ଭାରତରେ ପାଦ ମଜବୁତ କରୁଛି କରୋନାର ନୂଆ ଷ୍ଟ୍ରେନ ! ବ୍ରିଟେନ ଫେରନ୍ତା ୨୦ ଜଣଙ୍କ ଠାରେ ଦେଖାଦେଇଛି ଲକ୍ଷଣ


ଭାରତରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ବ୍ୟାପୁଥିବାର ଦେଖାଯାଉଛି। ଏପର୍ଯ୍ୟନ୍ତ ବ୍ରିଟେନରୁ ଫେରିଥିବା ୨୦ ଜଣ ଯାତ୍ରୀଙ୍କ ମଧ୍ୟରେ କରୋନା ଭାଇରସର ଏହି ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ଏହାପୂର୍ବରୁ ଦେଶର ବିଭିନ୍ନ ସ୍ଥାନରୁ ୬ଟି ସମାନ ମାମଲା ଚିହ୍ନଟ ହୋଇଥିଲା। ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ହାହାକାର ସୃଷ୍ଟି କରିଛି। ଏହା ପରେ ଭାରତ ବ୍ରିଟେନରୁ ଆସୁଥିବା ଫ୍ଲାଇଟ ଉପରେ ପ୍ରତିବନ୍ଧକ ଲଗାଇଥିଲା।

କିନ୍ତୁ ଏହି ସମୟରେ ଯେତେ ପରିମାଣ ଲୋକ ୟୁକେରୁ ଫେରିଛନ୍ତି । ସେମାନଙ୍କୁ କଡ଼ା ନଜର ରଖାଯାଇଛି । ଏବଂ ସମସ୍ତଙ୍କ ଟେଷ୍ଟ କରାଯିବ ବୋଲି ସରକାର କହିଛନ୍ତି । ତେବେ ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେମାନଙ୍କର ଜେନମ୍ ସିକ୍ୱେସିଂ କରାଯାଉଛି । ଏହାପରେ କରୋନାର ନୂଆ ଷ୍ଟ୍ରେନ୍‌ ଥିବା ନେଇ ସ୍ପଷ୍ଟ ହେଉଛି ।

ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ମେରଠରେ ୨ ବର୍ଷର ଶିଶୁ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଛନ୍ତି । ଶିଶୁର ପରିବାର କିଛି ଦିନ ତଳେ ବ୍ରିଟେନ୍‌ରୁ ଫେରିଥିଲେ । ଯାହାପରେ ଶିଶୁଙ୍କ ସମତେ ମାତା-ପିତାଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ, କିନ୍ତୁ ଶିଶୁ ଠାରେ ହିଁ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ଦେଖାଦେଇଥିଲା । ତେବେ ବୁଧବାର ଦିନ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ରେ ସଂକ୍ରମିତଙ୍କ ତଥ୍ୟ ବେଙ୍ଗାଲୁରୁର, ପୁଣେ, ହାଇଦ୍ରାବାଦ ଲ୍ୟାବ୍‌ରୁ ମିଳିଛି । ବ୍ରିଟେନ୍‌ରୁ ଆରମ୍ଭ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ବର୍ତ୍ତମାନର କୋଭିଡ଼ ଭାଇରସ୍‌ ଠାରୁ ଅଧିକ ବିନାଶକାରୀ । ଭାରତକୁ ଗତ ଗୋଟିଏ ମାସ ମଧ୍ୟରେ ୩୦ହଜାର ଲୋକ ୟୁକେରୁ ଭାରତକୁ ଫେରିଛନ୍ତି । ଯେଉଁଥିରେ କି ୧୦୦ରୁ ଅଧିକ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଆଇଲସୋଲେସନରେ ରଖାଯାଇଛି , ଏବଂ ସମସ୍ତଙ୍କ ଜିରୋମ୍ ସିକ୍ୟୁଏସିଙ୍ଗ କରାଯାଉଛି ।


Share It

Comments are closed.