ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦେବ ନ୍ୟାସନାଲ ଓମେନ୍ସ ପାର୍ଟି


ଦେଶରେ ପ୍ରଥମ କରି ମହିଳାମାନଙ୍କୁ ରାଜନୈତିକ କ୍ଷମତା ପ୍ରଦାନ କରୁଥିବା ନ୍ୟାସନାଲ ଓମେନ୍ସ ପାର୍ଟି ଭାରତୀୟ ରାଜନିତୀରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି । ନ୍ୟାସନାଲ ଓମେନ୍ସ ପାର୍ଟି (ଏନଫବ୍ଲୁପି) ନାମରେ ନାମିତ ଉକ୍ତ ଅନୁଷ୍ଠାନ ଏକ ୩୬ ବର୍ଷିୟ ଡାକ୍ତର, ସମାଜ ସେବୀ ତଥା ଫେମିନିଷ୍ଟ, ଶ୍ୱେତା ସେଟ୍ଟୀଙ୍କ ଦ୍ୱାରା ପରିଚାଳିତ । ବର୍ତ୍ତମାନ ଏହି ଦଳ ମହିଳାମାନଙ୍କୁ ରାଜନିତୀର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଉଦ୍ୟମ ଜାରୀ ରଖିଛି ।
ଏନ୍୍ଡବ୍ଲ୍ୟୁପି ତେଲେଙ୍ଗାନା ମହିଳା ସମିତିରୁ ୧.୪୫ ମହିଳାମାନଙ୍କଠାରୁ ସମର୍ଥନ ହାସଲ କରିଛି ଓ ଏହି ସଂଖ୍ୟା ଭାରତରେ କ୍ରମଶଃ ବୃଦ୍ଧି ପାଉଛି । ଡା. ଶ୍ୱେତା ଭାରତରେ ଏକ ସମ୍ପୂର୍ଣ୍ଣ ମହିଳାପାର୍ଟି ନିର୍ମାଣ କରିବାକୁ ନିଷ୍ପତି ନେଇଛନ୍ତି, ଯାହାଦ୍ୱାରା ପୂର୍ବରୁ ଥିବା ରାଜନୈତିକ ଦଳମାନେ ସେମାନଙ୍କ ଦଳରେ ମହିଳାମନଙ୍କୁ ସାମିଲ କରିବେ । ଏହାଦ୍ୱାରା ପାର୍ଲାମେଣ୍ଟ ଓ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେରେ ମହିଳା ଉପସ୍ଥାପିକାମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ।
ଏହା ସମ୍ବନ୍ଧରେ ଡା. ଶ୍ୱେତା ସେଟ୍ଟୀ ପ୍ରକାଶ କରିଛନ୍ତି, “ଏହି ନ୍ୟାସନାଲ ଓମେନ୍ସ ପାର୍ଟି ୨୦୧୨ରେ ପ୍ରତିଷ୍ଠିତ ହୋଇଥିଲା । ଏହି ପାର୍ଟି ଗଠନ ହେବାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକସଭା ନିର୍ବାଚନରେ ଏହି ପାର୍ଟି ମହିଳାମାନଙ୍କ ପାଇଁ ୫୦% ଆସନ ସଂରକ୍ଷିତ ରଖିବା । ୨୦୧୮ରେ ମଧ୍ୟ ମହିଳାଙ୍କୁ ସେମାନଙ୍କ ସଠିକ୍ ଅଧିକାର ମିଳିପାରି ନାହିଁ ଓ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ ମଧ୍ୟ ବୃଦ୍ଧି ପାଇଛି । ଆମେ କୌଣସି ଜାତି ଓ ଧର୍ମକୁ ଦୃଷ୍ଟି ନ ଦେଇ ଆମକୁ ସମର୍ଥନ କରୁଥିବା ସମସ୍ତ ମହିଳାମାନଙ୍କୁ ସ୍ୱାଗତ କରୁଛୁ । ଏଥିସହିତ ଏହି ପାର୍ଟି ଆମର ଉଦ୍ଦେଶ୍ୟକୁ ସମର୍ଥନ କରୁଥିବା ପୁରୁଷମାନଙ୍କଠାରୁ ମଦ୍ୟ ରାଜନୈତିକ ସମର୍ଥନତା ପ୍ରଦାନ କରିପାରିବେ ।”


Share It

Comments are closed.