ବହୁ ଲୋକପ୍ରିୟ ରିୟାଲିଟି ସୋ ବିଗ ବସ ୧୨ର ନୂତନ ସିଜନର ଅଡିସନ ପ୍ରାରମ୍ଭ ହୋଇ ଯାଇଛି । ଏହି ନୂତନ ସିଜନଟି ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ରିଲିଜ ହେବ । ରାଇଜିଙ୍ଗ ସୁପରଷ୍ଟାର ୨ର ଏକ ଏପିସୋଡରେ ଏହାର ଘୋଷଣା ପରେ ଏହା ଦର୍ଶକଙ୍କ ମଧ୍ୟରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ସୋର ଘରୋଇ ଚ୍ୟାନେଲ କର୍ଲସ ଏହାର ଘୋଷଣା କରିଥିଲେ ମଧ୍ୟ ସୋସିଆଲ ମିଡିଆ ଟ୍ୱିଟର ଆକାଉଣ୍ଟରେ ଏହାର ଘୋଷଣା କରି କହିଛନ୍ତି ଯେ, ଚଳିତ ବର୍ଷ ଶୋରେ ଡବଲ ଧମାଲ କରିବା ପାଇଁ ପ୍ରତିଯୋଗୀମାନଙ୍କୁ ଯୋଡି ହିସାବରେ ପ୍ରବେଶ ପ୍ରଦାନ କରାଯିବ । ଏଥି ପାଇଁ ଏହାର ଅଡିସନ ମଧ୍ୟ ପ୍ରାରମ୍ଭ ହୋଇଯାଇଛି ।
ବିଗ ବସ ୧୨ର ଥିମ ଯୋଡି ରହିବ ଯେଉଁଥିରେ କେବଳ ପତିପତ୍ନୀ କିମ୍ବା ବଏ ଫ୍ରେଣ୍ଡ ଗଲଫ୍ରେଣ୍ଡ ନୁହଁନ୍ତି ମାତ୍ର ଅଭିଭାବକ, ଭାଇ ଭଉଣୀ, ସହକର୍ମୀ ଏବଂ ବନ୍ଧୁ ଅଂଶଗ୍ରହଣ କରିପାରିବେ । ବିଗ ବସର ସମସ୍ତ ସିଜନ ନିଜର କଣ୍ଟ୍ରଭର୍ସିଆଲ କାର୍ଯ୍ୟକଳାପ ପାଇଁ ସର୍ବଦା ଲୋକପ୍ରିୟ ହୋଇ ରହିଛି । ପୂର୍ବ ବର୍ଷ ଦର୍ଶକମାନେ ବିଗ ବସ୍କୁ ଅଭୁତ ପୂର୍ବ ସଫଳତା ମିଳିଥିବା ବେଳେ ଚଳିତ ବର୍ଷ ସେହି ପ୍ରକାରର ସଫଳତା ମିଳିବ ବୋଲି ଆଶା କରାଯାଉଛି ।
ପୂର୍ବରୁ ଶିଳ୍ପା ସେଟ୍ଟୀ, ଅମିତାବ ବଚ୍ଚନ, ସଞ୍ଜୟ ଦତ୍ତ ଏବଂ ଅସର୍ଦ ବର୍ସି ପ୍ରମୁଖ ହୋଷ୍ଟ କରିସାରିଛନ୍ତି । ବିଗତ ୮ ବର୍ଷ ଧରି ସଲମାନ ଖାନ ଏହି ସୋର ହୋଷ୍ଟିଙ୍ଗ କରୁଥିବା ବେଳେ ଏହି ସିଜନର ହୋଷ୍ଟିଙ୍ଗ ମଧ୍ୟ ସଲମାନ କରିବେ ବୋଲି ଆଶା କରାଯାଉଛି ।
Prev Post
Next Post
Comments are closed.