ଖୁବ ଶୀଘ୍ର ବିଜେଡି ପକ୍ଷରୁ ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା


ଲୋକସଭା ଏବଂ ୪ଟି ରାଜ୍ୟରେ ବିଧାନସଭା ପାଇଁ ଗତ କାଲି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି କମିସନ । ସାରା ଦେଶରେ ଲୋକସଭା ପାଇଁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ବିଶିଷ୍ଟ ଏହି ଓଡିଶା ପ୍ରଦେଶରେ ଆଗାମୀ ଦିନରେ କିଏ ସରକାର ଗଢିବ ସେଥିପାଇଁ ସବୁ ଦଳ ବର୍ତ୍ତମାନ ସମରସଜା ଆରମ୍ଭ କରିଦେଲେଣି । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଆମେ ସମସ୍ତ ପରସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ ଏବଂ ଖୁବ ଶୀଘ୍ର ବିଜେଡି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ।
କେବଳ ଏତିକି ନୁହଁ ବିଜେଡି ପକ୍ଷରୁ ଆଜି ଠାରୁ ‘ହକ ମାଗୁଛି ଓଡିଶା’ ଅଭିଯାନର ମଧ୍ୟ ଶୁଭାରମ୍ଭ କରାଯାଇଛି । କେନ୍ଦ୍ରର ବିଜେପି ସରକାର ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ କରି ନଥିବା ଅଭିଯୋଗରେ ଆଜି ବିଜୁ ଛାତ୍ର ଏବଂ ଯୁବ ଜନତା ଦଳ ପକ୍ଷରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି ।


Share It

Comments are closed.