ଓଡିଶା ରାଜନୀତିରେ ଜିରୋରୁ ହିରୋ କିପରି ହେଲେ ନବୀନ, ଜାଣନ୍ତୁ


ରାଜନୀତିରେ କିଏ କେତେବେଳେ କେଉଁଠି ପହଞ୍ôଚବ ତାହା, କାହାକୁ ଜଣା ନଥାଏ । କିଏ କେତେବେଳେ ହିରୋରୁ ଜିରୋ ହେଇ ଯାଏ ତ, ଆଉ କିଏ ଜିରୋରୁ ହିରୋ ହୋଇଯାଏ । ଠିକ ଏହିଭଳି କାହାଣୀ ଓଡଶାର ମାନବ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଟେ । ଅନେକ ବାଧା ବିଘ୍ନ ପରେ ନବୀନ କିପରି ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଆସନ୍ତୁ ଜାଣିବା ।
୧୭ ଏପ୍ରେଲ ୧୯୯୭ରେ ଯେତେବେଳେ ଓଡିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଦେହାନ୍ତ ହୋଇଗଲା ସେତେବଳ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କର ରାଜନୀତି ସହ କୌଣସି ସମ୍ପର୍କ ନଥିଲା । ସେତେବେଳେ ନବୀନ ଆମେରିକାରେ ରହୁଥିଲେ । ଓଡିଶା ଭାଷା ଏବଂ ସଂସ୍କୃତ ସହ ନୀବନଙ୍କର ସେତେଟା ଭଲ ସଂପର୍କ ମଧ୍ୟ ନଥିଲା ଯେଉଁଥିପାଇଁ ସେ ଠିକସେ ଓଡିଆ ମଧ୍ୟ କହିପାରୁନଥିଲେ ।

କିନ୍ତୁ ବିଜୁ ବାବୁ ଦେହାନ୍ତ ପରେ ଦଳକୁ ପୁଣିଥରେ କିଏ ସମ୍ଭାଳିବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଥିଲା କାରଣ ବିଜୁ ବାବୁ ଜାତୀୟ ରାଜନୀତରେ ଜଣେ ପ୍ରଭାବଶାଳୀ ନେତା ଥିଲେ । କେବଳ ଏତିକି ନୁହେଁ ସ୍ୱାଧୀନତା ଲଢେଇରେ ବିଜୁ ବାବୁ ଜେଲ ଯିବା ସହ ଓଡିଶାରୁ ଦୁଇଥର ମୁଖ୍ୟମନ୍ତ୍ରୀ, ଅନେକ ଥର ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ରୂପେ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି ।
ବିଜୁ ବାବୁ କଂଗ୍ରେସ ତରଫରୁ ୧୯୬୧ରେ ୨ ବର୍ଷ ପାଇଁ ଏବଂ ୧୯୯୦ରେ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ନବୀନଙ୍କ ରାଜନୀତିରେ ଏଣ୍ଟ୍ରି ଏବଂ ବିଜେଡିର ଗଠନ

ବିଜୁ ବାବୁ ଆସ୍କା ଲୋକସଭା ଆସନରୁ ସାଂସଦ ଥିବାବେଳେ ତାଙ୍କ ଦେହାନ୍ତ ହୋଇଥିଲା । ବିଜୁ ବାବୁଙ୍କ ମୃତ୍ୟୁ ପରେ ନବୀନ ପଟ୍ଟନାୟକ ସେହି ଆସନରୁ ଲୋକସଭା ଉପ-ନିର୍ବାଚନ ଲଢି ବିଜୟ ହୋଇଥିବାବେଳେ ସେ ତିନିଥର ଆସ୍କା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । କେବଳ ଏତିକି ନୁହେଁ କେନ୍ଦ୍ରରେ ଅଟଳ ବିହାରୀ ବାଜପାୟୀ ସରକାର ସମୟରେ ସେ ମନ୍ତ୍ରୀ ରୂପେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି ।
ବିଜୁ ବାବୁଙ୍କର ମୃତ୍ୟୁର ୮ ମାସ ପରେ ୨୬ ଡିସେମ୍ବର ୧୯୯୭ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା । ଏହି ଦଳ ଗଠନ ପଛରେ ବିଜୟ ମାହାପାତ୍ରଙ୍କ ପ୍ରମୁଖ ଭୂମିକା ଥିବାର ଶୁଣିବାକୁ ମିଳୁଥିବାବେଳେ ବିଜେଡି ଗଠନ ହେବାର ପରଦା ପଛର ନାୟକ ସାଜିଥିଲେ ବିଜୟ ।
ବିଜୟ, ବିଜୁ ବାବୁଙ୍କର ଖୁବ ଘନିଷ୍ଠ ଥିବାବେଳେ ସେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ରୂପେ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି ଏବଂ ଏହା ସମେତ ସେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ୨୦ ବର୍ଷ ପର୍ଯ୍ୟନ୍ତ ବିଧାୟକ ମଧ୍ୟ ଥିଲେ ।
ପ୍ରଥମତଃ ଓଡିଶା ରାଜନୀତିରେ ନବୀନଙ୍କ ଏଣ୍ଟ୍ରିକୁ କୌଣସି ନେତା ପସନ୍ଦ କରୁନଥିବାବେଳେ ବିଜୁ ବାବୁଙ୍କ ମୃତ୍ୟୁ ପରେ ଦଳର ଅନେକ ନେତା ମୁଖିଆ ହେବା ଚକ୍ରାନ୍ତ ଚଳାଇଥିଲେ । ଏହି ନେତାମାନଙ୍କ ମଧ୍ୟରେ ବିଜୟ ମାହାପାତ୍ର ମଧ୍ୟ ସାମିଲ ଥିଲେ ।

ନବୀନ ପଟ୍ଟନାୟକ ବନାମ ବିଜୟ ମହାପାତ୍ର

୨୦୦୦ ମସିହାର କଥା, ଓଡିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିଲା । ବିଜୟ ମହାପାତ୍ର ଏବଂ ନବୀନଙ୍କ ସମ୍ପର୍କ ମଧ୍ୟରେ ଧିରେ ଫାଟ ହେବାକୁ ଲାଗିଲା । ନବୀନ, ଓଡିଶା ରାଜନୀତିରେ ବେଶ ଅନୁଭବୀ ନଥିଲେ ମଧ୍ୟ ଏହି କ୍ଷେତ୍ରରେ ବିଜୟ ମହାପାତ୍ର ବେଶ ଅନୁଭବୀ ନେତା ଥିଲେ । ସେହି ସମୟରେ ବିଜୟ ପଲିଟିକାଲ ଆଫେୟାର କମିଟିର ଅଧ୍ୟକ୍ଷ ଥିଲେ ଯେଉଁଥିପାଇଁ ନିର୍ବାଚନରେ ଦଳ ପାଇଁ ପ୍ରାର୍ଥୀ ଚୟନ ମଧ୍ୟ ସେ କରୁଥିଲେ । ସେହି ସମୟରେ ଓଡିଶାରେ କଂଗ୍ରେସ ସରକାରରେ ଥିବାବେଳେ ଧିରେ ଧିରେ ରାଜ୍ୟର ଜନସାଧାରଣ କଂଗ୍ରେସ ଶାସନ ପ୍ରତି ଅତିଷ୍ଠ ହେବାରେ ଲାଗିଥିଲେ । ୧୯୯୫ରେ ଓଡିଶାରେ, କଂଗ୍ରେସ ସରକାର ଗଢିଥିବାବେଳେ ୫ ବର୍ଷ ମଧ୍ୟରେ ଦଳ ତିନିଥର ମୁଖ୍ୟମନ୍ତ୍ରୀ ବଦଳାଇ ସାରିଥିଲା । ଗାଦି ସମ୍ଭାଳିବା ପାଇଁ କଂଗ୍ରେସ ନେତାଙ୍କ ମଧ୍ୟରେ ଟଣା ଓଟରା ଚାଲିଥିଲା । ଯାହାକି ବିଜେଡି ସବୁର୍ଣ୍ଣ ସୁଯୋଗ ଥିଲା ।
ବିଜୁ ବାବୁଙ୍କ ମୃତ୍ୟୁ ପରେ ଏହା ପ୍ରଥମ ବିଧାନସଭା ନିର୍ବାଚନ ଥିଲା ଏବଂ ନେତାଙ୍କୁ ଜଣାଥିଲା ଯେ, ବିଜୁ ବାବୁଙ୍କ ନାମରେ ହିଁ ଏଥିର ଭୋଟ ମିଳିବ ସେଥିପାଇଁ ସମସ୍ତେ ଜାଣିଥିଲେ ଯଦି ବିଜେଡିକୁ ଜନାଦେଶ ମିଳିବ ତେବେ ବିଜୟ ମାହାପାତ୍ର ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।

ନବୀନ ପଟ୍ଟନାୟକଙ୍କ ମାଷ୍ଟର ଷ୍ଟ୍ରୋକ

ନିର୍ଦ୍ଧାରିତ ସମୟ ମୁତାବକ ବିଜୟ ମହାପାତ୍ର ନିଜର ନାମାଙ୍କନ ପତ୍ର ଦାଖଲ କରି ପାରିନଥିଲେ । ଭୁବନେଶ୍ୱରରେ ବିଜୟ ଏକ ହୋଟେଲରେ ମିଟିଙ୍ଗ ଚଳାଇଥିଲେ । ଏହି ମିଟିଙ୍ଗରେ ପଲିଟିକାଲ ଆଫାୟର କମିଟିର ଅନେକ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ନବୀନ ପଟ୍ଟନାୟକ ଏହି ମିଟିଙ୍ଗରେ ସାମିଲ ନଥିଲେ । ସେହି ସମୟରେ ନବୀନ ଦଳର ଅଧ୍ୟକ୍ଷ ଥିବାବେଳେ ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ଥିଲେ ବିଜୟ ମହାପାତ୍ର । ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜୟ ନିଜର ଲବି ଆରମ୍ଭ କରିଦେଇଥିବାବେଳେ ଅଧିକାଂଶ ଦଳୀୟ ଟିକେଟ ସେ ତାଙ୍କ ସମର୍ଥକ ମାନଙ୍କୁ ବଣ୍ଟନ କରିଥିଲେ ।
ଅନ୍ୟପଟେ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ହିଞ୍ଜିଳି ବିଧାନସଭା ଆସନ ପାଇଁ ସେ ନିଜ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ । ନବୀନ, ନାମାଙ୍କନ ପତ୍ର ଭରିବାର କିଛି ସମୟ ପରେ ଏକ ଫୋନ କଲ ବିଜୟ ମାହାପାତ୍ରଙ୍କ ପାଖକୁ ଯାଏ ଏବଂ ତାଙ୍କୁ କୁହାଯାଏ ଯେ, ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।

ଏହା ପରେ ବିଜୟଙ୍କ ବଦଳରେ ପାଟକୁରାରୁ ଯୁବ ନେତା ଅତନୁ ସବ୍ୟସଚୀଙ୍କୁ ଦଳ ପ୍ରାର୍ଥୀ କରାଇ ଥିଲା । ବିଜୟ ମହାପାତ୍ର କିଛି ବୁଝିବା ପୂର୍ବରୁ ସେତେବେଳୁ ବହୁତ ଡେରି ହୋଇଯାଇଥିଲା । ବିଜୟଙ୍କ ପାଖରେ ନିର୍ଦଳୀୟ ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମୟ ମଧ୍ୟ ନଥିଲା । ପାଟକୁରା, ଭୁବନେଶ୍ୱରରୁ ୯୨ କିଲୋ ମିଟର ଦୂର ଥିବାବେଳେ ସେଠାକୁ ପହଞ୍ଚିବା ପାଇଁ ଭୁବନେଶ୍ୱରରୁ ପ୍ରାୟ ୨.୩୦ ଘଣ୍ଟା ସମୟ ଲାଗିଥାଏ । କିନ୍ତୁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ବିଜୟଙ୍କ ପାଖରେ ଆଉ ଗୋଟିଏ ଘଣ୍ଟା ମାତ୍ର ବଞ୍ଚିଥିଲା ।

ବିଜେପି ସହ ମେଣ୍ଟ


ନବୀନ କେନ୍ଦ୍ରର ଏନଡିଏ ସରକାରରେ ମନ୍ତ୍ରୀ ଥିବାବେଳେ ୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ । ବିଜେଡି ୧୪୭ଟି ଆସନରୁ ୬୮ରେ ବିଜୟ ହାସଲ କରିଥିବାବେଳେ ସାମାନରୂପକ ୨୦୦୪ରେ ମଧ୍ୟ ଦଳ ବହୁମତ ପାଇ ଓଡିଶାରେ ସରକାର ଗଢିଥିଲା । ୨୦୦୯ରେ ବିଜେଡି, ବିଜେପି ସହ ମେଣ୍ଟ ଭାଙ୍ଗୀ ଏକାକୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା । ଯେଉଁଥିରେ ଦଳ ଏକାକୀ ୧୦୩ ଆସନରେ ବିଜୟ ହାସଲ କରିଥିଲା । ଯେତେବେଳ କି ବିଜେପି ମାତ୍ର ୬ଟି ଆସନରେ ବିଜୟ ହାସଲ କରିଥିଲା । ସେହିଭଳି ଦଳ ୨୦୧୪ରେ ୧୧୭ଟି ଆସନରେ ବିଜୟ ଲାଭ କରିଥିବାବେଳେ ଚଳିତ ବର୍ଷ ୨୦୧୯ରେ ଦଳ ୧୧୨ଟିରେ ବିଜୟ ହାସଲ କରିଥିଲା ।


Share It

Comments are closed.