଣ ହେଉଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପୁଲିସ ଫୋର୍ସ ତା’ର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ଦେଶୀ ସଙ୍ଗୀତ ଓ ତାଳକୁ ସେମାନେ ମନଭରି ଉପଭୋଗ । ଗକରିଛନ୍ତି । ବିଶ୍ୱର ବିଭିନ୍ନ କୋଣରେ ବଲିଉଡ୍‌ ପ୍ରତି ଆଦରଓ ଭଲ ପାଇବା ଦେଖିବାକୁ ମିଳୁଛି ।

ଭାରତୀୟ ସଙ୍ଗୀତ ମଧ୍ୟ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ବିଦେଶରେ ଦେଶୀ ମ୍ୟୁଜିକ୍‌ ଲଭର୍‌ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେତିକି ନୁହେଁ, ଦେଶୀ ଗୀତର ତାଳେ ତାଳେ ବେଶ ଆନନ୍ଦରେ ସେମାନେ ନୃତ୍ୟ ମଧ୍ୟ କରୁଛନ୍ତି । ଦେଶୀ ମ୍ୟୁଜିକ୍‌ରେ ନୃତ୍ୟ କରୁଥିବା ନ୍ୟୁଜିଲ୍ୟାଣ୍ଡ ପୁଲିସ ଫୋର୍ସର ଭିଡିଓ ପୋଷ୍ଟ ହେବା ପରେ ଭାଇରାଲ୍‌ ହୋଇଛି । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏହାକୁ ଖୁବ୍‌ ଶେୟାର କରାଯାଉଛି । ଭାରତୀୟ ୟୁଜର୍‌ ଭିଡିଓକୁ ଖୁବ୍‌ ଉପଭୋଗ କରୁଛନ୍ତି ।


Share It

Comments are closed.