ନୂଆ ମ୍ୟୁଜିକ୍ ଭିଡିଓରେ ନବୀନ ଓଡ଼ିଶା ଓ ଭିଜନ ୫-ଟି ଅଧୀନରେ ବିକାଶର ପ୍ରଶଂସା


ଭୁବନେଶ୍ୱର: ଦଳଗତ କାର୍ଯ୍ୟ, ପାରଦର୍ଶିତା, ପ୍ରଯୁକ୍ତିବିଦ୍ୟା, ସମୟ ଓ ରୂପାନ୍ତରଣକୁ ନେଇ ଦୂରଦର୍ଶୀ ୫-ଟି ଅଭିଯାନ ଦ୍ୱାରା ପରିଚାଳିତ ଏକ ପରିବର୍ତନମୂଳକ ଯାତ୍ରା ଆରମ୍ଭ କରି ଓଡ଼ିଶା ଏକ ବଡ଼ ପରିବର୍ତନ ଓ ବିକାଶର ଅଗ୍ରଣୀ ସ୍ଥାନରେ ରହିଛି । ଯୁବପିଢ଼ି ଓ ସେମାନଙ୍କ ଆକାଂକ୍ଷା ବିକାଶ ମଡେଲର କେନ୍ଦ୍ରବିନ୍ଦୁ ହୋଇଥିବାରୁ ଏହା ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ବହୁ ପୁରୁଣା ମୌଳିକ ଚାହିଦା ଠାରୁ ଆଗକୁ ବଢ଼ି ଏକ ନୂତନ ଯୁଗର ଶୁଭାରମ୍ଭ କରିଛି ଯାହା ସମଗ୍ର ବିଶ୍ୱରେ ହୋଇଥିବା ଅଗ୍ରଗତି ସହିତ ସମନ୍ୱିତ ହୋଇପାରିଛି ।
ନିକଟରେ ଉନ୍ମୋଚନ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା (ଏଓଏନଓ) ଗୀତ ହେଉଛି ଏହି ସଶକ୍ତୀକରଣ ଯାତ୍ରା ପ୍ରତି ଏକ ଉତ୍ସବର ଗୀତ ଯାହା ପ୍ରଗତି ଓ ସୁଯୋଗର ବର୍ଣ୍ଣନାକୁ ଏକତ୍ରୀତ କରିଛି । ଏହା ସମସାମୟିକ ଓଡ଼ିଶାକୁ ଦର୍ଶାଉଛି । ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ଆକାର ପ୍ରଦାନ କରିବାକୁ ଯାଉଥିବା ଏକ ପିଢ଼ିର ଲୋକମାନଙ୍କୁ ସଶକ୍ତ କରିବା ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ଏହି ଗୀତର ପ୍ରତିଟି ଛନ୍ଦରେ ଚମତ୍କାର ଢଙ୍ଗରେ ଉପସ୍ଥାପନା କରାଯାଇଛି ଏବଂ ପ୍ରତିଟି ଦୃଶ୍ୟରେ ସବୁଜିମାଠାରୁ ଆରମ୍ଭ କରି ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, ବିଳାସପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିହୁମୁଖୀ ଆନ୍ତର୍ଜାତିକ ଷ୍ଟାଡିୟମ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ରାଜ୍ୟ ହାସଲ କରିଥିବା ରୂପାନ୍ତରଣକୁ ତୋଳି ଧରାଯାଇଛି ।
ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବାକୁ ନିଶ୍ଚିତ କରିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଏବଂ ଯୁବବର୍ଗଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ଜରିଆରେ ସମୃଦ୍ଧ କରିବା ଓ ଉଦ୍ୟମିତା ପାଇଁ କାର୍ଯ୍ୟକ୍ରମ ନୂଆ ଓଡ଼ିଶା ଭଳି ଅଭିଯାନ ଉପରେ ଏହି ମ୍ୟୁଜିକ୍ ଭିଡିଓରେ ଗୁରୁତ୍ୱାରୋପ କରାଯାଇଛି । ଲକ୍ଷ୍ମୀ ବସ୍ ସେବା ଓ ମିଶନ ଶକ୍ତି ଦର୍ଶାଉଛି କିଭଳି ସମାଜର ପ୍ରତିଟି ବର୍ଗକୁ ଧ୍ୟାନ ଦିଆଯାଇଛି ।
ଗୀତର ମେଲୋଡ଼ିରେ ଉତ୍ସାହ ଓ ପ୍ରଗତିର ଏକ ସ୍ପଷ୍ଟ ଚିତ୍ର ଅଙ୍କାଯାଇଛି ଯେଉଁଥିରେ ରାଜ୍ୟର ବିକାଶ ଏଜେଣ୍ଡାରେ ଯୁବପିଢ଼ିଙ୍କ ଅଭିଳାଷର ସମନ୍ୱୟ ଥିବା ବେଳେ ସୁଯୋଗ ଓ ସମ୍ଭାବନାରେ ତାହା ପରିପୂର୍ଣ୍ଣ ରହିଛି । ଏହା ଜଣାଉଛି ଯେ ଓଡ଼ିଶାର ଅଭିବୃଦ୍ଧି କେବଳ ଅର୍ଥନୈତିକ ମାନକରେ ନୁହେଁ ବରଂ ରୂପାନ୍ତରୀତ ଜୀବନଶୈଳୀ, ବିଶେଷ କରି ଯୁବବର୍ଗଙ୍କଠାରେ ଦେଖିବାକୁ ମିଳୁଛି । ନୂଆ ପିଢ଼ିର ଉପକରଣକୁ ନେଇ ସେମାନେ ରାଜ୍ୟକୁ ସମୃଦ୍ଧିର ଏକ ସୁବର୍ଣ୍ଣ ଯୁଗ ଆଡ଼କୁ ନେଉଛନ୍ତି-ତାହା ହେଉଛି ନବୀନ ଓଡ଼ିଶା ।
ଏଓଏନ୍‌ଓ ଗୀତର ଲିଙ୍କ: https://www.youtube.com/watch?v=kL68t_g8JRg


Share It

Comments are closed.