ରାଜ୍ୟସ୍ତରୀୟ ଆଇନ ସାକ୍ଷରତା ମହୋତ୍ସବର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ


ଜାତୀୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ ଅନୁଯାୟୀ ଓଡିଶା ରାଜୟ ଆଇନ ସେବା ପ୍ରାଧିକରଣ ସହଯୋଗରେ ରାଜ୍ୟର ୩୦ ଟି ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଷ୍ଟୁଡେଂଟ ଲିଗାଲ ଲିଟେରାସି କ୍ଲବର ମେମ୍ବର ମାନଙ୍କ ମଧ୍ୟରେ ପୂର୍ବଭଳି ପ୍ରବନ୍ଧ, ଚିତ୍ରାଙ୍କନ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡିଶାର ୩୦ ଗୋଟି ଜିଲ୍ଲ୍‌ାକୁ ୫ଟି ପ୍ରାନ୍ତରେ ବିଭକ୍ତ କରାଯାଇ ପ୍ରତ୍ୟେକ ପ୍ରାନ୍ତରୁ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗିତାମାନେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ତା ୯.୧୧.୨୦୨୦ରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀମାନଙ୍କୁ ଅନ୍ ଲାଇନ ମାଧ୍ୟମରେ ପୁରସ୍କାର ବିତରଣ ଉତ୍ସବ ତା ୨୬.୧୧.୨୦୨୦ ରିଖ (ଗୁରୁବାର) ଓଡିଶା ହାଇକୋର୍ଟ ଭିଡିଓ କନଫରେନ୍ସ ହଲରେ ଅପରାହ୍ନରେ ୩.୩୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ତଥା ଆଇନ ସେବା ପ୍ରାଧିକରଣର ମୁଖ୍ୟପୃଷ୍ଠପୋଷକ ବିଚାରପତି ଶ୍ରୀ ମହମ୍ମଦ ରଫିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।
ଏଥିରେ ସମ୍ମାନୀୟ ଅତିଥି ଭାବେ ଓଡିଶା ହାଇକୋର୍ଟର ମାନ୍ୟବର ବରିଷ୍ଠ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଏବଂ ଓଡିଶା ହାଇକୋର୍ଟର ଅନ୍ୟ ବିଚାରପତି ବୃନ୍ଦ ତଥା ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀମାନେ ଯୋଗ ଦାନ କରିଥିଲେ । ଏହି ଅବସରରେ ଆଇନ ସେବା ପ୍ରାଧିକରଣର ତ୍ରୟୋମାସିକ ଆଇନ ସମ୍ବନ୍ଧୀୟ ପତ୍ରିକା (the awakening)କୁ ମାନ୍ୟବର ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ଏଥିରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଶ୍ରୀମତୀ ମିନାକ୍ଷୀ ଦାସ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।


Share It

Comments are closed.