ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହରମୋନର ସନ୍ତୁଳନ ରକ୍ଷା କରିବେ
ଶରୀରରେ ହରମୋନର କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ହରମୋନ ମନୁଷ୍ୟ ଶରୀରର ଶାରିରୀକ, ମାନସିକ ସ୍ଥିତିକୁ ସନ୍ତୁଳିତ ରଖିଥାଏ । ଗୋଟିଏ ବ୍ୟକ୍ତିର ମୁଡ, ଓଜନ ଏବଂ ଇଚ୍ଛା ସମ୍ପୂର୍ଣ୍ଣଭାବେ ହରମୋନ ଉପରେ ନିର୍ଭର କରିଥାଏ । କିନ୍ତୁ କିଛି ଅଭ୍ୟାସ ଶରୀରରେ ହରୋମନର ସନ୍ତୁଳନ ରକ୍ଷା କରିନଥାଏ ବରଂ ଶରୀରକୁ ଅସନ୍ତୁଳିତ କରି ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ବୟସ ଅନୁଯାୟୀ ହରମୋନ କ୍ଷରଣର ମାତ୍ରା ଏବଂ ପରିମାଣ କମ ହୋଇଥାଏ ଯାହା ଦ୍ୱାରା କି ଓଜନ ବଢିବା, ମନର ଭାବନାରେ ପରିବର୍ତ୍ତନ, ମହିଳାଙ୍କ କ୍ଷେତ୍ରରେ ମାସିକ ଧର୍ମରେ ଅନିୟମିତତା ଇତ୍ୟାଦି ସମସ୍ୟା ଦେଖାଯାଇଥାଏ । ତେଣୁ ଆପଣ ଏପରି ଖାଦ୍ୟ ପେୟର ଯତ୍ନ ନିଅନ୍ତୁ ଯାହା ଶରୀରରେ ହରମୋନ କ୍ଷରଣର ମାତ୍ରା ସଠିକ କରିପାରବ । ସଠିକ ପରିମାଣର ଖାଦ୍ୟ ଗ୍ରହଣ କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନ ଶରୀରରେ ହରମୋନର ମାତ୍ରାକୁ ସଠିକ କରିଥାଏ ।
୧. ସବୁଜ ପନିପରିବା ଖାଆନ୍ତୁ । ଏହା ଶରୀରରେ ହରମୋନର କ୍ଷରଣରେ ସନ୍ତୁଳନ ରକ୍ଷା କରିଥାଏ ।
୨. ଲାଲ ଫଳ ତଥା ପ୍ଲମ, ସେଓ, ଚେରି, ବିଟରୁଟ ଏବଂ ତରଭୁଜ ଖାଆନ୍ତୁ ।
୩. ସାଇଟ୍ରସ ଫଳ ତଥା କମଳା ନିଶ୍ଚନ୍ତଭାବେ ଖାଆନ୍ତୁ ।
୪. ବଦାମ ଖାଆନ୍ତୁ ତଥା ଆଲମଣ୍ଡ, ୱାଲନଟ ପରି ଖାଦ୍ୟ ଖାଆନ୍ତୁ ଯାହା ଓମେଗା ୩ ଫ୍ୟାଟି ଏସିଡ ଏବଂ ଇନଫ୍ଲାମେଟାରି ଗୁଣରେ ଭରପୁର ।
୫. ଘିଅ ଖାଆନ୍ତୁ । ନିୟମିତ ଭାବେ ଘିଅ ଖାଆନ୍ତୁ ଯାହା ଶରୀରରେ ଭିଟାମିନ ଏ,ଡି, ଇ ଏବଂ କେର ମାତ୍ରାକୁ ବୃଦ୍ଧି କରିଥାଏ । ଆପଣ ଆଭୋକାଡେ କିମ୍ବା ଅଲିଭ ଅଏଲ ମଧ୍ୟ ଖାଇପାରିବେ ।
୬. କଦଳୀ, ଅଦା ଏବଂ ଛତୁ ପରି ଖାଦ୍ୟ ଖାଆନ୍ତୁ ।
୭. ଅଣ୍ଡା ଖାଆନ୍ତୁ ଯାହା ସିଲେନିୟମ, ଆଇରନ, ଭିଟାମିନ ଏ,ଡି, ଇ ଏବଂ କେର ଉତ୍ତମ ସ୍ରୋତ ଅଟେ । ଏହା ଶରୀରରେ ହରମୋନର ସନ୍ତୁଳନ ରକ୍ଷା କରିଥାଏ ।
୮. ମିଠାର ମାତ୍ରା କମ କରନ୍ତୁ । ଶରୀରରେ ହରମୋନର ସନ୍ତୁଳନ ରକ୍ଷା କରିବା ପାଇଁ ମିଠାର ମାତ୍ରା କମ କରନ୍ତୁ । ଏହା ଦ୍ୱାରା ଲୋପ୍ଟିନ ହରମୋନର ମାତ୍ରାକୁ ବୃଦ୍ଧି କରିଥାଏ ଯାହା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ ।
୯. ଶରୀରରେ ହରମୋନର ମାତ୍ରା ସଠିକ କରିବା ପାଇଁ ଆପଣ ବିଭିନ୍ନ ଡିଟକ୍ସ ଡ୍ରିଙ୍କ ପିଇପାରିବେ । ଏହା ଶରୀରକୁ ଥଣ୍ଡା କରିବା ସହିତ ହରୋମନ କ୍ଷରଣକୁ ନିୟନ୍ତ୍ରଣରେ ରଖିଥାଏ । ଏବଂ କୌଣସି ପ୍ରକାରର ରୋଗ ସମସ୍ୟା କରିବାକୁ ଦିଏ ନାହିଁ ।
୧୦. ପ୍ରତ୍ୟେକ ଦିନ ଖାଦ୍ୟରେ ଆପଣ ନଡିଆ ତେଲ ମଧ୍ୟ ଖାଇପାରିବେ । ଏହା ଦ୍ୱାରା ମେଟାବୋଲିଜିମ ହାର ବୃଦ୍ଧି ହେବା ସହିତ ଏଜନ କମ କରିଥାଏ ଏବଂ ହରମୋନର ସନ୍ତୁଳନ ରକ୍ଷା ହୋଇଥାଏ ।
Comments are closed.