WWE ୟୁନିଭର୍ସକୁ ଅଲବିଦା କହିଲେ ‘ଦ ଅଣ୍ଡରଟେକର୍‌’


ୱାର୍ଲ୍ଡ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ୍‌(ଡବ୍ଲ୍ୟୁଡବ୍ଲ୍ୟୁଇ) ଦୁନିଆର ସବୁଠାରୁ ବଡ଼ ନାମ ହେଉଛି ‘ଦ ଅଣ୍ଡରଟେକର୍‌’। ରେଲିଂ ଜୀବନରେ ସେ ଅନେକଙ୍କ ପାଣି ପିଆଇଛନ୍ତି। ଆଜି ଅଣ୍ଡରଟେକର୍ WWE ୟୁନିଭର୍ସକୁ ଅଲବିଦା କହିଛନ୍ତି। ରବିବାର ଦିନ ୫୫ ବର୍ଷୀୟ ଅଣ୍ଡରଟେକର୍ ତାଙ୍କ ଚରିତ୍ରର ଅନୁରୂପ ଅଙ୍ଗଭଙ୍ଗୀ ଏବଂ ପୋଷାକ ସହିତ ଶେଷ ଥର ପାଇଁ ରିଙ୍ଗରେ ପ୍ରବେଶ କରିଥିଲେ । ଘୋଷକ ରିଙ୍ଗରେ ପହଞ୍ଚି ଅଣ୍ଡରଟେକରଙ୍କର ବିଦାୟ ଘୋଷଣା କରିଥିଲେ। ଏହା ପରେ ଅଣ୍ଡରଟେକର୍ ରିଙ୍ଗରେ ଏକ ଚମତ୍କାର ଏଣ୍ଡ୍ରି କରିଥିଲେ । ତାଙ୍କ କ୍ୟାରିୟର ସମ୍ପର୍କରେ କିଛି କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସମୟ ଆସିସାରିଛି …..

ପ୍ରଶଂସକମାନେ ତାଙ୍କୁ ଧନ୍ୟବାଦ ଜଣାଇ ବିଦାୟ ଦେଇଛନ୍ତି। ଏହି ସମୟ ମଧ୍ୟରେ, ଅଣ୍ଡରଟେକର୍ ନିଜେ ଭାବପ୍ରବଣ ହୋଇଯାଇଥିଲେ। ଏହା ସହିତ ତାଙ୍କୁ ଶେଷ ଥର ପାଇଁ WWE ଟେଲିଭିଜନରେ Survivor Series ରେ ଦେଖିବାକୁ ମିଳିଥିଲା ​​।ସେ ରିଙ୍ଗରେ ‘r ଅଣ୍ଡରଟେକର୍’ ଭାବରେ ଜରାଶୁଣା ଥିଲେ । ତାଙ୍କର ପ୍ରକୃତ ନାମ ମାର୍କ ୱିଲିୟମ୍ କାଲାୱେ । ସେ ୨୪ ମାର୍ଚ୍ଚ ୧୯୬୫ରେ ହ୍ୟୁଷ୍ଟନରେ ଜନ୍ମଗ୍ରହଣ କରିଥିଲେ। ସେ ୨୨ ନଭେମ୍ବର ୧୯୯୦ ରେ Survivor Series ରୁ WWE ଡେବ୍ୟୁ କରିଥିଲେ । ନିକଟରେ ଏକ ସାକ୍ଷାତକାରରେ ଅଣ୍ଡରଟେକର୍ କହିଥିଲେ ଯେ, ସେ ତାଙ୍କ କ୍ୟାରିୟର ପାଇଁ ଗର୍ବିତ । ୩୦ ବର୍ଷର ଦୀର୍ଘ କ୍ୟାରିଅରରେ ଅନେକ ବଡ଼ ସଫଳତା ହାସଲ କରିଛନ୍ତି । ଏହି ଅବସରରେ ବହୁ କଳାକାର ତାଙ୍କୁ ସମ୍ମାନ ଓ ଶୁଭେଚ୍ଛା ଜଣାଇଛନ୍ତି।


Share It

Comments are closed.