ନ୍ୟାସନାଲ୍ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍ (ଏନ୍‌ଏସ୍‌ଡିଏଲ୍‌) ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ନ୍ୟାସନାଲ୍ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍ (ଏନ୍‌ଏସ୍‌ଡିଏଲ୍‌) ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଇନିସିଆଲ ପବ୍ଲି୍‌କ୍ ଅଫର (ଆଇପିଓ) ପାଇଁ ଡ୍ରାପ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ଡିପୋଜିଟୋରି ନିୟମ ୧୯୯୬ରେ ଲାଗୁହେବାପରେ ଏନ୍‌ଏସ୍‌ଡିଏଲ୍ ଭାରତରେ ପ୍ରତିଭୂତିର ଡିମାଟ୍‌କରଣର ଅଗ୍ରଦୂତ ସାଜିଥିଲା । ୨୦୨୩ ସୁଦ୍ଧା ଇସ୍ୟୁ ସଂଖ୍ୟା, ସକ୍ରିୟ ଉପକରଣ ସଂଖ୍ୟା, ସେଟଲମେଂଟ୍ ପରିମାଣରେ ଡିମାଟ୍ ମୂଲ୍ୟର ବଜାର ଅଂଶ ଏବଂ ଅଧିନରେ ଥିବା ସଂପତି ମୂଲ୍ୟ ଦୃଷ୍ଟିରୁ କଂପାନି ହେଉଛି ଭାରତର ସର୍ବବୃହତ ଡିପୋଜିଟୋରି ।
କଂପାନି ପକ୍ଷରୁ ଇନିସିଆଲ୍ ପବ୍ଲିକ୍ ଅଫରରେ ୫୭,୨୬୦,୦୦୧ ଇକ୍ୱିଟି ସେୟାରକୁ ଅଫର ଫର ସେଲ୍‌ରେ ଉପଲବ୍ଧ କରାଯିବ । ଏଥିରେ ଆଇଡିବିଆଇ ବ୍ୟାଙ୍କ ଲିମିଟେଡ୍‌ର ୨୨,୨୨୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍ ଅଫ ଇଣ୍ଡିଆ ଲିମିଟେଡ୍‌ର ୧୮,୦୦୦,୦୦୧ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ୫,୬୨୫,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୪,୦୦୦,୦୦୦ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍‌ର ୪,୦୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ୟୁନିଟ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆର ୩,୪୧୫,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସାମିଲ ରହିଛି ।
ଏହି ଅଫରରେ ନିର୍ଦ୍ଦିଷ୍ଟ ପରିମାଣର ଇକ୍ୱିଟି ସେୟାରକୁ ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ ସଂରକ୍ଷିତ ରଖାଯିବ । ଯେଉଁ କର୍ମଚାରୀମାନେ ବିଡ୍ ଦାଖଲ କରିବେ ସେମାନଙ୍କୁ ବିଆର୍‌ଏଲ୍‌ଏମ୍ ସହ ଆଲୋଚନା କରି କଂପାନି ଓ ବିକ୍ରି କରୁଥିବା ଅଂଶଧନକାରୀମାନେ ରିହାତି ପ୍ରଦାନ କରିପାରିବେ ।
ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବିତ ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରାଯିବ ।
ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଏଚ୍‌ଏସ୍‌ବିସି ସିକ୍ୟୁରିଟିଜ୍ ଆଣ୍ଡ୍ କ୍ୟାପିଟାଲ୍ ମାର୍କେଟ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌, ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟସ୍ ଆଣ୍ଡ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ଓ ଏସବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍ ହେଛନ୍ତି ଏହି ଇସ୍ୟୁର ବୁକି୍ ରନିଂ ଲିଡ୍ ମ୍ୟାନେଜର ।


Share It

Comments are closed.