ଡ୍ରଗ୍ସ ମାମଲାରେ ଭାରତୀ ସିଂଙ୍କ ସ୍ୱାମୀ ହର୍ଷଙ୍କୁ ଗିରଫ କଲା ଏନସିବି, ନିଶା ସେବନ କରୁଥିବା ନେଇ କଲେ ସ୍ବୀକାର


ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ପରେ ଏବେ ଡ୍ରଗ୍ ମାମଲାରେ ଏନସିବି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରିଛି। ଏହାକୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ ନିଶ୍ଚିତ କରିଛନ୍ତି। ଶନିବାର ଦିନ ଭାରତୀ ଏବଂ ହର୍ଷଙ୍କ ଘରେ ରେଡ କରାଯାଇଥିଲା ଯେଉଁଥିରେ ସେମାନଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଥିଲା। କେବଳ ଏତିକି ନୁହେଁ, ଏନସିବି ଅଧିକାରୀଙ୍କ ସହ ପଚରାଉଚରା ବେଳେ ହର୍ଷ ଏବଂ ଭାରତ ନିଶା ସେବନ କରିଥିବା ସ୍ୱୀକାର କରିଛନ୍ତି।

ପ୍ରକାଶଥାଉ ଯେ ଘରେ ଗଞ୍ଜେଇ ମିଳିବା ପରେ ଭାରତୀ ଏବଂ ହର୍ଷଙ୍କୁ ଏନସିବି କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡକାଯାଇଥିଲା। ଶନିବାର ସନ୍ଧ୍ୟାରେ ପଚରାଉଚରା ପରେ ଭାରତ ସିଂଙ୍କୁ ଗିରଫ କରାଯାଇଥିଲା। ଭାରତୀ ଏବଂ ହର୍ଷଙ୍କ ଚାକରମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଉଭୟେ ଡ୍ରଗ୍ସ କେଉଁଠୁ ପାଇଲେ ଏନସିବି ଉତ୍ସ ସମ୍ପର୍କରେ ମଧ୍ୟ ଜାଣିନେଇଛି।


Share It

Comments are closed.