ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶର ୪୪ % ଲୋକ ଚାହୁଁଛନ୍ତି ଯୁଦ୍ଧ


ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବର୍ତ୍ତମାନେ ଦେଶରେ ପାକିସ୍ତାନକୁ ନେଇ ପ୍ରତିଶୋଧ ମନୋଭାବ ଚରମ ସୀମୀରେ ପହଞ୍ଚିଛି । ସହିଦ ହୋଇଥିବା ୪୦ରୁ ଉଦ୍ଧ୍ୱର୍ ଯବାନଙ୍କ ପ୍ରତିଶୋଧ ନେବା ପାଇଁ ଦେଶର କୋଣ ଅନୁକୋଣରେ ବର୍ତ୍ତମାନ ସ୍ୱର ତୀବ୍ର ହେବାରେ ଲାଗିଛି । ଆକ୍ରୋଶମୂଳକ ଲୋକମାନେ ରାସ୍ତାକୁ ଓହ୍ଲାଇ ପାକିସ୍ତାନ ବିରୋଧରେ ନାରାବଜୀ କରିବା ସହ ଭାରତ ତରଫରୁ ପାକିସ୍ତାନକୁ ଉଚିତ ଶିକ୍ଷା ଦିଆଯିବା ନିହାତି ଆବଶ୍ୟକ ବୋଲି ସମସ୍ତେ ସ୍ୱର ଉଠାଉଛନ୍ତି ।
ତେବେ ଏତଦବାଦ ହୋଇଥିବା ଏକ ସର୍ଭେ ଅନୁଯାୟୀ ପାକିସ୍ତାନ ବିରୋଧରେ ଭାରତର ୪୬ ପ୍ରତିଶତ ଲୋକେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଦାବି କରୁଛନ୍ତି ।
ଦେଶର ୪୬ ପ୍ରତିଶତ ଜନସାଧାରଣ କହୁଛନ୍ତି ଯେ, ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ଯୁଦ୍ଧ ହେବା ନିହାତୀ ଆବଶ୍ୟକ । ଏବଂ ୩୧ ପ୍ରତିଶତ ଜନସାଧାରଣଙ୍କ ମତ ଏହା ଯେ, ପାକିସ୍ତାନକୁ ସାରା ବିଶ୍ୱରେ ଏକ ଘୋରିଆ କରାଇ ଦିଆଯାଉ ଓ ୨୧ ପ୍ରତିଶତ ଲୋକଙ୍କ ମତ ଏହା ଯେ, ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ହେବା ନିହାତୀ ଆବଶ୍ୟକ ।
ପ୍ରକାଶ ଥାଉକି ଗତ ୧୪ ତାରିଖ ଦିନ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ବିସ୍ପୋରଣରେ ୪୪ ଜଣ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପାଇଁ ପାକିସ୍ତାର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମୁହମ୍ମଦ ନିଜକୁ ଦାୟୀ କରିଥିଲା ।


Share It

Comments are closed.