ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟୋରି ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ ୨୦୨୫ ଜୁଲାଇ ୩୦, ବୁଧବାର ଖୋଲିବ
ଭୁବନେଶ୍ୱର: ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟୋରି ଲିମିଟେଡ (ଏନଏସଡିଏଲ)ର ଇନିସଆଲ ପବ୍ଲିକ ଅଫରିଂ (ଆଇପିଓ)ର ବିଡ ୨୦୨୫ ଜୁଲାଇ ୩୦ ବୁଧବାର ଦିନ ଖୋଲିବ। ଏହି ଇସ୍ୟୁରେ ଅଂଶଧନକାରୀରମାନେ ୫୦,୧୪୫,୦୦୧ ଇକ୍ୱିଟି ସେୟାରକୁ ଅଫର ଫର ସେଲରେ ବିକ୍ରି କରିବେ।
ଆଙ୍କର ନିବେଶକମାନେ ୨୦୨୫ ଜୁଲାଇ ୨୯ ମଙ୍ଗଳବାର ଦିନ ବିଡ ଦାଖଲ କରିପାରିବେ। ଏହି ଇସ୍ୟୁର ବିଡ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୫ ଜୁଲାଇ ୩୧ ମଙ୍ଗଳବାର । ଏହି ଇସ୍ୟୁରେ କମ୍ପାନିର ଇକ୍ୱିଟି ସେୟାର ପିଛା ଦାମ ୭୬୦ ଟଙ୍କାରୁ ୮୦୦ ଟଙ୍କା ମଧ୍ୟରେ ରହିବ।
ନିବେଶକମାନେ ସର୍ବନିମ୍ନ ୧୮ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଏବଂ ପରବର୍ତୀ ସମୟରେ ସେଥିରେ ୧୮ଟି ଲେଖାଏଁ ଇକ୍ୱିଟି ସେୟାରକୁ ଗୁଣିତକ ଭାବେ ଯୋଡ଼ିପାରିବେ।
ଅଫର ଫର ସେଲରେ ୍ର ଆଇଡିବିଆଇ ବ୍ୟାଙ୍କ ଲିମିଟେଡ ପକ୍ଷରୁ ୨୨,୨୨୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଅଫ ଇଣ୍ଡିଆ ଲିମିଟେଡ ପକ୍ଷରୁ ୧୮,୦୦୦,୦୦୧ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଲିମିଟେଡ ପକ୍ଷରୁ ୫,୦୦,୦୦୦ ଇକ୍ୱିଟି ସେୟାର, ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୪,୦୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଏଚଡିଏଫସି ବ୍ୟାଙ୍କ ଲିମିଟେଡ ପକ୍ଷରୁ ୨୦,୧୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଓ ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆ ପକ୍ଷରୁ ୩୪,୧୫,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରାଯିବ।
କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଲିମିଟେଡରେ ତାଲିକାଭୁକ୍ତ କରାଯିବ।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ଏଚଏସବିସି ସିକ୍ୟୁରିଟିଜ ଆଣ୍ଡ କ୍ୟାପିଟାଲ ମାର୍କେଟସ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ୍, ଆଇଡିବିଆଇ କ୍ୟାପିଟାଲ ମାର୍କେଟସ ଆଣ୍ଡ ସିକ୍ୟୁରିଟିଜ ଲିମିଟେଡ, ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ ଓ ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ । ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
Comments are closed.