ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ କୁଲାପିଟା ଗ୍ରାମରେ ନୂତନ ଅଙ୍ଗନବାଡ଼ି ଘର ଲୋକାର୍ପିତ


କଳିଙ୍ଗନଗର, ଜୁଲାଇ ୨୬, ୨୦୨୪: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌) ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ସାଳିଜଙ୍ଗା ପଞ୍ଚାୟତର କୁଲାପିଟା ଗ୍ରାମର ବାସିନ୍ଦାଙ୍କୁ ଉନ୍ନତ ଶିକ୍ଷା ଭିତ୍ତିଭୂମି ଯୋଗାଇଦେବା ଉଦ୍ଦେଶ୍ୟରେ ଶୁକ୍ରବାର ଏକ ‘ନୂତନ ଅଙ୍ଗନବାଡ଼ି ଘର’ ଲୋକାର୍ପିତ କରାଯାଇଛି ।

ଏହି ଉଦ୍ଘାଟନୀ ଉତ୍ସବରେ ନୀଳାଚଳ ଇସ୍ପାତ ନିଗମର ଏମ୍‌ଡି ତଥା ସିଇଓ ସୁଧୀର ମେହେତା, ଯାଜପୁର ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ନନ୍ଦିନୀ ପ୍ରଭା ଲେଙ୍କା, ସାଳିଜଙ୍ଗା ପଞ୍ଚାୟତର ସରପଞ୍ଚ ବିଜୟଲକ୍ଷ୍ମୀ ଦାସ, କୁଲାପିଟା ୱାର୍ଡ ମେମ୍ବର ଲଙ୍କା ବୁଦୁଲି, ଟିଏସ୍‌ଏଫ ମୁଖ୍ୟ ଆଲେନ୍ ଜୋସେଫଙ୍କ ସମେତ ସ୍ଥାନୀୟ ଅଞ୍ଚଳର କମ୍ୟୁନିଟି ସଦସ୍ୟ ଓ ଟିଏସ୍‌ଏଫର ଅଧିକାରୀମାନେ ଉପସ୍ଥିତ ଥିଲେ ।

ନୀଳାଚଳ ଇସ୍ପାତ ନିଗମ ଅନୁଦାନରେ ନିର୍ମିତ ଏହି ନୂତନ ଅଙ୍ଗନବାଡି ଘର ନିକଟବର୍ତ୍ତୀ ଅଞ୍ଚଳର ୧୪୫ଟି ଅନୁସୂଚିତ ଜନଜାତି ପରିବାରର ୨୪ ଜଣ ପିଲାଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବ, ଯେଉଁମାନେ ନିୟମିତ ଭାବେ କେନ୍ଦ୍ରକୁ ଆସନ୍ତି । ଅସ୍ଥାୟୀ ପୁରୁଣା ଅଙ୍ଗନବାଡି ଘର ଆଜବେଷ୍ଟସ୍ ଛାତ ଥିବାରୁ ବର୍ଷାଦିନେ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ ପିଲାମାନଙ୍କୁ ସେହି ସମସ୍ୟା ଭୋଗିବାକୁ ପଡିବ ନାହିଁ ।

ନୂଆ ଅଙ୍ଗନବାଡ଼ି ଘର ନିର୍ମାଣ ବ୍ୟତୀତ ଟିଏସଏଫର ପୁବ୍ଲିକ ହେଲ୍ଥ ଟିମ୍ ସାଳିଜଙ୍ଗା ପଞ୍ଚାୟତ ଅଧୀନରେ ଥିବା ୩ଟି ଗାଁ ଯଥା ଭୁବନାଡାହି, ଛୋଟ କୁଲାପିଟା ଓ ବଡ଼ କୁଲାପିଟାର ୨୯ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି । ଏହା ସହିତ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋଷ୍ଠୀ ଭିତ୍ତିକ ପୋଷଣ କାର୍ଯ୍ୟକ୍ରମ ଏବଂ ସଚେତନତା ଅଭିଯାନ ମାଧ୍ୟମରେ ପୁଷ୍ଟିହୀନତାର ମୁକାବିଲା ଉପରେ ଗୁରୁତ୍ୱ ଦେଉଛି । ଏହାର ଉଦ୍ଦେଶ୍ୟ ହେଉଛି ମା ଏବଂ ପିଲାମାନଙ୍କ ମଧ୍ୟରେ ଖାଦ୍ୟ ଅଭ୍ୟାସରେ ଉନ୍ନତି ଆଣିବା, ଉତ୍ତମ ପୁଷ୍ଟିକର ଫଳାଫଳ ସୁନିଶ୍ଚିତ କରିବ ।


Share It

Comments are closed.