ଓଡିଶାରେ ବିଜେଡି ଭଲ ପ୍ରଦର୍ଶନ କରିବ: ନବୀନ ପଟ୍ଟନାୟକ


ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଖୁବ ଭଲ ପ୍ରଦର୍ଶନ କରିବ ବୋଲି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢକ୍ତି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଗତ କାଲି ପିଏମ ମୋଦି ଓଡିଶାରେ ନିର୍ବାଚନୀ ଫଳାଫଳ ସାରା ଦେଶକୁ ଚମକାଇ ଦେବ ବୋଲି କହିଥିଲେ । ଯାହାକୁ ନେଇ ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ।
ଦିଲ୍ଲୀର ତଲକଟୋରା ଷ୍ଟାଡିୟମରେ ମୁଁ ବି ଚୌକିଦାର ଅଭିଯାନ କାର୍ଯ୍ୟକ୍ରମରେ ପିଏମ ମୋଦି ସାରା ଦେଶର ପାଞ୍ଚ ସହ ଯାଗାର ଲୋକଙ୍କ ସହ କଥା ହୋଇଥିଲେ । ଏହି କାର୍ଯ୍ୟକ୍ରମ ଅନର୍ଗତ ସେ କେନ୍ଦ୍ରପଡାବାସୀଙ୍କ ସହ କଥାବାର୍ତ୍ତା ହେବା ସମୟରେ କହିଥିଲେ ଯେ “ଓଡିଶାରେ ନିର୍ବାଚନୀ ଫଳାଫଳ ସ।।ରା ଦେଶକୁ ଚମକାଇ ଦେବ ।”
କେବଳ ମୋଦି ନୁହନ୍ତି ତାଙ୍କୁ ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଏଭଳି ବୟାନ ଦେଇଥିଲେ । ସେ କହିଥିଲେ ଯେ, “ତ୍ରିପୁରାରେ ଯେମିତି ବିଜେପିକୁ ସଫଳତା ମିଳିଥିଲା ସେହିପରି ଓଡିଶାରେ ମଧ୍ୟ ବିଜେପିକୁ ସଫଳତା ମିଳିବ ।”


Share It

Comments are closed.