ନର୍ଗିସଙ୍କୁ ପୁଣି ହେଲା ପ୍ରେମ, ଜଣେ ଆମେରିକାନ ସେଫଙ୍କୁ କରୁଛନ୍ତି ଡେଟ


ବଲିଉଡ ଅଭିନେତ୍ରୀ ନରଗିସ ଫାଖରୀ ଫିଲ୍ମ ‘ରକଷ୍ଟାର’ରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଅଭିନୟ ବ୍ୟତୀତ ନିଜ ଲଭ୍‌ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚିତ ବଲିଉଡ୍‌ ଅଭିନେତ୍ରୀ ନର୍ଗିସ୍‌ ଫାଖ୍‌ରି । ଏକଦା ଉଦୟ ଚୋପ୍ରାଙ୍କ ସହ ଆଫେୟାରକୁ ନେଇ ଚର୍ଚ୍ଚାରେ ଥିଲେ ସେ । ୨୦୧୭ରେ ଏହାର ଅନ୍ତ ହୋଇଥିଲା । ଏହା ପରେ ହଲିଉଡ ତଥା ଆମେରିକାନ ଫିଲ୍ମ ନିର୍ମାତା ମ୍ୟାଟ ଆଲୋଞ୍ଜୋଙ୍କ ସହ ତାଙ୍କର ସଂପର୍କକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଥିଲା ।‌ । ଏପରିକି ଉଭୟ ବିବାହ କରିପାରନ୍ତି ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ସେ ସଂପର୍କ ବି ଭାଙ୍ଗିଗଲା । ଏବେ ସେ ପୁଣି ପ୍ରେମରେ ପଡ଼ିଥିବା କୁହାଯାଉଛି । ଏଥରକ ନ୍ୟୁୟର୍କର ବାସିନ୍ଦା ଜଣେ ଆମେରିକାନ ସେଫ୍‌ ଜଷ୍ଟିନ୍‌ ସାଣ୍ଟୋସ୍‌ଙ୍କ ପ୍ରେମରେ ପଡ଼ିଛନ୍ତି ନର୍ଗିସ୍‌ ।

ନିକଟରେ ସେ ସାଣ୍ଟୋସ୍‌ଙ୍କ ସହ ଛୁଟି କଟାଇବାକୁ ଯାଇଥିବାବେଳେ ତାର ଅନେକଗୁଡ଼ିଏ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେଥିରେ ସେମାନଙ୍କୁ ଏକ ଜଙ୍ଗଲରେ ଦେଖିବାକୁ ମିଳୁଛି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ନର୍ଗିସ୍‌ଙ୍କୁ ଆଗକୁ ‘ଟୋରବାଜ୍‌’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ସଞ୍ଜୟ ଦତ୍ତ ଏବଂ ରାହୁଲ ଦେବ ସ୍କ୍ରିନ୍‌ ସେୟାର କରିବେ । ତାହା ଏକ ଆକ୍ସନ୍‌ ଥ୍ରିଲର ହେବ ।


Share It

Comments are closed.