ଦନ୍ତ ଚିକତ୍ସକଙ୍କ ପରାମର୍ଶ: ଡେଂଟିଷ୍ଟ ଦିବସରେ ମୁଖସ୍ୱାସ୍ଥ୍ୟ ପାଇଁ ସର୍ବୋତମ ଅଭ୍ୟାସ

ଦୈନିକ ନିଯମ ପାଳନ, ସଠିକ୍ ବ୍ରସ କରିବା କୌଶଳ, ଏବଂ ଆୟୁର୍ବେଦିକ ସମାଧାନ ଗ୍ରହଣ କରି ଦୀର୍ଘସ୍ଥାୟୀ ଦନ୍ତ ସ୍ୱାସ୍ଥ୍ୟ ନିଶ୍ଚିତ କରାଯାଇପାରିବ

Share It

ଭୁବନେଶ୍ୱର: ସମଗ୍ରିକ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ମୁକ୍ତ ମୁଖସ୍ୱାସ୍ଥ୍ୟ ଅତ୍ୟନ୍ତ ଜରୁରୀ । ଏହି ଡେଂଟିଷ୍ଟ (ଦନ୍ତ ଚିକିତ୍ସକ) ଦିବସରେ ଆପଣଙ୍କର ହସ ନିରୋଗ ଏବଂ ଉଜ୍ଜ୍ୱଳ ରଖିବା ପାଇଁ ଆମେ ଆପଣଙ୍କ ପାଇଁ ମୁଖ ସ୍ୱାସ୍ଥ୍ୟର ଯତ୍ନ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଆଣିଛୁ । ୨୭ ବର୍ଷରୁ ଅଧିକ ଅନୁଭବ ସହିତ ଜଣେ ପ୍ରସିଦ୍ଧ ସାଧାରଣ ସ୍ୱାସ୍ଥ୍ୟ ଡେଂଟିଷ୍ଟ୍ରୀ ବିଶେଷଜ୍ଞ ଡଃ ସୋନିଆ ଦତା ଜଣାଇଛନ୍ତି ଯେ ସଠିକ୍ ମୁଖ ସ୍ୱାସ୍ଥ୍ୟ ନିଯମ ପାଳନ କରିବା ଦାନ୍ତକୁ ମଜଭୁତ ରଖିବା ସହିତ ଦୀର୍ଘସ୍ଥାୟୀ ସମସ୍ୟାର ଆଶଙ୍କା କମାଇଥାଏ । ଖରାପ ଦନ୍ତ ସ୍ୱାସ୍ଥ୍ୟ ହୃଦରୋଗ ଏବଂ ମଧୁମେହ ଭଳି ଅବସ୍ଥା ସହିତ ମଧ୍ୟ ଜଡ଼ିତ ଯାହା ଫଳରେ ପ୍ରଭାବଶାଳୀ ଦୈନିକ ଅଭ୍ୟାସ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ ।
ଡଃ ସୋନିଆ ଦତା ଉତମ ଦନ୍ତ ସ୍ୱାସ୍ଥ୍ୟ ପାଇଁ ଏକ ନିୟମିତ ଦୈନିକ ମୁଖ ସ୍ୱାସ୍ଥ୍ୟ ନିଯମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି:
ଚା ଦିନରେ ଦୁଇଥର ବ୍ରଶ କରିବା -ଡାବର ରେଡ୍ ପେଷ୍ଟ ଭଳି ଏକ କ୍ଲିନିକାଲି ପରୀକ୍ଷିତ ଟୁଥପେଷ୍ଟ ବ୍ୟବହାର କରିବା ପ୍ଲାକ୍ ଏବଂ ବ୍ୟାକ୍ଟେରିଆ ଦୂର କରିବା ସହିତ ମାଢ଼ିକୁ ମଜଭୁତ କରେ ।
ଚା ଜୀବାଣୁ ନାଶକ ମାଉଥ୍ ୱାଶ୍ ବ୍ୟବହାର କରିବା: ପୁଦିନା ଏବଂ ଲବଙ୍ଗ ଭଳି ଆୟୁର୍ବେଦିକ ଉପାଦାନ ଯୁକ୍ତ ଏକ ମାଉଥୱାଶ୍ ମୁଖ ଗହ୍ୱରର ଜୀବାଣୁକୁ ନିୟନ୍ତ୍ରଣ କରିବା ସହିତ ସତେଜ ଶ୍ୱାସ ପ୍ରଦାନ କରିଥାଏ ।
ଚା ହାଇଡ୍ରେଟେଡ୍ ରହିବା: ସାରା ଦିନ ପାଣି ପିଇବା ଖାଦ୍ୟ କଣିକାକୁ ଧୋଇଥାଏ ଏବଂ ଲାଳ ଉତ୍ପାଦନରେ ସାହାଯ୍ୟ କରେ ଯାହା ପ୍ରାକୃତିକ ଭାବରେ ଦାନ୍ତକୁ ସୁରକ୍ଷା ଦେଇଥାଏ ।
ବ୍ରସ କରିବା ହେଉଛି ଉତମ ମୁଖସ୍ୱାସ୍ଥ୍ୟର ମୂଳଦୁଆ, କିନ୍ତୁ ଏହାକୁ ଭୁଲ ଭାବରେ କରିବା ପ୍ଲାକ୍ (ଜୀବାଣୁ) ଛାଡିଦେଇପାରେ କିମ୍ବା ମାଢ଼ି ନଷ୍ଟ କରିପାରେ । ଡେଂଟିଷ୍ଟମାନେ ପରାମର୍ଶ ଦେଇଛନ୍ତି ଯେ ମସୃଣ ବ୍ରିଷ୍ଟେଡ୍ ଟୁଥବ୍ରଶ୍ ବ୍ୟବହାର କରିବା ଯାହା ମାଢ଼ିର ଜଳନକୁ ପ୍ରତିରୋଧ କରେ, ଅତିକମରେ ଦୁଇ ମିନିଟ୍ ପାଇଁ ବ୍ରସ କରିବା, ଜିଭ ସହିତ ସମସ୍ତ ଦାନ୍ତ ପୃଷ୍ଠକୁ ଧୋଇବା; ଉତମ ପ୍ରଭାବ ପାଇଁ ପ୍ରତି ୨-୩ ମାସରେ ଟୁଥବ୍ରଶ୍ ବଦଳାଇବା ।
ଏକ ସନ୍ତୁଳିତ ଖାଦ୍ୟ ଦନ୍ତ ସ୍ୱାସ୍ଥ୍ୟକୁ ସିଧାସଳଖ ପ୍ରଭାବିତ କରେ । କେତେକ ଖାଦ୍ୟ ଦାନ୍ତକୁ ମଜଭୁତ କରେ, ଯେତେବେଳେ ଅନ୍ୟଗୁଡିକ ଦନ୍ତ କ୍ଷୟ କରିଥାଏ । ଦୁଗ୍ଧ, ପତ୍ରଯୁକ୍ତ ଶାଗ, ଏବଂ ଆଲମଣ୍ଡ ଭଳି କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଦାନ୍ତକୁ ମଜଭୁତ କରେ । ସେଓ ଏବଂ ଗାଜର ଭଳି କ୍ରଂଚି ଫଳ ଏବଂ ଶାଗ ସବଜି ଦାନ୍ତକୁ ପ୍ରାକୃତିକ ଭାବରେ ପରିଷ୍କାର କରିବାରେ ସହାୟକ ହୋଇଥାଏ । ଅନ୍ୟ ପକ୍ଷରେ, ଚିନି ଯୁକ୍ତ ସ୍ନାକ୍ସ, ଷ୍ଟିକି କ୍ୟାଣ୍ଡି, ଏବଂ କାର୍ବୋନେଟେଡ୍ ପାନୀୟ ହାନିକାରକ ବ୍ୟାକ୍ଟେରିଆକୁ ବୃଦ୍ଧି କରେ ଯାହା କ୍ୟାଭିଟି ସୃଷ୍ଟି କରେ । ସାଇଟ୍ରସ୍ ଫଳ ଏବଂ ସୋଡା ଭଳି ଏସିଡି ଜାତୀୟ ଖାଦ୍ୟ ଏନାମେଲକୁ ଦୁର୍ବଳ କରିପାରେ ।
ଅନେକ ଡେଂଟିଷ୍ଟ୍ ମୁଖସ୍ୱାସ୍ଥ୍ୟ ବଜାୟ ରଖିବାରେ ଆୟୁର୍ବେଦିକ ଉପାଦାନର ଲାଭକୁ ସ୍ୱୀକାର କରିଛନ୍ତି । ପ୍ରାକୃତିକ ଉପାଦାନ ଯେପରିକି: ଲବଙ୍ଗ ଏହାର ଜୀବାଣୁନାଶକ ଏବଂ ଯନ୍ତ୍ରଣା ନିବାରକ ଗୁଣ ପାଇଁ ଜଣାଶୁଣା । ଏହା ମାଢ଼ି ସ୍ୱାସ୍ଥ୍ୟକୁ ସମର୍ଥନ କରେ; ପୁଦିନା ଶ୍ୱାସକୁ ସତେଜ ରଖିବା ସହିତ ମୁଖସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ; ଅଦାର ଜଳନ ନାଶକ ଗୁଣ ମାଢ଼ି ଶାନ୍ତ କରେ ଏବଂ ସମୁଦାୟ ମୁଖସ୍ୱାସ୍ଥ୍ୟକୁ ଉନ୍ନତି ଆଣିଥାଏ ।
ଡାବର ରେଡ୍ ପେଷ୍ଟ ଏହି ସମୟ-ପରୀକ୍ଷିତ ଆୟୁର୍ବେଦିକ ଉପାଦାନ ସହିତ ସମୃଦ୍ଧ ଏବଂ ଭାରତୀୟ ଡେଂଟାଲ୍ ଆସୋସିଏସନ୍ (ଆଇଡେଏ) ସିଲ୍ ଅଫ୍ ଆକସେପ୍ଟାନ୍ସ ମଧ୍ୟ ପ୍ରାପ୍ତ କରିଛି, ଯାହା ଏହାକୁ ଏକ ବିଶ୍ୱସନୀୟ ମୁଖସ୍ୱାସ୍ଥ୍ୟ ସମାଧାନ ଭାବରେ ସ୍ଥାପିତ କରେ । ଏହି ଡେଂଟିଷ୍ଟ୍ ଦିବସରେ ବିଶେଷଜ୍ଞ-ସମର୍ôଥତ ଯତ୍ନ ସହିତ ଆପଣଙ୍କ ମୁଖସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ପ୍ରତିଜ୍ଞା ନିଅନ୍ତୁ । ଦୈନିକ ନିଯମ ପାଳନ, ସଠିକ୍ ବ୍ରସ କରିବା କୌଶଳ ଏବଂ ଡାବର ରେଡ୍ ପେଷ୍ଟ ଭଳି ଆୟୁର୍ବେଦିକ ସମାଧାନ ଗ୍ରହଣ କରି ଦୀର୍ଘସ୍ଥାୟୀ ଦନ୍ତ ସ୍ୱାସ୍ଥ୍ୟ ନିଶ୍ଚିତ କରିପାରିବେ । ଡେଂଟିଷ୍ଟଙ୍କ ଏବଂ ପ୍ରକୃତିର ଜ୍ଞାନ ଉପରେ ବିଶ୍ୱାସ ରଖି ଆପଣଙ୍କର ଦାନ୍ତ ଏବଂ ମାଢ଼ିକୁ ବର୍ଷ ବର୍ଷ ଧରି ନିରୋଗ ରଖନ୍ତୁ ।


Share It

Comments are closed.