ନୀଳାଚଳ ଇସ୍ପାତ ଓ ଟିଏସଏଫ ପକ୍ଷରୁ ଦାନଗଦୀସ୍ଥିତ ନୀଳାଚଳ ହାଇସ୍କୁଲରେ ନବନିର୍ମିତ ଦୁଇଟି ଅତିରିକ୍ତ ପ୍ରକୋଷ୍ଠ ଲୋକାର୍ପିତ
ସ୍ଥାନୀୟ ଅଞ୍ଚଳର ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ ଆଇଏନ୍ ଏଲ୍ ) ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ପକ୍ଷରୁ ଦାନଗଦୀ ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା ସ୍ଥିତ ନୀଳାଚଳ ହାଇସ୍କୁଲର ୨୧୦୦ ବର୍ଗ ଫୁଟ ଅଞ୍ଚଳରେ ନବନିର୍ମିତ ଦୁଇଟି ଅତିରିକ୍ତ ପ୍ରକୋଷ୍ଠ ମଙ୍ଗଳବାର ଲୋକାର୍ପଣ କରାଯାଇଛି।
ନବନିର୍ମିତ ଏହି ଦୁଇ ପ୍ରକୋଷ୍ଠକୁ ଏନ୍ଆଇଏନ୍ଏଲ୍ର ପରିଚାଳନା ନିର୍ଦେଶକ ତଥା ସିଇଓ ସୁଧୀର କୁମାର ମେହେଟ୍ଟା ଉଦଘାଟନ କରିଥିଲେ। ଏହି ଅବରସରରେ ନଡିଆଭଙ୍ଗା ସରପଞ୍ଚ ରସ୍ମିତା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସ୍ଥାନୀୟ ଗ୍ରାମବାସୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ଏହି ନବନିର୍ମିତ ଦୁଇଟି ପ୍ରକୋଷ୍ଠ ମଧ୍ୟରୁ ଗୋଟିଏ ଶ୍ରେଣୀଗୃହ ଏବଂ ଅନ୍ୟଟି ପ୍ରଶାସନିକ କାର୍ଯ୍ୟାଳୟ ପାଇଁ ବ୍ୟବହାର ହେବ। ଯାହା ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ଅବଶ୍ୟକତାକୁ ପୂରଣ କରିବ।
ଏଥି ସହିତ ଟିଏସଏଫ ଓ ଏନଆଇଏନଏଲ ସ୍କୁଲର ଅର୍ଦ୍ଧ ନିର୍ମିତ ପାଚେରୀର ନିର୍ମାଣ କାର୍ଯ୍ୟ ଶେଷ କରିବେ। ଯାହା ବିଦ୍ୟାଳୟର ପରିବେଶର ସୁରକ୍ଷା ଏବଂ ନିରାପତ୍ତା ବୃଦ୍ଧି କରିବ। ଛାତ୍ରଛାତ୍ରୀମାନେ ଯେପରି ଏକ ସୁରକ୍ଷିତ ସ୍ଥାନରେ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଖେଳକୁଦ କରିପାରିବେ ତାହା ସୁନିଶ୍ଚିତ କରିବ।
ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସାମଗ୍ରିକ ଶିକ୍ଷା ପ୍ରଦାନ କରୁଥିବା ନୀଳାଚଳ ହାଇସ୍କୁଲ ନଡିଆଭଙ୍ଗା ଗ୍ରାମ ପଞ୍ଚାୟତର ଏକମାତ୍ର ହାଇସ୍କୁଲ ଅଟେ। ବର୍ତ୍ତମାନ ଏଠାରେ ୨୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଯାହା କି ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ଶିକ୍ଷଣ ବାତାବରଣ ସୃଷ୍ଟି କରିବାର ଗୁରୁତ୍ୱ ବହନ କରିବ।
ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅନୁକୂଳ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଟିଏସଏଫ ଏବଂ ଏନଆଇଏନଏଲର ମିଳିତ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ପୁଞ୍ଜିନିବେଶ କରି ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରି ସଶକ୍ତ କରାଇବ। ଏହା ସେମାନଙ୍କର ଶିକ୍ଷଣ କ୍ଷମତା ବୃଦ୍ଧି ହେବ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବ।
Comments are closed.