ବ୍ରେକଅପ ପରେ ଭାଙ୍ଗିପଡିଛନ୍ତି ନେହା, ଏପରି କିଛି କୋହଭରା ଷ୍ଟାଟସ ଦେଇ ନିଜ ଦୁଃଖ ପ୍ରକାଶ କଲେ


ବଲିଉଡର ଲୋକପ୍ରିୟ ଗାୟିକା ‘ନେହା କକର’ଙ୍କର ବ୍ରେକଅପ ହୋଇସାରିଛି । ଆପଣ ଜାଣିଥିବେ ଯେ, ନେହା ଅନେକ ଦିନ ହେବ ବଲିଉଡ ଅଭିନେତା ହିମାଂଶ କୋହଲିଙ୍କ ସହ ରିଲେସନସିପରେ ଥିବାବେଳେ ଏବେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ତେବେ ହିମାଂଶ ଏବଂ ନେହାଙ୍କ ମଧ୍ୟରେ ବ୍ରେକଅପ ହେବା ପରେ ନେହା ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ନିଜ ଉଦବେଗ୍ ପ୍ରକାଶ କରିବା ସହ ହୃଦୟର କଥା ମଧ୍ୟ କହିଛନ୍ତି ।
ନେହା ବ୍ରେକଅପ ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛନ୍ତି । ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଏକ କୋହଭରା ଷ୍ଟାଟସ ମଧ୍ୟ ଦେଇଛନ୍ତି । ନେହାଙ୍କର ଏହି ଷ୍ଟାଟସକୁ ଦେଖି ତାଙ୍କର ପ୍ରସଂଶକମାନେ ମଧ୍ୟ ଭାଙ୍ଗିପଡିଛନ୍ତି । ଉଭୟଙ୍କ ମଧ୍ୟରେ ସବୁ ଠିକ ଠାକ ଚାଲିଥିବାବେଳେ ହଠାତ କିପରି ଏହି ସବୁ ଘଟଣା ଘଟିଗଲା ତାହା ବର୍ତ୍ତମାନ ସୁଧା କାହାକୁ ଜଣା ପଡୁ ନାହିଁ ।

ବର୍ତ୍ତମାନ ପରସ୍ଥିତି ଏଭଳି ହୋଇଗଲାଣି ଯେ, ଉଭୟ ପରସ୍ପରଙ୍କୁ ସୋସିଆଲ ମିଡିଆର ସବୁ କ୍ଷେତ୍ରରୁ ଅନଫଲୋ ମଧ୍ୟ କରିସାରିଲେଣି । ନେହା ନିଜ ଇନଷ୍ଟାଗ୍ରାମ ଷ୍ଟାଟସରେ କୋହଭରା ବାର୍ତ୍ତା ଦେଇ ଲେଖି କହିଛନ୍ତି ଯେ, ‘ମୋତେ ଜଣା ନାହିଁ ଦୁନିଆରେ ଏତେ ଖରାପ ମଣିଷ ବି ଅଛନ୍ତି । ଛାଡ ସବୁ କିଛି ହରାଇ ଏବେ ହୋସରେ ଆସିଲାବେଳକୁ କଣ ହେଲା । ’
ପ୍ରକାଶ ଥାଉକି ହିମାଂଶ ଯେତେବେଳେ ଇଣ୍ଡିଆଲ ଆଇଡଲ ସେଟରେ ନେହାଙ୍କୁ ସରପ୍ରାଇଜ ଦେବା ପାଇଁ ପହଞ୍ଚିଥିଲେ ସେତେବେଳେ ଉଭୟଙ୍କ ବିବାହ ଖୁବ ଶୀଘ୍ର ହେବ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା ।


Share It

Comments are closed.