ବିବାହର ଦୁଇ ଦିନ ପୂର୍ବରୁ ସମସ୍ତଙ୍କୁ କ୍ଷମା ମାଗିଲେ ନେହା, ଜାଣନ୍ତୁ କାରଣ


ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ବର୍ତ୍ତମାନ ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ଇଣ୍ଡିଆନ ଆଇଡଲରେ ବର୍ତ୍ତମାନ ଆଦିତ୍ୟ ଏବଂ ନେହାଙ୍କ ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉଭୟଙ୍କ ବିବାହ ଆସନ୍ତା ୧୪ ଫେବୃଆରୀରେ ଇଣ୍ଡିଆନ ଆଇଡଲ ସେଟରେ ହେବାକୁ ଥିବାବେଳେ ଏହାକୁ ଦେଖିବା ପାଇଁ ସମସ୍ତେ ଉତ୍ସୁକତାର ଚାହିଁ ମଧ୍ୟ ରହିଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ନେହା ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଥିବା ଦେଖିବାକୁ ମିଳିଛି ।

ପ୍ରକାଶ ଥାଉକି, ୧୦ ଫେବୃଆରୀ ଆଦିତ୍ୟ ଏବଂ ନେହାଙ୍କ ବହୁପ୍ରତୀକ୍ଷିତ ଗୀତ ‘ଗୋଆ ବିଚ’ ରିଲିଜ ହେବାକୁ ଥିବାବେଳେ କେତେକ ସମସ୍ୟା ପାଇଁ ଏହି ଗୀତଟି ୧୦ ଫେବୃଆରୀରେ ରିଲିଜ ହୋଇପାରି ନଥିଲା । ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି କି “ଆମେ ପରସ୍ପରକୁ ଭୁଲ ମାଗୁଛୁ, ଗୋଆ ବିଚର ଭିଡିଓ ୧୧ ଫେବୃଆରୀରେ ରିଲିଜ ହେବ । ଆପଣ ସମସ୍ତଙ୍କ ଧର୍ଯ୍ୟ ଏବଂ ଭଲ ପାଇବା ପାଇଁ ଧନ୍ୟବାଦ ।”


Share It

Comments are closed.