ଡ୍ରଗ୍ସ ମାମଲାରେ ଯୋଡି ହେଲା ଆଉ ଜଣେ ଅଭିନେତ୍ରୀ ନାମ, ସେ ହେଉଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ


ସୁଶାନ୍ତ କେସ୍‌ରେ ଡ୍ରଗ୍ସ୍ ଆଙ୍ଗଲରେ ନମ୍ରତା ଶିରୋଦକରଙ୍କ ନାଁ ଆସିବା ସମସ୍ତଙ୍କୁ ଚମକାଇ ଦେଇଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଜୟା ଶାହଙ୍କ ସହ ପଚରାଉଚୁରାରେ ଏନସିବିକୁ ଜୟାଙ୍କ କିଛି ହ୍ୱାଟସଆପ ଚ୍ୟାଟ୍ ମିଳିଛି ଯେଉଁଥିରେ ଜଣେ ଅଭିନେତ୍ରୀଙ୍କ ନାଁ ‘ଏନ’ରୁ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ସୁଶାନ୍ତଙ୍କ ମ୍ୟାନେଜର ଜୟା ଯେଉଁ ଅଭିନେତ୍ରୀଙ୍କ ସହ ଡ୍ରଗ୍ସକୁ ନେଇ କଥା ହେଉଥିଲେ ସେ ଆଉ କେହି ନୁହେଁ ବରଂ ଜଣାଶୁଣା ଅଭିନେତ୍ରୀ ଏବଂ ଦକ୍ଷିଣର ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ନମ୍ରତା ଶିରୋଦକର। ଜୟାଙ୍କ ଏହି ହ୍ୱାଟସଆପ ଚ୍ୟାଟରେ ସେ ଡ୍ରଗ୍ସ ସମ୍ବନ୍ଧରେ ନମ୍ରତାଙ୍କ ସହ କଥା ହେଉଥିବା ନଜର ଆସିଛନ୍ତି। ଡ୍ରଗ୍ସ ବିଷୟରେ ନମ୍ରତା ଜୟାଙ୍କୁ କହୁଛନ୍ତି ଯେ ତୁମେ ମୋତେ ପ୍ରମିସ୍ କରିଥିଲ ଯେ ମୋତେ ଭଲ ଗଊ ବମ୍ବେରେ ଦେବ ଏବଂ ଆମେ ଏକାଠି ପାର୍ଟି କରିବା। ଏହା ପରେ ନମ୍ରତା କହିଥିଲେ ଯେ ମୋତେ ସତରେ ଏକ ବ୍ରେକର ଆବଶ୍ୟକତା ରହିଛି। ଜୟା ଏହାର ଉତ୍ତରରେ କହିଥିଲେ ଯେ ତୁମେ ମୋତେ ଏକ ପେଡଲର କରି ଦେଉଛ। ତଥାପି ତୁମ ଇଚ୍ଛା ମୋ ପାଇଁ କମାଣ୍ଡ। ଏବେ ଆସନ୍ତୁ ଜାଣିବା ନମ୍ରତା ଶିରୋଦକରଙ୍କ ବିଷୟରେ।

ନମ୍ରତା ୧୯୯୩ମସିହାରେ ଫେମିନା ମିସ୍ ଇଣ୍ଡିଆର ମୁକୁଟ ଜିତି ଲୋକଙ୍କ ମନରେ ରାଜ କରିଥିଲେ। ସେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ଷଷ୍ଠ ନମ୍ବରରେ ମନୋନୀତ ହୋଇଥିଲେ। ସେ ମିସ୍ ଏସିଆ ପାସିଫିକରେ ରନର-ଅପ୍ ରହିଥିଲେ। ନମ୍ରତା ନିଜ କ୍ୟାରିୟରର ଆରମ୍ଭ ମଡେଲିଂରୁ କରିଥିଲେ ଏବଂ ୧୯୯୩ମସିହାରେ ସେ ମିସ୍ ଇଣ୍ଡିଆ ମୁକୁଟ ଜିତିଥିଲେ। ନମ୍ରତା, ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀଙ୍କ ଫିଲ୍ମ ‘ପୂର୍ବ କି ଲୈଲା ଔର ପଶ୍ଚିମ କା ଛୈଲା’ରୁ ବଲିଉଡରେ ପାଦ ଥାପିଥିଲେ। ନମ୍ରତାଙ୍କ ଜନ୍ମ ୧୯୭୨ମସିହା ଜାନୁୟାରୀ ୨୨ତାରିଖରେ ହୋଇଥିଲା। ତାଙ୍କ ଭଉଣୀ ଶିଳ୍ପା ଶିରୋଦକର ବଲିଉଡର ଜଣାଶୁଣା ଅଭିନେତ୍ରୀ ରହି ଆସିଛନ୍ତି। ଏହା ବ୍ୟତୀତ ନମ୍ରତା ମରାଠୀ ଫିଲ୍ମ ଅଭିନେତ୍ରୀ ମିନାକ୍ଷୀ ଶିରୋଦକରଙ୍କ ନାତୁଣୀ। ସେ‘ବାସ୍ତବ’,‘ପୁକାର’,‘ଆଗାଜ’,‘ହେରାଫେରି’ ଭଳି ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ତାଙ୍କର ହିଟ୍ ଫିଲ୍ମ ତାଲିକା ଅଧିକ ଲମ୍ବା ହୋଇପାରିନଥିଲା। ବଡ଼ ଷ୍ଟାରଙ୍କ ସହ କାମ କରିବା ସତ୍ତ୍ୱେ ବଲିଉଡରେ ନମ୍ରତାଙ୍କ କ୍ୟାରିୟର ଅଧିକ ଦିନ ତିଷ୍ଠି ପାରିନଥିଲା। ବିବାହ ପରେ ନମ୍ରତା ବଲିଉଡରୁ ଦୂରେଇ ଯାଇଥିଲେ। ନମ୍ରତା ଟଲିଉଡର ଜଣାଶୁଣା ଅଭିନେତା ମହେଶ ବାବୁଙ୍କୁ ୨୦୦୦ମସିହାରେ ବିବାହ କରିଥିଲେ।

ନମ୍ରତା,ମହେଶଙ୍କଠୁ ୪ବର୍ଷ ବଡ଼। ବିବାହ ପୂର୍ବରୁ ସେ ମହେଶ ବାବୁଙ୍କ ଫ୍ୟାନ୍ ଥିଲେ। ନମ୍ରତା ଏବଂ ମହେଶଙ୍କ ୨ସନ୍ତାନ। ୨୦୦୬ମସିହାରେ ତାଙ୍କ ପୁଅ ଗୌତମଙ୍କ ଜନ୍ମ ହୋଇଥିଲା। ୨୦୧୨ମସିହାରେ ନମ୍ରତା ,ସିତାରାଙ୍କୁ ଜନ୍ମ ଦେଇଥିଲେ।


Share It

Comments are closed.