ମ୍ୟାକ୍ସ ଫ୍ୟାଶନ ସହିତ ମିନ୍ତ୍ରାର ସହବନ୍ଧିତା


ଭୁବନେଶ୍ୱର: ଚଳିତ ମାସ ୧୬-୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା “ବିଗ୍ ଫେସନ ଫେଷ୍ଟିଭାଲ’ ପାଇଁ ମିନ୍ତ୍ରା ପକ୍ଷରୁ ଭାରତର ବୃହତମ ଫ୍ୟାଶନ ରିଟେଲର, ମ୍ୟାକ୍ସ ଫ୍ୟାଶନ ସହ ଏହାର ସହବନ୍ଧିତାର ଘୋଷଣା କରାଯାଇଛି । ଏହି ସହଯୋଗିତା ଜରିଆରେ ମିନ୍ତ୍ରା ପ୍ଲାଟଫର୍ମରେ ମ୍ୟାକ୍ସ ଫେସନର ୧୫,୦୦୦ରୁ ଅଧିକ ନୂତନ ଷ୍ଟାଇଲ ଓ ଡିଜାଇନ ଦେଖିବାକୁ ମିଳିବ ଓ ପାର୍ବଣ ଋତୁରେ ଗ୍ରାହକମାନେ ୨୦,୦୦୦ ପର୍ଯ୍ୟନ୍ତ ଷ୍ଟାଇଲରୁ ଚୟନ କରିବାର ବିକଳ୍ପ ପାଇପାରିବେ । ବିଭିନ୍ନ ବର୍ଗରେ ଷ୍ଟାଇଲ ଚାହୁଁଥିବା ଗ୍ରାହକଙ୍କ ଆବଶ୍ୟକତା ଲାଗି ସ୍ୱତନ୍ତ୍ର ଭାବେ ମିନ୍ତ୍ରା ପକ୍ଷରୁ ପ୍ୟାକ୍ ପ୍ରସ୍ତୁତ କରାଯାଇଛି । ଏହି ବଣ୍ଡଲ୍ ପ୍ୟାକ୍‌ଗୁଡିକ ହେଉଛି “ମ୍ୟାକ୍ସ ୟୋର ଲୁକ୍‌’ର ଏକ ଅଂଶ ଯାହା ଫେସନ ସଚେତନ ଗ୍ରାହକମାନଙ୍କୁ ୯୯୯ ଟଙ୍କାରେ ସମ୍ପୂର୍ଣ୍ଣ ଲୁକ୍ ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିବ । ଏକ ଅଗ୍ରଣୀ ଫ୍ୟାଶନ ସ୍ଥଳ ଭାବେ ନିଜ ସ୍ଥିତିକୁ ଦୃଢ଼ କରିବା ଲାଗି ୧/୨/୩ ଶ୍ରେଣୀରେ ରହୁଥିବା ସହରଗୁଡ଼ିକର ମୂଲ୍ୟ ସଚେତନ ଗ୍ରାହକଙ୍କ ଉପରେ ମିନ୍ତ୍ରା ଲକ୍ଷ୍ୟ ରଖିଛି ।
ସାରା ଦେଶରେ ୧୩୦ ସହରରେ ୩୭୫ରୁ ଅଧିକ ଷ୍ଟୋର୍ ସହିତ ଭାରତର ଅନ୍ୟତମ ସର୍ବବୃହତ ମୋନୋ ଫ୍ୟାସନ ବ୍ରାଣ୍ଡ୍ ମ୍ୟାକ୍ସ ଫେସନ ଦେଶର କୋଣ ଅନୁକୋଣରେ ଗ୍ରହଣୀୟ ହୋଇଛି । ସାରା ପରିବାରର ଫ୍ୟାଶନ ଆବଶ୍ୟକତା ପୂରଣ ପାଇଁ ଏହା ବ୍ୟାପକ ବର୍ଗର ଉତ୍ପାଦ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି । ଏହି ସହଯୋଗିତା ସମ୍ପର୍କରେ ଆୟାପାନ ରାଜଗୋପାଳ, ବ୍ୟବସାୟ ମୁଖ୍ୟ, ମିନ୍ତ୍ରା କହିଛନ୍ତି ଯେ, “ମ୍ୟାକ୍ସ ସହିତ ଆମର ଏହି ସହଯୋଗିତା ଗୋଟିଏ ଛାତ ତଳେ ପରିବାରର ସମସ୍ତ ଆବଶ୍ୟକତାକୁ ଏକ ପ୍ଲାଟଫର୍ମ ଜରିଆରେ ପୂରଣ କରିହେବ ।’’ ସେହିଭଳି ଶିତଲ ମେହତା, ସିଇଓ, ମ୍ୟାକ୍ସ ଫେସନ ଇଣ୍ଡିଆ ଓ ପରିଚାଳନା ନିର୍ଦେଶକ, ଲାଇଫ୍‌ଷ୍ଟାଇଲ୍ ଇଟଂରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ମିନ୍ତ୍ରା ସହିତ ସହଯୋଗିତା ସ୍ଥାପନ କରିବା ଏବଂ ମ୍ୟାକ୍ସ ଫେସନର ବ୍ୟାପକ ଫେସନ ଓ ଷ୍ଟାଇଲକୁ ତାଙ୍କ ପ୍ଲାଟଫର୍ମକୁ ଆଣିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ।’’


Share It

Comments are closed.