ଏବେ ହ୍ୱାଟ୍ସଆପ ବ୍ୟବହାର କରିବା ହେବ ଆହୁରି ସହଜ, ଯୋଡି ହେବ ଏହି ୫ଟି ଫିଚର


ଆଗାମୀ ଦିନରେ ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ଅନେକ ନୂଆ ଫିଚର ମିଳିବ । ଏବେ ହ୍ୱାଟ୍ସଆପ୍ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଉଭୟ ପାଇଁ ଅନେକ ସୁବିଧା ଉପରେ କାମ କରୁଛି । ଆସନ୍ତୁ ଜାଣିବା ଆଗାମୀ ଦିନରେ ୟୁଜର୍ସଙ୍କୁ କେଉଁ ସବୁ ନୂଆ ଫିଚର୍ସ ମିଳିବ ।

ଡିସଆପିଅରିଂ ମୋଡ୍
ହ୍ୱାଟ୍ସଆପ୍ ପୂର୍ବରୁ ମେସେଜ୍ ଗାଏବ୍ କରିବା ସୁବିଧା ପ୍ରଦାନ କରିଆସୁଛି । ଏବେ ସେ ଏହି କ୍ଷମତାକୁ ବିସ୍ତାର କରିବା ଯୋଜନା ଉପରେ କାମ କରୁଛି ।

ମଲ୍ଟିପଲ୍ ଡିଭାଇସ ସପୋର୍ଟ
ହ୍ୱାଟ୍ସଆପ୍ ଅନେକ ମାସ ଧରି ମଲ୍ଟିପଲ୍ ଡିଭାଇସ ସପୋର୍ଟର ପରୀକ୍ଷଣ ଉପରେ କାମ କରୁଛି । ଏବଂ ଖୁବ୍ ଶୀଘ୍ର ଏହି ସୁବିଧା ୟୁଜର୍ସଙ୍କୁ ମିଳିବ । ଏହି ସୁବିଧା ଆସିବା ପରେ ଆପଣ ଗୋଟିଏ ସମୟରେ ଏକାଧିକ ଡିଭାଇରସରେ ନିଜ ହ୍ୱାଟ୍ସଆପ୍ ଖୋଲିପାରିବେ ।

ଭ୍ୟୁ ୱନ୍ସ ଫିଚର
ମାର୍କ ଜୁକରବର୍ଗ ଏହା କହିଛନ୍ତି ଯେ ହ୍ୱାଟ୍ସଆପର ଏକ ‘View Once feature’ ଯୋଡିବା ପାଇଁ ଯୋଜନା ଚାଲିଛି । ଏହା ୟୁଜର୍ସଙ୍କୁ ଫଟୋ ଓ ଭିଡିଓ ସେୟାର କରିବା ପାଇଁ ଅନୁମତି ଦେବ ଯାହାକୁ କେବଳ ଥରେ ଦେଖିହେବ । ଏହା ଇନଷ୍ଟାଗ୍ରାମର ଗାଏବ୍ ହେଉଥିବା ଫଟୋ ବା ଭିଡିଓ ଫିଚର ସହ ସମାନ ହେବ ।

ମିସ୍ଡ ଗ୍ରୁପ୍ କଲ୍ସ
ହ୍ୱାଟ୍ସଆପ ଏମିତି ଏକ ଫିଚର ଉପରେ ମଧ୍ୟ କାମ କରୁଛି ଯାହା ଆପଣଙ୍କୁ ସେହି ଗ୍ରୁପ୍ କଲ୍ସରେ ସାମିଲ ହେବାକୁ ଦେବ, ଯାହାକୁ ଆପଣ ମିସ୍ କରିସାରିଛନ୍ତି । ଏହାର ଅର୍ଥ ଏହା ଯେ ଯଦି କେହି ଆପଣଙ୍କୁ ଗ୍ରୁପ୍ କଲରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିବ ଏବଂ ଆପଣ ସେହି ସମୟରେ ସାମିଲ ହୋଇପାରିବେନି ତେବେ କଲ୍ସ ସମାପ୍ତ ହେବା ପରେ ଆପଣଙ୍କୁ ପରେ ସାମିଲ ହେବାର ବିକଳ୍ପ ମିଳିବ ।

ହ୍ୱାଟ୍ସଆପ ରିଡ ଲେଟର
କମ୍ପାନୀ ରିଡ୍ ଲେଟର ଫିଚର ଉପରେ ମଧ୍ୟ କାମ କରୁଛି । ଏହି ଫିଚର ଆର୍କାଇଭ୍ଡ ଚାଟ୍ ଫିଚରକୁ ରିପ୍ଲେସ୍ କରିବ ଏବଂ ମେସେଜିଂ ଆପର ଟପରେ ଆର୍କାଇଭ୍ଡ ଚାଟକୁ ପୁଣି ସାମ୍ନାକୁ ଆଣିବନି ।


Share It

Comments are closed.