ପୃଥିବୀର ପ୍ରତିରକ୍ଷା ପାଇଁ ନାସାର ଐତିହାସିକ ପରୀକ୍ଷଣ ସଫଳ: ଆଷ୍ଟେରଏଡରେ ଧକ୍କା ହେଲା ନାସାର DART ସ୍ପେସକ୍ରାଫ୍ଟ


ପୃଥିବୀକୁ ଏକ ମହାକାଶ ଆଷ୍ଟ୍ରଏଡ ସହିତ ସମ୍ଭାବ୍ୟ ଧକାରୁ ରକ୍ଷା କରିପାରିବାଲାଗି ମାନବିକତାର ସାମର୍ଥ୍ୟର ଏକ ଐତିହାସିକ ପରୀକ୍ଷଣରେ ନାସାକୁ ଏକ ବଡ଼ ସଫଳତା ମିଳିଛି । ସୋମବାର ଦିନ ନାସାର ମହାକାଶଯାନ DART ଏକ ଆଷ୍ଟ୍ରୋଏଡକୁ ସଫଳତାର ସହ ଧକ୍କା ଦେଇଛି । କୌଣସି ମହାକାଶୀୟ ପିଣ୍ଡକୁ ଏମିତି ଧକ୍କା ଦେଇ ତାର ଗତିପଥ ବଦଳାଇ ଦେବା ପରୀକ୍ଷଣ ପ୍ରଥମ ଥର ପାଇଁ କରାଯାଇଛି । ଯାହାକୁ କୁହାଯାଉଛି ପ୍ଲାନେଟାରୀ ଡିଫେନ୍ସ ଟେଷ୍ଟ ବା ଡାର୍ଟ ମିଶନ ।

ଭବିଷ୍ୟତରେ ଯଦି କେବେ କୌଣସି ଗ୍ରହାଣୁ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ଥାଏ ତେବେ ତାକୁ ମହାକାଶରେ ନଷ୍ଟ କରାଯାଇପାରିବ କିମ୍ବା ତାର ଗତିପଥ ବଦଳାଇ ଦିଆଯାଇପାରିବ । କାରଣ ଭବିଷ୍ୟତରେ ପୃଥିବା ପାଇଁ ସବୁଠୁ ବେଶୀ ବିପଦ ଆଣିପାରନ୍ତି ମହାକାଶରେ ବୁଲୁଥିବା ହଜାର ହଜାର ଗ୍ରହାଣୁ ବା ଆଷ୍ଟ୍ରଏଡ୍ ।

୨୬ଶହ ଫୁଟ ବିଶିଷ୍ଟ ଡିଡିମସ୍ ଆଷ୍ଟ୍ରଏଡ୍ର ଚନ୍ଦ୍ର ୫୨୫ଶହ ଫୁଟ୍ର ଡାଇମାରଫୋସ୍ କୁ ଭାରତୀୟ ସମୟ ଆଜି ବଡି ଭୋର ୪ଟା ୪୫ମିନିଟ୍ ରେ ଧକ୍କା ଦେଇଥିଲା ନାସାର ସ୍ପେସ୍ କ୍ରାଫ୍ଟ । ଘଣ୍ଟା ପିଛା ପାଖାପାଖି ୨୨ହଜାର ୫୩୦ କିଲୋମିଟର ଗତିରେ ଯାଇ ସ୍ପେସକ୍ରାଫ୍ଟ ଡାଇମରଫୋସ୍ କୁ ଧକ୍କା ଦେଇଥିଲା । ଧକ୍କା ଫଳରେ ଡାଇମାରଫୋସ୍ ର ଗତିପଥ କିଭଳି ବଦଳିଛି ତାର ଡାଟା କୁ ଅପେକ୍ଷା କରାଯାଇଛି ।

ପୃଥିବୀ ଚାରିପଟେ ୮ହଜାରରୁ ଅଧିକ ଏମିତି ପଥର ଖଣ୍ଡ ବୁଲୁଛି ଯାହା ବଡ ବିପଦ ଆଣିପାରେ । ଏଭିତରୁ ଅନେକର ଆକାର ୪୬୦ଫୁଟରୁ ଅଧିକ । ମିତି ଏକ ବଡ ପଥର ଯଦି ପୃଥିବା ସହ ଧକ୍କା ହୁଏ ତେବେ ବିଶାଳ ଅଞ୍ଚଳରେ ପ୍ରଳୟ ଆଣିପାରେ । ତେଣୁ ଏହି ବିପଦ କିଭଳି ଟାଳି ହେବ ସେନେଇ ନାସା ପରୀକ୍ଷଣ କରୁଛି ।


Share It

Comments are closed.