ଘରେ ବୁଢ଼ିଆଣୀ ଜାଲ ଥିଲେ ତୁରନ୍ତ ହଟାଇଦିଅନ୍ତୁ, ନଚେତ ହୋଇପାରେ ସମସ୍ୟା


ଘରକୁ ସୁନ୍ଦର ରଖିବା ପାଇଁ ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ଘରେ ବୁଢିଆଣି ଜାଲ ଲାଗିଥାଏ ତେବେ ତାହାକୁ ତୁରନ୍ତୁ ସଫା କରିବା ଉଚିତ୍ । ବାସ୍ତୁ ଅନୁସାରେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହା ଘରେ ନକାରାତ୍ମକ ଶକ୍ତି ଆଣିଥାଏ । ଏଥି ସହିତ, ଅନେକ ସମସ୍ୟାର ସାମ୍ନା କରିବାକୁ ମଧ୍ୟ ପଡିଥାଏ ,ଯେପରିକି…

୧. ଘରକୁ ଭଲ ଭାବରେ ସଫା କରିବା ଅତ୍ୟନ୍ତ ଜରୁରୀ । ଏହା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ । ଏପରି ଘରେ, ଯେଉଁଠାରେ ମଇଳା ଏବଂ ବୁଢିଆଣି ଜାଲ ରହଥାଏ ସେଠାରେ ଟଙ୍କା ରହେ ନାହିଁ । ଏହା ସହିତ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସାମ୍ନା ସୃଷ୍ଟି କରିଥାଏ ।

୨. ଯୋଉଁ ଘରର କାନ୍ଥ ଏବଂ ଛାତଗୁଡିକରେ ବୁଢିଆଣି ଜାଲ ରହିଥାଏ ସେଠାରେ ନକାରାତ୍ମକ ଶକ୍ତି ବଢିଥାଏ । ଏହା ବ୍ୟତୀତ ଘରର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

୩. ଅନେକ ଦିନ ଧରି ଘରେ ବୁଢିଆଣି ଜାଲ ରହିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଏହା ଘରର ସଦସ୍ୟମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ ।

୪. ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ବୁଢିଆଣି ଜାଲ ଦେଖାଯାଏ ସେହି ଘରେ ସବୁବେଳେ ସଙ୍କଟ ଘେରି ରହିଥାଏ । ସେହି ଘରର ସଦସ୍ୟମାନଙ୍କୁ ସର୍ବଦା କୌଣସି ନା କୌଣସି ଅସୁବିଧାର ସମ୍ମୁଖୀନ ହୋବାକୁ ପଡିଥାଏ । ଏହା ସହିତ, ବାରମ୍ବାର ବିଫଳତା ମଧ୍ୟ ହାସଲ ହୋଇଥାଏ ।

୫. ଯେତେବେଳେ ବି ଘରେ ବୁଢିଆଣି ଜାଲ ହୋଇଥାଏ ଏହାକୁ ତୁରନ୍ତ ସଫା କରିବା ଉଚିତ୍ । ନଚେତ୍ ବିଫଳତା ସହିତ ଦୁର୍ଭାଗ୍ୟ ଏବଂ ଅର୍ଥର ଅଭାବ ସୃଷ୍ଟି କରିଥାଏ ।


Share It

Comments are closed.