ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ


କଂଗ୍ରେସରେ ବର୍ତ୍ତମାନ ଇସ୍ତଫାପତ୍ର ପର୍ବ ଚାଲିଛି । ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ଦେଇ ସାରିଥିବାବେଳେ ବର୍ତ୍ତମାନ ବିଭିନ୍ନ ସ୍ଥାନରୁ କଂଗ୍ରେସ କର୍ମୀ ଦଳ ଛାଡୁ ଥିବାର ଦେଖିବାକୁ ମିଳୁଛି ।
ଏହି ଅବସରରେ ଅନ୍ୟପଟେ ପଞ୍ଜାବ ମନ୍ତ୍ରୀମଣ୍ଡଳରୁ ‘ନବଜୋତ ସିଂହ ସିଦ୍ଧୁ’ ମଧ୍ୟ ନିଜ ଇସ୍ତଫା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଦେଇଥିବାବେଳେ ଟ୍ୱିଟ କରି ସେ ଏହି ସଂପର୍କରେ ସୂଚନା ମଧ୍ୟ ଦେଇଛନ୍ତି । ଟ୍ୱିଟରେ ସେ ଜୁନ ୧୦ରେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ପଞ୍ଜାବ ମନ୍ତ୍ରୀ ମଣ୍ଡଳରେ ବିଭାର ପରିବର୍ତ୍ତନକୁ ନେଇ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ, ଯେଉଁଥିପାଇଁ ସେ ତାଙ୍କ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ପ୍ରକାଶ ଥାଉକି, ଜୁନରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ସିଦ୍ଧୁଙ୍କୁ ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗରୁ ପରିବର୍ତ୍ତନ କରି ଶକ୍ତି ଏବଂ ଅକ୍ଷୟ ଶକ୍ତି ବିଭାଗ ଦେଇଥିଲେ ।


Share It

Comments are closed.