ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା, ପ୍ରଥମ ଭାରତୀୟ ଭାବେ ଜିତିଲେ ଡାଇମଣ୍ଡ ଲିଗ୍ ଟ୍ରଫି


ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଆଉ ଏକ ବିଶ୍ୱ କିର୍ତ୍ତୀମାନ । ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ହାତେଇଛନ୍ତି ନୀରଜ । ସୁଇଜରଲ୍ୟାଣ୍ଡ ଜୁରିଚରେ ଅନୁଷ୍ଠିତ ଡାଇମଣ୍ଡ ଲିଗ ଫାଇନାଲରେ ୮୮.୪୪ ମିଟର ଜାଭେଲିନ୍ ଫିଙ୍ଗି ଟାଇଟଲ ଜିତିଛନ୍ତି । ଖରାପ ଆରମ୍ଭ ସତ୍ତ୍ୱେ ଦ୍ୱିତୀୟ ଉଦ୍ୟମରେ ୮୮.୪୪ ମିଟର ଫିଙ୍ଗି ଚମ୍ପିଆନ ହୋଇଛନ୍ତି ସୁନା ପୁଅ ନୀରଜ।
ଫାଇନାଲ ରାଉଣ୍ଡରେ ନୀରଜ ୮୮.୪୪ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ ନୀରଜ । ଅନ୍ୟ କୌଣସି ପ୍ରତିଯୋଗୀ ତାଙ୍କ ସମକକ୍ଷ ହୋଇ ପାରିନଥିଲେ । ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ ହୋଇଥିଲା । ପରବର୍ତ୍ତୀ ପ୍ରୟାସରେ ସେ ୮୮.୪୪ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ଏହାପରେ ସେ ଯଥାକ୍ରମେ ୮୮.୦୦ ମିଟର, ୮୬.୧୧ ମିଟର, ୮୭.୦୦ ଓ ୮୩. ୬୦ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ । ଅଲମ୍ପିକ ରୌପ୍ୟ ପଦକ ବିଜେତା ଜାକୁବ ଭେଦଡେଜ ସର୍ବାଧିକ ୮୬, ୯୪ ମିଟର ଦୂର ଜାଭେଲିନ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହି ସନ୍ତୁଷ୍ଟ ହୋଇଥିଲେ । ଜର୍ମାନୀର ଜୁଲିଆନ ୱେବର ୮୩.୭୩ ମିଟର ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ ।
ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଥିଲେ ନୀରଜ । ତୃତୀୟ ଉଦ୍ୟମରେ ୮୮ ମିଟର ଓ ଚତୁର୍ଥ ପ୍ରୟାସରେ ୮୬.୧୧ ମିଟର ଓ ପଞ୍ଚମ ଉଦ୍ୟମରେ ୮୭ ମିଟର ଓ ଶେଷରେ ୮୬.୯୪ ମିଟର ଜାଭେଲିନ ଫିଙ୍ଗି ଏହି ସଫଳତା ପାଇଥିଲେ ନୀରଜ । ଏହା ପରେ ବିଶ୍ୱ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ, ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ ନୀରଜ । ବିଶ୍ୱ ଚମ୍ପିଆନସିପରେ ଆହତ ପରେ ବର୍ମିଂହାମରେ ଜୁଲାଇ ୨୮ରୁ ଅଗଷ୍ଟ ୮ରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ପଡିଥିଲେ । ତେବେ ସେ ସୁସ୍ଥ ହେବାପରେ ଡାଇମଣ୍ଡ ଲିଗରେ ଭାଗ ନେଇଥିଲେ । ଜବରଦସ୍ତ ପ୍ରଦର୍ଶନ କରି ଡାଇମଣ୍ଡ ଲିଗ ଟ୍ରଫି ହାତେଇଛନ୍ତି ନୀରଜ । ପୂର୍ବରୁ ୨୦୧୭ ଓ ୨୦୧୮ରେ ଡାଇମଣ୍ଡ ଲିଗରେ ଭାଗ ନେଇ ଯଥାକ୍ରମେ ସପ୍ତମ ଓ ଚତୁର୍ଥ ସ୍ଥାନରେ ରହିଥିଲେ ।


Share It

Comments are closed.