ଟଳିଲା ବ୍ୟାଙ୍କ୍ ଧର୍ମଘଟ, ଆଉ ବନ୍ଦ ରହିବନି ବ୍ୟାଙ୍କ୍


ସରକାରୀ ବ୍ୟାଙ୍କ ଘରୋଇକରଣ ପ୍ରତିବାଦରେ ଆଜି ଦେଶବ୍ୟାପି ବ୍ୟାଙ୍କ୍ ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ, ବର୍ତ୍ତମାନ ଏହି ବନ୍ଦ ଡାକରାକୁ ପ୍ରତ୍ୟାବର୍ତ୍ତନ କରିଦିଆଯାଇଛି । କର୍ମଚାରୀ ଓ ବ୍ୟାଙ୍କ୍ ଭିତରେ ଆପୋସ ବୁଝାମଣା ହୋଇ ଏହି ନିଷ୍ପତ୍ତି ପରିବର୍ତ୍ତନ ହୋଇଥିବାର ଦେଖାଦେଇଛି । ତେବେ ଆଜି ବ୍ୟାଙ୍କର ସମସ୍ତ ଶାଖା ଖୋଲାରହିଥିବା ବେଳେ ବ୍ୟାଙ୍କ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ ବୋଲି କୁହାଯାଇଛି । ଅଲ୍ ଇଣ୍ଡିଆ କର୍ମଚାରୀ ଆସୋସିଏସନ୍ ବା ଏଆଇବିଇଏ ପକ୍ଷରୁ ୧୯ ନଭେମ୍ୱରରେ ଧର୍ମଘଟର ଡାକରା ଦିଆଯାଇଥିଲା । ଆଜି ଓ ଆସନ୍ତାକାଲି ରବିବାର ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ରହିବାର ସୂଚନା ରହିଥିଲା । ଘରୋଇକରଣକୁ ବିରୋଧ, ବ୍ୟାଙ୍କ କର୍ମଚାରୀଙ୍କ ପେନସନ ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧର୍ମଘଟ ଡାକରା ଦିଆଯାଇଥିଲା । ନଭେମ୍ବରରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର, ରବିବାର ଓ ଅନ୍ୟାନ୍ୟ ଛୁଟିକୁ ମିଶାଇ ବ୍ୟାଙ୍କରେ ୧୦ ଦିନ ଛୁଟି ଦିବସ ରହିଛି ।

 


Share It

Comments are closed.