ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ୨୦୨୧: ଏହି ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ ସୁବାଷ ଚନ୍ଦ୍ର ବୋଷ


ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଆଜି ୨୩ ଜାନୁଆରୀରେ ପାଳନ କରାଯାଉଛି। ଏହାକୁ ସାରା ଦେଶରେ ପରାକ୍ରମ ଦିବସ ଭାବରେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନେତାଜୀଙ୍କ ଜୀବନୀ ଏବଂ କଠୋର ବଳିଦାନ ଆଜିର ଯୁବକମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ |ଆଜି ତାଙ୍କ ଜନ୍ମତିଥି ଅବସରରେ ନେତାଜୀଙ୍କୁ ମନେ ପକାଉଛି ସାରା ଦେଶ । ଆଜାଦ୍‍ ହିନ୍ଦ୍‍ ଫୌଜର ପ୍ରଣେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ସଭିଏଁ ଅଳ୍ପ ବହୁତ ଜାଣିଥିବେ ଓ ଶୁଣିଥିବେ। ମାତ୍ର ହୁଏତ ଆପଣ ଜାଣି ନଥିବେ ସେ କେଉଁ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ।
– ନେତାଜୀ ନିୟମିତ ଭାତ, ଡ଼ାଲି, ପୁରୀ ଓ ଦହି ଖାଉଥିଲେ।
– ଫଳ ମଧ୍ୟରେ ସେ ପ୍ରତିଦିନ ନିଶ୍ଚୟ କଦଳୀ ଖାଇବା କେବେ ମଧ୍ୟ ଛାଡ଼ିନଥିଲେ।
– ସେ ମିଠା ମଧ୍ୟରେ ରସଗୋଲା, ଚମଚମ, ପିଠାପୁଲି ଓ ସନ୍ଦେଶ ଖାଇବାକୁ ଖୁବ ପସନ୍ଦ କରୁଥିଲେ। ଯେଉଁସମୟରେ ତାଙ୍କର ଏହି ସୁସ୍ୱାଦୁ ମିଠା ଖାଇବାକୁ ଇଚ୍ଛା କରୁଥିଲେ, ସେ ନିଶ୍ଚୟ ଖାଉଥିଲେ।
– ନେତାଜୀ ସକାଳୁ ଆରମ୍ଭ କରି ସନ୍ଧ୍ୟା ଯାଏଁ ଲବଙ୍ଗ, ଗୁଜୁରାତି ଓ ଗୁଆ ଚୋବାଇବାକୁ ଖୁବ ପସନ୍ଦ କରୁଥିଲେ।
– ଏହା ବ୍ୟତୀତ ସେ ଯେତେ ଭୋଜନ ପ୍ରେମୀ ଥିଲେ, ଖାଦ୍ୟ ପ୍ରସ୍ତୁତ କରିବା ମଧ୍ୟ ତାଙ୍କର ଏକ ସଉକ ଥିଲା।
– ସିଙ୍ଗାପୁରରେ ଥିବା ସମୟରେ ସେ ପ୍ରତିଦିନ ନିଶ୍ଚୟ କଫି ପିଉଥିଲେ।
– ରାତି ଖାଦ୍ୟରେ ସେ ନିଜ ଅତିଥିମାନଙ୍କୁ ପାଳଙ୍ଗ, ଲାଉର ବ୍ୟଞ୍ଜନ ଓ ଫଳ ମଧ୍ୟରେ କଦଳୀ , ସେଓ ନିଶ୍ଚୟ ଖୁଆଉଥିଲେ।
– ନେତାଜୀ ନିଜେ ଖାଦ୍ୟପ୍ରେମୀ ଥିଲେ ଓ ଅନ୍ୟଙ୍କୁ ଖୁଆଇବାକୁ ମଧ୍ୟ ବେଶ ପସନ୍ଦ କରୁଥିଲେ।
– ସେ ସମ୍ପୂର୍ଣ୍ଣ ନିରାମିଷ ଖାଇବାକୁ ଇଚ୍ଛା କରିଥିଲେ ମଧ୍ୟ ମାଛ ଖାଇବା ଛାଡ଼ିପାରିନଥିଲେ। ଏହି କଥା ସେ ନିଜ ମା’ଙ୍କୁ ଏକ ଚିଠି ମାଧ୍ୟମରେ ଲେଖି ଜଣାଇଥିଲେ।


Share It

Comments are closed.