କଂଗ୍ରେସର ନୂଆ ଅଧ୍ୟକ୍ଷ ନିଯୁକ୍ତି ଆଜି


ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ପରେ ଦଳର ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା ପରେ ଦୀର୍ଘଦିନ ହେବ ଏହି ପଦବୀ ଖାଲି ରହିଥିଲା । ସେଥିପାଇଁ କଂଗ୍ରେସର ନୂଆ ଅଧ୍ୟକ୍ଷ ନିଯୁକ୍ତି ସଂପର୍କରେଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଏହାର ନିଷ୍ପତି ନିଆଯିବ । ଏଥର ଗାନ୍ଧୀ ପରିବାରକୁ ଛାଡି ଦଳ ମଧ୍ୟରୁ କେହି ଯୋଗ୍ୟ ନେତାଙ୍କ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତି କରାଯିବ ବୋଲି ୟୁପିଏ ଅଧ୍ୟକ୍ଷା ତଥା କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହି ସାରିଥିବାବେଲେ ଦଳର କର୍ମକର୍ତ୍ତାଙ୍କ ମନରେ ବର୍ତ୍ତମାନ ଉତ୍ସାହର ଲହରୀ ଖେଳିଯାଇଛି ।
ତେବେ କଂଗ୍ରେସ ଅଧ୍ୟକ୍ଷ ଦୌଡର ସର୍ବାଗ୍ରେ ପୂର୍ବତ୍ତନ ମନ୍ତ୍ରୀ ‘ମୁକୁଲ ୱାସନିକ’ ରହିଥିବାବେଳେ ଅନ୍ୟପଟେ ଦଳର ସାଙ୍ଗଠନିକ ନିର୍ବାଚନ ନହେବା ପର୍ଯ୍ୟନ୍ତ ତାଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତି କରାଯାଇପାରେ ବୋଲି କୁହାଯାଇଛି । ଅନ୍ୟ ପକ୍ଷରେ ଜ୍ୟୋତିରାଦିତ୍ୟା ସିନ୍ଧିଆ, ସଚିନ ପାଇଲଟଙ୍କ ନାମ ଚର୍ଚ୍ଚାରେ ରହିଛି । ମିଳିଥିବା ସୂଚନା ମୁତାବକ ସିଡବ୍ଲ୍ୟୁସ ବୈଠକ ବସିବା ପୂର୍ବରୁ ଶୁକ୍ରବାର ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଦଳର ବରିଷ୍ଠ ନେତା ଏ.କେ ଆଣ୍ଟୋନୀ, ଅହମ୍ମଦ ପଟେଲ, କେ.ଭି ବେଣୁଗୋପାଲ ପ୍ରମୁଖ ଏନେଇ ଆଲୋଚନା କରିଥିଲେ । ତେବେ କିଏ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ହେବ ତାହା ଆଜି ଆଲୋଚନା ହେବ ।


Share It

Comments are closed.